No Result
View All Result
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) କଳାହାଣ୍ଡି :- ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ପବିତ୍ର ରଥଯାତ୍ରା ଓ ବାହୁଡା ଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଛି ।ପ୍ରଥମେ ସହକାରୀ ଜିଲ୍ଲାପାଳ ଶୁଭାଦୀପ୍ତା ମହାନ୍ତି ସମସ୍ତଙ୍କୁ ସ୍ଵାଗତ କରି ମତ ଉପସ୍ଥାପନ ଓ ପ୍ରସ୍ତାବ ଗ୍ରହଣ ଉପରେ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଚଳିତ ବର୍ଷ ରାଜ୍ୟ ସରକାରଙ୍କ କୋରୋନା କଟକଣା ଜାରି ନିର୍ଦ୍ଦେଶ ଅନୁଯାୟୀ ପୁରୀ ଜଗନ୍ନାଥ ମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ରଥଟଣା ଓ ଭକ୍ତ ସମାଗମ ହେବନାହିଁ ଏବଂ ଭବାନୀପାଟଣା ସ୍ଥିତ ଜଗନ୍ନାଥ ମନ୍ଦିର ,ବାଲାଜୀ ମନ୍ଦିର ତଥା ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡିକରେ କେବଳ ଯଥାବିଧି ନିତିକାନ୍ତି ସହ ଆନୁଷ୍ଠାନିକ ଭାବରେ ମନ୍ଦିର ପରିସରରେ ପୂଜା କରାହେବ ବୋଲି କହିଥିଲେ।ସଭାରେ ସାମ୍ବାଦିକ ଶ୍ରୀସତ୍ୟ ନାରାୟନ ମହାପାତ୍ର ଜିଲ୍ଲାରେ ସମସ୍ତ ଜଗନ୍ନାଥ ମନ୍ଦିର ପରିସର ଓ ପାରିପାର୍ଶ୍ୱିକ କ୍ଷେତ୍ରରେ ୧୪୪ ଧାରା ଲାଗୁ ଉପରେ ମତ ରଖିଥିଲେ।
ଜଗନ୍ନାଥ ମନ୍ଦିର ପୂଜକ ଶ୍ରୀ ଅଜୟ ମହାପାତ୍ର ମନ୍ଦିର ପରିସରରେ ନିରାପତ୍ତା ପାଇଁ ସୁରକ୍ଷାକର୍ମୀ ମୃତୟନ ନିବେଦନ କରିଥିଲେ। ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ମନ୍ଦିର ପରିସର ସଫା ସୁତୁରା ଓ ବ୍ଲିଚିଂ ବିଶୋଧନ ବ୍ୟବସ୍ଥା କରିବା ପାଇଁ ଦାୟିତ୍ଵ ଦିଆଗଲା।ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ସମସ୍ତ ବ୍ଲକ ଓ ତହସିଲ ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ପରିସର ଓ ଆଖପାଖରେ ୧୪୪ ଧାରା ଲାଗୁ ସହ ରଥଟଣା ନ ହେବା ପାଇଁ ପତ୍ରପ୍ରେରଣ କରାଯିବ।ବାଲାଜୀ ମନ୍ଦିର ପରିଚାଳନା ମୁଖ୍ୟ ଶ୍ରୀ ଜଗଦୀଶ ମଣ୍ଡଳଙ୍କ ପ୍ରସ୍ତାବ ଜଗନ୍ନାଥ ମନ୍ଦିର ପାଇଁ ମାଉସୀ ମା ମନ୍ଦିରର ସ୍ଥାପନ ଓ ଜାଗା ଚିହ୍ନଟ ସକାଶେ ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ସିଂ ଅତିଶିଘ୍ର ବୈଠକ ଅନୁଷ୍ଠିତ କରି ଦେବାତ୍ତର ବିଭାଗକୁ ରିପୋର୍ଟ୍ ପ୍ରେରଣ କରିବେ ବୋଲି କହିଥିଲେ।
ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପଜିଲ୍ଲପାଳ ଶ୍ରୀ ସୁଶାନ୍ତ ସିଂ, ଅତିରିକ୍ତ ଏସ ପି ଶ୍ରୀ ବିଜୟ କୁମାର ନନ୍ଦ ,ଆଇଆଇସି ଶ୍ରୀ ପ୍ରଦୀପ କୁମାର ଧାରୁଆ, ଇ ଓ ଶ୍ରୀ ବିଶ୍ବମ୍ବର ମିଶ୍ର,ସଂସ୍କୃତି ଅଧିକାରୀ ଶ୍ରୀମତି ବେହେରା,ଶ୍ରୀ ଉତ୍ସବ ସାହୁ, ଡ ଲମ୍ବୋଦର ସାହୁ, ଦୁର୍ଗା ଚରଣ ମିଶ୍ର, ଶଶି ଭୂଷଣ ଚୌଧୁରୀ,ଅଶୋକ ନେଗି, ଶାନ୍ତି କମିଟି ମୁସଲିମ ନେତୃବୃନ୍ଦ, ବୁଦ୍ଧିଜୀବୀ,ଗଣମାଧ୍ୟମ ପ୍ରତିନିଧି ଓ ଡି ଆଇ ପି ଆର ଓ ଶ୍ରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result