• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଗାମୀ କାର୍ଯ୍ୟକ୍ରମ ସଂପର୍କରେ ଓଡ଼ଶା ପ୍ରଭାରୀ ଡା. ଚେଲା କୁମାର ପିସିସି ସଭାପତି ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଭର୍ଚୁଆଲ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
July 4, 2021
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ଅଗାମୀ କାର୍ଯ୍ୟକ୍ରମ ସଂପର୍କରେ ଓଡ଼ଶା ପ୍ରଭାରୀ ଡା. ଚେଲା କୁମାର ପିସିସି ସଭାପତି ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଭର୍ଚୁଆଲ ବୈଠକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) ଭୁବନେଶ୍ୱର :- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀକୁ ପରିଚାଳନା କରିବାରେ ବିଫଳ ହୋଇଥିବା ବେଳେ ଗତ ଦୁଇବର୍ଷ ଧରି କରୋନା କଟାକଣାକୁ ନେଇ ସାଧାରଣ ଜନତା ନିଜ ଜୀବିକା ହରାଇ ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଥିବା ବେଳେ ସରକାରଙ୍କର ବୈମାତୃକ ମନୋଭାବ ପୋଷଣ ସାଂଗକୁ ତୈଳଦର ଏବଂ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ସାଂଗକୁ ଜନମାରଣ ନୀତି, କୃଷକ ମାରଣ ନୀତି, ଶ୍ରମିକ ମାରଣ ନୀତି ବର୍ତମାନ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନେକ ବରିଷ୍ଠ କଂଗ୍ରେସ ନେତା ସରକାରଙ୍କୁ ଯେତେ ପରାମର୍ଶ ଦେଲେବି ଏ ଜନବିରୋଧି ସରକାର ତିଳେମାତ୍ର କର୍ଣ୍ଣପାତ କରୁନାହାନ୍ତି ।

ଯାହାଫଳରେ ସମଗ୍ର ଦେଶରେ ଜନସାଧାରଣ ଏକ ଦୁଃଖଭରା ଜୀବନଯାପନ କରୁଛନ୍ତି । କଂଗ୍ରେସ ଦଳର ସ୍ୱର ସାଧାରଣ ଜନତାଙ୍କର ସ୍ୱର । କଂଗ୍ରେସ ଭାରତବର୍ଷର ଜନତା ଜନାର୍ଦ୍ଦନଙ୍କର ସ୍ୱାର୍ଥକୁ ରକ୍ଷାକରିବା ଦିଗରେ ସମସ୍ତ ଲଢ଼େଇ କରିବା ପାଇଁ ପ୍ରସ୍ତୁତ । ଏହି ଅବସରରେ ଶ୍ରୀମତୀ ଗାନ୍ଧୀଙ୍କ ଆହ୍ୱାନକ୍ରମେ କଂଗ୍ରେସ ଦଳ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଚଳିତ ମାସ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଦେଶବ୍ୟାପି ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ଏଆଇସିସିର ନିର୍ଦ୍ଦେଶକ୍ରମେ ରାଜ୍ୟ କଂଗ୍ରେସ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ । ରାଜ୍ୟରେ ଆନ୍ଦୋଳନକୁ ସଫଳ କରିବା ପାଇଁ କଂଗ୍ରେସ ସୋସିଆଲ ମିଡିଆ ଦ୍ୱାରା ଗତକାଲି ଦିନତମାମା ଚାରୋଟି ପର୍ଯ୍ୟାୟରେ ଭର୍ଚୁଆଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ବୈଠକରେ ଏଆଇସିସି ସାଧାରଣ ସଂପାଦକ, ସାଂସଦ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ, ଏଆଇସିସି ସଂପାଦକ ତଥା ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କ ସମେତ ରାଜ୍ୟର ସମସ୍ତ ୩୩ ଗୋଟି ଜିଲ୍ଳାର ସଭାପତି ଗଣ, ପିସିସି ପର୍ଯ୍ୟବେକ୍ଷକ ଗଣ, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ବ୍ଲକ ସଭାପତି ଗଣ, ଟାଉନ ସଭାପତି ଗଣ, ସମସ୍ତ ଛାମୁଆ ସଂଗଠନର ମୁଖ୍ୟ ଏବଂ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ଉପାଦେୟ ପରାମର୍ଶମାନ ଦେଇଥିଲେ । ଏହି ଅବସରରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆନ୍ଦୋଳନ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୭ ତାରିଖ ଦଳର ସମସ୍ତ ରାଜ୍ୟ ଓ ଜିଲ୍ଲା ଛାମୁଆ ସଂଗଠନର କର୍ମକର୍ତା ଦିବା ୧୦ ଘଟିକା ସମୟରେ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଖଜଣି ବଂଜାଇ, ପ୍ଲାକାର୍ଡ ପତାକା ସହ ଦିନ ୧ ଘଟିକା ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ ।

