No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :- ଜୁଲାଇ ମାସ ପହିଲା ସପ୍ତାହରୁ ରାଜ୍ୟ ସରକାର ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଜଙ୍ଗ ଲ ପରିବେଶ ବିଭାଗର ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ବାହିନୀ ଭାରପ୍ରାପ୍ତ ଅଧିକାରୀ ଗୈାତମ ସାହୁଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବହୁ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଂଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଚାରା ରୋପଣ କରିବାକୁ ଉପସ୍ଥିତ ଅଗ୍ନିଶମ ବାହିନୀ ଓ ଜଙ୍ଗଲ ପରିବେଶ ବିଭାଗୀୟ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ ।
ଆଗାମୀ ଦିନ ରେ ବରାହି ପାହାଡ ଓ ମେଣ୍ଡାଖାଇ ପାହାଡରେ ଚାରା ରୋପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଗ୍ନିଶମ ବାହିନୀ ଷ୍ଟେସନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜଙ୍ଗଲ ଓ ପରିବେଶ ବିଭାଗ ବିଟ୍ ହାଉସ୍ ଭାରପ୍ରାପ୍ତ ଅଧିକାରୀ ଏନ୍ ବାଲାଜୀ , ବନ କର୍ମଚାରୀ ସନ୍ତୋଷ ସାହୁ ,ଲବ ପାତ୍ର , କୃର୍ଷ୍ଣ ସେନାପତି , ପ୍ରଦୀପ୍ତ ବେହେରା , ବିଭୁ ବଡ ଜେନାଙ୍କ ସମେତ ସ୍ଥାନୀୟ ଅଗ୍ନିଶମ ବାହିନୀର ବିଭୂତି ଜେନା, ଉମେଶ ପ୍ରଧାନ, ସନ୍ତୋଷ ସେଠି, ରତିକାନ୍ତ ପରିଡ଼ା, ସୁନିଲ ସ୍ୱାଇଁ, ହରିହର ବେହେରା ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result