No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ଖୋର୍ଦ୍ଧା-ଜଟଣୀ :- ଜଟଣୀ ତିରିମଲ ମୁଖ୍ୟ ରାସ୍ତା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଜଟଣୀ ଥାନା ଛକରୁ ବାହାରିଥିବା ପୂର୍ତ୍ତ ବିଭାଗର ଏହି ରାସ୍ତାଟି ବହୁ ଦିନରୁ ଖାଲ ଖମାରେ ପରିଣତ ହୋଇ ଅବହେଳିତ ରାସ୍ତାରେ ପରିଣତ ହେବା ସହିତ ଦୈନିକ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଆଜି ସ୍ଥାନୀୟ ଥାନାଛକ ଠାରେ ବିଧାୟକ ଶ୍ରୀ ରାଉତରାୟ ଭିତ୍ତିପ୍ରସ୍ତର ସ୍ଥାପନ ସହିତ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଉକ୍ତ ରାସ୍ତାଟି ଜଟଣୀରୁ ତିରିମଲ ଠାରେ ପି ଡି କେ “ପଟନାୟକିଆ-ଡେଲାଙ୍ଗ-ଖୋର୍ଦ୍ଧା”ରାସ୍ତାକୁ ସଂଯୋଗ କରୁଛି ଏବଂ ଡେଲାଙ୍ଗ,କଣାସ ଓ ପୁରୀ ଅଞ୍ଚଳର ଶତାଧିକ ଗ୍ରାମର ଲୋକ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ଆଜି ଏହି ଅବହେଳିତ ରାସ୍ତାର ପୁନଃରୁଦ୍ଧାର ଶୁଭାରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସୁ’ପୁତ୍ର କ୍ୟାପଟେନ ମନ୍ମଥ ରାଉତରାୟ ଏବଂ ଅଶୋକ ମଙ୍ଗରାଜ, କଳିଙ୍ଗ ସାହୁ ପ୍ରମୁଖ ଅନେକ କଂଗ୍ରେସ କର୍ମୀ ଓ ନେତାମାନେ ଯୋଗ ଦେଇଥିଲେ । (ଖୋର୍ଦ୍ଧା-ଜଟଣୀ ରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ )
No Result
View All Result