No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ଢେଙ୍କାନାଳ :- ଆଜି ସକାଳୁ ଜିଲ୍ଲା ହିନ୍ଦୋଳ ଜେଲ୍ ମଧ୍ୟରୁ ଜଣେ ବିଚାରାଧୀନ ଆସାମୀ ପାଚେରୀ ଡେଇଁ ଫେରାର୍ ହୋଇଯାଇଛି । ଖବର ଜଣାପଡିବା ପରେ ଉଭୟ ପୋଲିସ୍ ଓ ଜେଲ୍ ପକ୍ଷରୁ ବହୁ ଖୋଜାଖୋଜି ଜାରି ରହିଛନ୍ତି। ତେବେ ଘଟଣାକୁ ନେଇ ଜନ ସାଧାରଣରେ ଚର୍ଚ୍ଚା ଚାଲିଛି । ଗତ ୨୫ ତାରିଖ ହିନ୍ଦୋଳ ବ୍ଳକ ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ ଜନ୍ତୁ ମାଂସ ