ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ପଛିକୋଟ ସମିତିସଭ୍ୟ ଗିରଫ ; ପ୍ରତିବାଦରେ ଥାନା ସମୁଖରେ ଧାରଣାରେ ବସିଲେ ବିଜେପି କର୍ମୀ ଓ ଡାକ୍ତରକୁ ଦାବିକଲା ସଂଘ

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) କୋରାଇ :- କୋରାଇ ଥନା ଅନ୍ତର୍ଗତ ପଛିକୋଟ ପଂଚାୟତର ସମିତିସଭ୍ୟ ତଥା ବିଜେପିର ବ୍ରହ୍ମଣୀ ଦେବୀ ମଣ୍ଡଳ ସଭାପତି ନୀଳମାଧବ ଚକ୍ର ଓରଫ ମଂଟୁ ଆୟୁଷ ଡାକ୍ତର ଅମୁଲ୍ୟକୁମାର ନାୟକଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୁଲିସ ନୀଳମାଧବଙ୍କୁ ଗିରିଫ କରିଛି । ମିଥ୍ୟା ଅଭିଯୋଗର ପ୍ରତିବାଦରେ ଥାନା ସ୧ୁଖରେ ବିଜେପି କର୍ମୀଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା ବେଳେ କୋରାଇ ସମିତିସଭ୍ୟ ସଂଘଙ୍କ ପକ୍ଷରୁ ଜନପତିନିଧିଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନଲାଗି ସଂକୃକ୍ତ ଡାକ୍ତରଙ୍କୁ ଗିରଫ ଦାବି କରିଛି । ଫଳରେ ପୁଲିସ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେବ ନା’ ଜନପ୍ରତିନିଧିଙ୍କ ଦାବିକୁ ସ୧ାନ ଜଣାଇ କାର୍ଯ୍ୟ କରିବ; ସେନେଇ ଦୋଛକରି ପଡିଯାଇଛି ପୁଲିସ । ପ୍ରକାଶଯେ, ପଛିକୋଟ ପ୍ରାଥମିକି ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଅମୁଲ୍ୟକୁମାର ନାୟକଙ୍କର ୪ଦିନ ତଳେ ଜଖପୁରା ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରକୁ ବଦଳି ହୋଇଥିଲା ।

ହେଲେ ଡାକ୍ତରଖାନାର ଦାୟିତ୍ୱ ହସ୍ତାନ୍ତର କରିବା ଲାଗି ରବିବାର ପୂର୍ବାହ୍ଣରେ ପଛିକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି କାଗଜ ପ୍ରସ୍ତୁତ କରୁଥିଲା ବେଳେ ସ୍ଥାନୀୟ ସମିତିସଭ୍ୟ ନୀଳମାଧବ ଚକ୍ର ପହଂଚି ଛୁଟିଦିନରେ କାହିକି ଡାକ୍ତରଖାନା ଖୋଲିଛ ବୋଲି ଗାଲିଗୁଲଜ କରିବା ସହ ଦୁର୍ବ୍ୟବହାର ପଦର୍ଶନ କରିଥିଲେ । ଶ୍ରୀ ଚକ୍ର ଏହାପୂର୍ବରୁ ୩/୪ଥର ଡାକ୍ତରଖାନରେ ପସି ଗାଳିଗୁଲଜ କରିବା ସହ ଅସାନ୍ତପରିବେଶ ସୃଷ୍ଟି କରୁଥିବା ବେଳେ ସେଦିନର ଘଟଣା ଜଣେ ଡାକ୍ତର ପାଇଁ ଅସହ୍ୟ ହୋଇପଡିଥିଲା । ଫଳରେ ଏନେ ବିଭାଗୀୟ ଉଚ୍ଚକର୍ତୃପକ୍ଷଙ୍କୁ ଜଣାବାପରେ ତାଙ୍କ ନିର୍ଦେଶ ଅନୁଯାଇ ଡାକ୍ତର ନାୟକ କୋରାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ କୋରାଇ ପୁଲିସ ଏକ ମାମଲା ୧୯୫/୨୧ରୁଜୁକରି ସମିତିସଭ୍ୟ ଶ୍ରୀ ଚକ୍ରଙ୍କୁ ସୋମବାର ଗିରଫ କରିଥିଲା ।