ସେହିପରି ୯ ତାରିଖ ଦିନ ୧୦ ଘଟିକା ସମୟରେ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଳା ଅନ୍ତର୍ଗତ ପୌରପରିଷଦ, ଏନ୍‌ଏସିରେ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି, ଏଆଇସିସି ସଭ୍ୟଗଣ, ପ୍ରାକ୍ତନ ମନ୍ତ୍ରୀ ଓ ସାଂସଦ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣ ନିଷ୍ପତିକୁ ବିରୋଧ କରି ସରକାରଙ୍କ ଜନମାରଣ ନୀତି ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସାଇକେଲରେ ପ୍ଲାକାର୍ଡ଼ ଲଗାଇ ସମୁହ ୫ କିଲୋମିଟର ସମୁହ ଯାତ୍ର କରିବାକୁ ନିବେଦନ କରିଛନ୍ତି । ସେହିପରି ତୃତୀୟ ପର୍ଯ୍ୟାୟରେ ପିସିସି ପକ୍ଷରୁ ଏକ ସାଇକେଲ ଯାତ୍ର ରାଜଧାନୀର ସମସ୍ତ ଅଂଚଳ ଗ୍ରସ୍ତ କରିବ ଏହି କାର୍ଯ୍ୟକ୍ରମରେ କଂଗ୍ରେସର ସମସ୍ତ ନେତା ତଥା ପଦାଧିକାରୀ, ଛାତ୍ର, ଯୁବ, ମହିଳା ମାନେ ଅଂଶଗ୍ରହଣ କରିବେ । ସେହିପରି ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସାମନାରେ ତୈଳଦର ବୃଦ୍ଧି ପ୍ରତିବାଦରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସେମାନଙ୍କର ଦସ୍ତଖତ ସଂଗ୍ରହ କରିବେ ।

ଏତଦ୍‌ବ୍ୟତୀତ ମାସ ବ୍ୟାପି ରାଜ୍ୟରେ ପ୍ରତ୍ୟେକ ବ୍ଲକ ଓ ପଂଚାତୟ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ମାନେ ଘରକୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହିତ କଂଗ୍ରେସର ଆଭିମୁଖ୍ୟ ଲୋକଙ୍କ ପାଖରେ ପଂହଚାଇ ଜନଜାଗରଣ ସୃଷ୍ଟି କରାଯିବ । ଏହି ସମୟରେ କଂଗ୍ରେସ ନେତୃବୃନ୍ଦ କରେନା ମହାମାରୀରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବା ସହିତ ତାଙ୍କର ସମସ୍ୟାକୁ ସଂପୂର୍ଣ୍ଣ ରୂପେ ବୁଝିବା ସହିତ କୃଷକ ମାନଙ୍କ ପରିବାରକୁ ଭେଟିବା ଏବଂ କୃଷକମାନଙ୍କର ସମସ୍ୟା କାହିଁକି କୃଷିଯାତ ଦ୍ରବ୍ୟକୁ ବିକ୍ରି କରାଯାଇ ପାରୁନାହିଁ, ସେମାନଙ୍କର ଦୂରାବସ୍ଥା ବାବଦରେ ସଂପୂର୍ଣ୍ଣ ଭାବେର ତଥ୍ୟ ସଂଗ୍ରହ କରିବା ସହିତ କଂଗ୍ରେସ କୃଷକମାନଙ୍କର ସମସ୍ୟାକୁ ନେଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରିରଖିବ ବୋଲି ଆଶ୍ୱାସନା ଦିଆଯିବ ।

ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଂଗ୍ରେସ ନେତୃବର୍ଗଙ୍କ ଠାରୁ ଆରମ୍ଭ କରି ସମସ୍ତ ଛାମୁଆ ସଂଗଠନ ଓ ପ୍ରକୋଷ୍ଠ ଅଧିକାରୀ ମାନଙ୍କର ସାହାଯ୍ୟ ଓ ସହଯୋଗ ଆଶା କରିଛନ୍ତି । ଓଡ଼ିଶା ପ୍ରଦେଶ ସୋସିଆଲ ମିଡିଆ ଅଧ୍ୟକ୍ଷ ଶ୍ରୀ ଅଭିଶେଷ ମହାନନ୍ଦ ଏହି ଭର୍ଚୁଆଲ ବୈଠକକୁ ପରିଚାଳନା କରିଥିବା ବେଳେ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ସହଯୋଗ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ଏଆଇସିସି ସାଧାରଣ ସଂପାଦକ ଶ୍ରୀ ଭକ୍ତ ଦାସ, ରାମଚନ୍ଦ୍ର ଖୁଂଟିଆ,ଶରତ ରାଉତ, ବିଶ୍ୱରଞ୍ଜନ ମହାନ୍ତି, ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ରମେଶ ଜେନା, ଅଧିରାଜ ପାଣିଗ୍ରାହୀ, ରାଜନ ଏକା, ପୂର୍ବତନ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ବିପିନ ଦାସ, ନବଜ୍ୟୋତି ପଟ୍ଟନାୟକ, ବନ୍ଦିତା ପରିଡ଼ା, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ଜ୍ଞାନଦେବ ବେହୁରା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିଶ୍ୱ ଦାସ, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ମିନାକ୍ଷୀ ବାହିନୀପତି, ଗିରିବାଳା ବେହେରା, ଜାନକୀ ବଲ୍ଲଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ରଣଜିତ ଦାସ, ନିଶିକାନ୍ତ ମିଶ୍ର, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ପଦ୍ମାକର ଗୁରୁ, ଦୁର୍ଗା ପଣ୍ଡା, ମନୋଜ ରାଉତ ପ୍ରମୁଖ ୪୫୦ରୁ ଉର୍ଦ୍ଧ କଂଗ୍ରେସ କର୍ମକର୍ତା ଉପସ୍ଥିତ ରହି ଆଗାମୀ ଆନ୍ଦୋଳନକୁ ସଫଳ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version