No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଛତିଆ :- ଯାଜପୁର ଜିଲ୍ଲା, ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଚଟି ଘର ନିକଟସ୍ଥ ଦେଇ ଯାଇ ଥିବା ୧୬ନମ୍ବର୍ ଜାତୀୟ ରାଜପଥ ରେ ଦୈନିକ ମଜୁରୀ କାମ ସାରି ଫେରୁଥିବା ବେଳେ, ମର୍ମନ୍ତୁଦ ସଡକ ଦୃଘଟଣା ଗତ କାଲି ଘଟି ଥିବା ବେଳେ ତିନି ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରା ଯାଇଥିଲା, ଚିକିତ୍ସିତ ଅବସ୍ଥାରେ ଆଜି ସେମାନଙ୍କ ମୃତ୍ୟୁ ଘଟି ଥିବା ସୂଚନା ମିଳିଛି।

ଏହି ଦୁଃଖଦ ଜଣା ପଡିବ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଦେଖିବାକୁ ମିଳିଛି। ମୃତକ ମାନେ ହେଲେ ସ୍ଥାନୀୟ ଅଞ୍ଚଳ ବିଦ୍ୟାଧର ପୁର ଦେହୁରୀ ସାହି ଗ୍ରାମର ପରମାନନ୍ଦ ସାହୁ ଙ୍କ ପୁଅ କଟିକିଆ ବୟସ୨୮,ଛତିଆ କମ୍ପାନୀ ବଜାର ଅଂଚଳର ଦିଲୀପ ସିଂ ,ବୟସ୨୯,କୁକୁଡ଼ାଙ୍ଗ ଗ୍ରାମର ବଳରାମ ସାହୁ ,ବୟସ ୩୨ ବୋଲି ଜଣା ପଡ଼ିଛି।

ସୂଚନା ଥାଉକି, ଅଦ୍ୟାବଧି ଏହି ଭଳି ବହୁ ଧନ ଜୀବନ ଅକାଳ ରେ ନଷ୍ଟ ହେଉ ଥିବା ବେଳେ ସ୍ଥାନୀୟ ବିଗତ ୨୦୧୨ ମସିହାରେ ଏକ ଗଳି ପୋଲର ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବି କରିଆସୁଛନ୍ତି, ତେବେ ଜାତୀୟ ରାଜପଥ କାର୍ତ୍ୟୁପକ୍ଷ ବାରମ୍ବାର ସର୍ବେକ୍ଷଣ କରି ଏକ ଗଳି ପୋଲ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ,

କିନ୍ତୁ ଅଦ୍ୟାବଧି ପୋଲ ନିର୍ମାଣ କରାଯାଉ ନ ଥିବାରୁ ସ୍ଥାନୀୟ ବରିଷ୍ଠ ବୁଦ୍ଧିଜୀବି , ବିଶିଷ୍ଟ ସମାଜସେବୀ ତଥା ଅଞ୍ଚଳବାସୀ ଦାବୀ ପୂରଣ ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ପ୍ରତିକ୍ରିୟାରେ କହିଥିବା ବେଳେ ଜିଲ୍ଲା ପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି । (ଚନ୍ଦ୍ରଶେଖର ପୃଷ୍ଟି ଛତିଆ )
No Result
View All Result