ହେଲେ ଶ୍ରୀ ଚକ୍ର ଡାକ୍ଟର ନାୟକଙ୍କ ବିରୁଧରେ ଦେଇଥିବା ଅଭିଯୋଗର ପୁଲିସ ପଦକ୍ଷପ ନନେଇ ଜଣେ ଜନପ୍ରତିନିଧିଙ୍କୁ ଏକ ତରଫିଆ ଭାବେ ଗିରଫ କରିଥିବାରୁ କୋରାଇର ବିଜେପି ପକ୍ଷରୁ ବୈତରଣୀ ମଣ୍ଡଳ ସଭାପତି ରବୀନ୍ଦ୍ରକୁମାର ବେହେରା, ରାଜ୍ୟଯୁବମୋର୍ଚ୍ଚ ସଂପାଦକ ବିକ୍ରମ ବିଶ୍ୱାଳ, ଜିଲା ସଂପାଦିକା ଦୀପ୍ତିମୟୀ କୁଅଁର, ବିଜୟ ଘଡେଇ, ଖରସ୍ରୋତା ମଣ୍ଡଳର ସଭାପତି ପ୍ରମୋଦ କୁମାର ସାହୁ, ଜିଲା ଉପସଭାପତି ପ୍ରମୋଦ କୁମାର ନାୟକ ପ୍ରମୁଖ ଶତାଧିକ କର୍ମର୍ୀ ଓ କର୍ମକର୍ତା ପହଂଚି କୋରାଇ ଥାନା ଆଗରେ ପ୍ରତିବାଦ କରି ଥାନା ସ୧ୁଖରରେ ଧାରଣାରେ ବସିଥିଲେ ।

ସେମାନେ ଗତକାଲି(ସେମାବାର) ବିଳମ୍ବିତ ରାତି ଯାଏ ଧାରଣାରେ ବସିରହିଥିଲା ବେଳେ ଏସଡିପିଓ ଚିନ୍ମୟକୁମାର ନାୟକ ପହଂଚି ଧାରଣାକରୀଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଉଠି ସଠିକ ନ୍ୟାୟ ଦାବି କରିଥିଲେ । ଅନ୍ୟପକ୍ଷରେ ଆଜି କୋରାଇ ପଂଚାୟତ ସମିତି ସଭ୍ୟ/ସଭ୍ୟା ସଂଘ ପକ୍ଷରୁ ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ମନ୍ମୋଥକୁମାର ଜେନା, ସମିତିସଭ୍ୟା ମମତା ଘଡାଇ, ସୁଷମା ଦାସ, ପ୍ରତିମା ରାଉତ, ଜୟନ୍ତୀ ସାହୁ ପ୍ରମୁଖ ସଭ୍ୟା/ସଭ୍ୟ ପହଂଚି ଜଣେ ଜନପ୍ରତିନିଧି ଟିକାରଣ ସମୟରେ ସଂକୃକ୍ତ ଡାକ୍ତର ବେଆଇନିକରିବାର ପ୍ରତିବାଦ କରିବା ଓ ସେନେଇ ସଂପୃକ୍ତ ଡାକ୍ତରଙ୍କ ବଦଳୀ ହୋଇଥିଲା ବେଳେ ଏହି ଆକ୍ରୋଷରେ ଯୁବସମିତିସଭ୍ୟ ନୀଳମାଧବ ଚକ୍ରଙ୍କ ବିରୁଧରେ ମିଥ୍ୟ ମାମଲା କରିଛି ।

ତେଣୁ ଏକ ତରଫିଆ ପଦକ୍ଷପ ନନେଇ ଶ୍ରୀ ଚକ୍ରଙ୍କ ଅଭିଯୋଗକୁ ଭିତିକରି ସଠିକ ନ୍ୟାୟ ପ୍ରଦାନ ପୂର୍ବକ ଡାକ୍ତର ଶ୍ରୀ ନାୟକଙ୍କୁ ଗିରଫ କରିବା ଲାଗି ଏକ ଦାବି ପତ୍ର ଥାନା ଅଧିକାରୀ ରଞ୍ଜିତ ମହାନ୍ତିଙ୍କୁ ପ୍ରଦାନ କରିଥିଲେ । ଫଳରେ ଥାନା ପକ୍ଷରୁ ଉଭୟଙ୍କ ଅଭିଯୋଗକୁ ଭିତିକରି ପୃଥକ ପୃଥକ ଦୁଇଟି ମାମଲା ରୁଜୁକରାଯାଇଛି । ଡାକ୍ତର ଶ୍ରୀ ନାୟକଙ୍କ ଅଭିଯୋଗକକୁ ଆଧାରକରି ଶ୍ରୀ ଚକ୍ରକୁ ଗିରଫ କରାଯାଇ ଆଜି ପୂର୍ବହ୍ଣରେ କୋର୍ଟଚାଲାଣ କରାଯାଇଥିଲା । ସେଠାରେ ମାନ୍ୟବର ଅଦାଲତ ଶ୍ରୀ ଚକ୍ରଙ୍କୁ ଜାମିନ୍‌ରେ ଛାଡିଦେଇଥିବା ଜଣାପଡିଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )