୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଧ୍ୟ ଜୋରଦାର ଭାବେ ଜମିବାରେ ଲାଗିଛି। ସାଂସଦ ପ୍ରାର୍ଥି ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥି ପ୍ରଦୀପ କୁମାର ସାହୁ ୨୩ ନମ୍ବର ଜୋନର ପ୍ରତ୍ୟେକ ଗ୍ରାମକୁ ବାଇକ ରାଲି ସହ ଯାଇ ବିଜେଡ଼ି ଦଳର ଦୁଇଟି ଶଙ୍ଖରେ ଭୋଟ ଦେବାକୁ ଜନ ସାଧାରଣଙ୍କ ପାଖରେ ପହଂଚି ନିବେଦନ କରିଛନ୍ତି।
୨୩ ନମ୍ବର ଜୋନର ବେଗୁନିଆ, ରାଧାକାନ୍ତପୁର ,ଡିଙ୍ଗର,ରାଉତପଡ଼ା, କୁଞ୍ଜୁରୀ ଓ ଦୁର୍ଗାପୁର ଆଦି ପଂଚାୟତର ପ୍ରତ୍ୟେକ ଗ୍ରାମରେ ବିଜେଡ଼ି ଦଳର ସମର୍ଥକ ଓ କର୍ମୀମାନେ ମନ୍ମଥ ଓ ପ୍ରଦୀପଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟ ହାସଲ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ।
ଏଥିରେ ବ୍ଲକଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଓ ଉପାଧ୍ୟକ୍ଷ ସାବିତ୍ରୀ ମହାପାତ୍ରଙ୍କ ସମେତ ସରପଂଚ/ସମିତି ସଭ୍ୟ ଓ ସକ୍ରୀୟ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।














