No Result
View All Result
ବିଭିନ୍ନ ସଚେତନତା ଅଭିଯାନ ଜରିଆରେ ଦ୍ୱିତୀୟ ଜାତୀୟ ସୁରକ୍ଷା ସପ୍ତାହ ପାଳିତ
ବିଭିନ୍ନ ପ୍ରତିଯୋଗିତା ଜରିଆରେ ସଚେତନତା ସୃଷ୍ଟି

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର )ଭୁବନେଶ୍ୱର :- ସୁରକ୍ଷା ସଚେତନତାକୁ ସୁଦୃଢ଼ କରି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ୨୦୨୧ ଜୁନ୍ ୨୬ରୁ ଜୁଲାଇ ୨ ପର୍ଯ୍ୟନ୍ତ ଦ୍ୱିତୀୟ ଜାତୀୟ ଇଲେକ୍ଟ୍ରିକାଲ୍ ସୁରକ୍ଷା ସପ୍ତାହ ପରିପ୍ରେକ୍ଷୀରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଟିପିସିଓଡିଏଲ୍ ଏହାର କର୍ମଚାରୀ ଓ ଅଂଶୀଦାରମାନଙ୍କ ସୁରକ୍ଷା ଲାଗି ଚିନ୍ତାଶୀଳ ସହ ଭାବେ ପ୍ରତିବଦ୍ଧ ଓ ଏହାର କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ନିୟମିତ ଭାବେ ବିଭିନ୍ନ ଅଭିଯାନ ଆରମ୍ଭ କରାଯାଉଛି । ସମସ୍ତ କୋଭିଡ୍ ପ୍ରୋଟୋକଲ୍କୁ ପାଳନ କରି ଲାଇସେନ୍ସ ମିଳିଥିବା ସମସ୍ତ ଅଂଚଳରେ କର୍ମଚାରୀ ଓ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଟିପିସିଓଡିଏଲ୍ର ସମଗ୍ର ଟିମ୍ ତରଫରୁ ଭର୍ଚୁଆଲ ମାଧ୍ୟମରେ ଶପଥ ଗ୍ରହଣ ସହିତ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଥିଲା ଓ ଏହା ପରେ ଦ୍ୱିତୀୟ ଜାତୀୟ ସୁରକ୍ଷା ସପ୍ତାହର ଉଦଘାଟନ କରାଯାଇଥିଲା । ଅସୁରକ୍ଷିତ ସ୍ଥାନଗୁଡ଼ିକୁ ସାଧାରଣ ଲୋକ ଓ ପଶୁମାନଙ୍କ ଲାଗି ସୁରକ୍ଷିତରେ ପରିଣତ କରି ଚଳିତ ବର୍ଷର ଶୀର୍ଷକ “ଜୀବନ ଓ ସଂପତିର ସୁରକ୍ଷା’ ଉପରେ କାର୍ଯ୍ୟ କରିବାକୁ ସମସ୍ତେ ପ୍ରତିବଦ୍ଧ ହୋଇଛନ୍ତି । ବରିଷ୍ଠ ନେତୃତ୍ୱ ଟିମ୍ ସମସ୍ତଙ୍କୁ ସୁରକ୍ଷାର ଗୁରୁତ୍ୱ ଅନୁଭବ କରାଇଥିଲେ ଏବଂ ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଉତ୍କର୍ଷ ହାସଲ କରିବା ଲାଗି ଟିପିସିଓଡିଏଲ୍ ଗ୍ରହଣ କରିଥିବା ବିଭିନ୍ନ ଅଭିଯାନ ବିଷୟରେ ଜଣାଇଥିଲେ ।

ସୁରକ୍ଷା ନିୟମ ଓ ବ୍ୟବସ୍ଥା ଉପରେ ଲୋକମାନଙ୍କୁ ସଚେତନ କରିବା ଲାଗି ସମସ୍ତ ଡିଭିଜନ୍ ଓ ସେକ୍ସନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଯଥା ସ୍ଲୋଗାନ, ପେଟିଂ, ବକ୍ତୃତା ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା ଏବଂ ଏହି ଉନ୍ନତ ସୁରକ୍ଷା ସଚେତନତାରେ ସାମିଲ ହେବା ଲାଗି ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ଓ ଅଂଶୀଦାରମାନଙ୍କୁ ଉତ୍ସାହିତ କରାଯାଇଥିଲା । ସମଗ୍ର ଟିପିସିଓଡିଏଲ୍ରେ ଶ୍ରେଷ୍ଠ ସୁରକ୍ଷା ପାଳନକାରୀଙ୍କୁ ସୁରକ୍ଷା ପୁରସ୍କାର ଦିଆଯାଇଥିଲା । ସବ୍ଷ୍ଟେସନରେ ସୁରକ୍ଷା ବୋର୍ଡ ଲଗାଯାଇଥିଲା ଓ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ଉତ୍ସବରେ ଜନ ସୁରକ୍ଷା ସଚେତନତା ଭ୍ୟାନ୍କୁ ଲୋକାର୍ପଣ କରାଯାଇଥିଲା । ଏହି ଭ୍ୟାନ୍ରେ ରହିଛି ଏକ ଏଲ୍ଇଡି ସ୍କ୍ରିନ୍ ଯେଉଁଥିରେ ଜନ ସୁରକ୍ଷା ସଚେତନତା ଭିଡିଓ ପ୍ରଦର୍ଶନ, ଜନ ସୁରକ୍ଷା ବାର୍ତା ଓ ସୁରକ୍ଷା ଜିଙ୍ଗଲ୍ ସହିତ ଜନ ସାଧାରଣଙ୍କୁ ବାର୍ତା ପହଚାଂଇବା ବ୍ୟବସ୍ଥା ରହିଛି । ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନବାଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ କହିଛନ୍ତି ଯେ, “ସୁରକ୍ଷା ହେଉଛି ଆମର ମୂଳ ମୂଲ୍ୟବୋଧ ଓ ଆମେ ଆମର କର୍ମଚାରୀ ଓ ଅଂଶୀଦାରମାନଙ୍କୁ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରଦାନ କରିବାକୁ ପ୍ରତିବଦ୍ଧ । ଜନ ସଚେତନତାରେ ଉନ୍ନତି ଆଣିବା ଓ ମନୁଷ୍ୟ ଓ ପଶୁ ଦୁର୍ଘଟଣା ଦୂରୀକରଣ ଲାଗି ଆମେ ଚଳିତ ବର୍ଷ ନିଜକୁ ପ୍ରତିବଦ୍ଧ କରିଛୁ । ସେହି କାରଣ ଲାଗି ସୁରକ୍ଷା ଭ୍ୟାନ୍ ଉର୍ତ୍ସର୍ଗୀକୃତ କରାଯାଇଛି ।’’
No Result
View All Result