No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର )ପାରଳାଖେମୁଣ୍ଡି :- ପାରଳାଖେମୂଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବିରୁଦ୍ଧରେ ଅସମ୍ମାନ ଲେଖା ପ୍ରଦର୍ଶନ କରିଥିବା ୨ଜଣଙ୍କ ବିରୁଦ୍ଧରେ ପାରଳା ଥାନାରେ ଗତକାଲି ଲିଖିତ ଅଭିଯୋଗ ଦିଆଯାଇଛି । ଏହି ଦୁଇ ଜଣଙ୍କ ବିରୁଦ୍ଧରେ ଅତିତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଘଟଣାରୁ ପ୍ରକାଶ, ଓଡିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କ ପ୍ରତି ଅସମ୍ମାନଜନକ ଲେଖା “ଜୟପୁର ରାଜବଂଶାଳୀ” ପୁସ୍ତକର ୩୩୨ ପୃଷ୍ଠାରେ ପ୍ରକାଶ ପାଇଛି । କୋରାପୁଟ ଜିଲ୍ଲା ଜୟପୁର ସହର ନିବାସୀ ସୁବାସ ଚନ୍ଦ୍ର ମିଶ୍ର (ଘର-ଜଗଜ୍ୱନନୀ ମନ୍ଦିର ପାଖ) ଏବଂ ନୂଆସାହିର କୃଷ୍ଣଚନ୍ଦ୍ର ସାହୁ (ଋତୁ) ଘର-ପାରାବେଡା) ନାମକ ଦୁଇ ଜଣ ବ୍ୟକ୍ତି “ଜୟପୁର ରାଜବଂଶାଳୀ” ନାମକ ଏକ ପୁସ୍ତକର ୩୩୨ ପୃଷ୍ଠାରେ ପାରଳା ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅସମ୍ମାନଜନକ ଭାବେ ପ୍ରକାଶନ କରିଛନ୍ତି ଯେ, “କୃଷ୍ଣଚନ୍ଦ୍ର ଗଜପତି ବ୍ରିଟିଶ ସରକାରଙ୍କ ଚାଟୁକାରକ ଥିଲେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ମାମୁ ମହାରାଜା ବିକ୍ରମ ଦେବ ଉଭୟେ କୁଚକ୍ରାନ୍ତ ଯୋଗୁଁ ୧୯୩୬ ଏପ୍ରିଲ ୧ ତାରିଖରେ ଓଡିଶା ଭାଷା ଭାଷି ଅଞ୍ଚଳର ଅଧାଅଂଶ ମାଡ୍ରାସ ପ୍ରେସିଡେନ୍ସୀର ଆନ୍ଧ୍ର ଅଞ୍ଚଳରେ ମିଶାଇ ଦେଇ ଓଡିଆଙ୍କୁ ଦୁଇ ଭାଗ କରି ସୀମାରେଖା ଟାଣିଛନ୍ତି, ଓଡିଶାର ଅଧେ ଆନ୍ଧ୍ରରେ ସାମିଲ କରି ନିଜର ସ୍ୱାର୍ଥ ସାଧନ କରିଛନ୍ତି । ଏହି ମହାରାଜା ପୂଜ୍ୟପୂଜାର ଅଧିକାରୀ ଅଟନ୍ତି କି ?” ଇତ୍ୟାଦି ଉଲ୍ଲେଖ କରିଛନ୍ତି ।
ଜୟପୁରର ଏହି ଦୁଇ ଲେଖକଙ୍କ ବିରୁଦ୍ଧରେ ଉତ୍କଳହିତୈଷଣୀ ସମାଜ ତରଫରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ପୂର୍ବରୁ ଅନ୍ଲାଇନ୍ ମାଧ୍ୟମରେ ଏଫଆଇଆର ଦାଖଲ କରିଥିବା ବେଳେ ଗତକାଲି ପୁଣି ଲିଖିତ ଅଭିଯୋଗ ଦ୍ୱରା ମାମଲା ରୁଜୁ ହୋଇଛି । ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଯୁଗ୍ନ ସମ୍ପାଦକ ବିନୋଦ ଚନ୍ଦ୍ର ଜେନା, ଭରତଭୂଷଣ ମହାନ୍ତି, ଅନାଦି ପାଣିଗ୍ରାହୀ ପ୍ରମୁଖଙ୍କ ଦ୍ୱାରା ଏହି ଲିଖିତ ଅଭିଯୋଗ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଦିଆଯାଇଛି । ଏଥି ସହ ବିବାଦୀୟ ପୁସ୍ତକର ନକଲକୁ ମଧ୍ୟ ଦାଖଲ କରାଯାଇଛି । ମୁଖ୍ୟମନ୍ତ୍ରୀ, ଗଜପତି ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ମଧ୍ୟ ଏହାର ନକଲ ପ୍ରଦାନ କରାଯାଇଛି । ଉଭୟ ଲେଖକଙ୍କ ଦ୍ୱାରା ପ୍ରକାଶିତ ବିବାଦୀୟ ପୁସ୍ତକର ବିକ୍ରି ଓ ବଣ୍ଟନକୁ ବନ୍ଦ କରିବା ସହ ଏମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଏମାନେ ଜଣାଇଛନ୍ତି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result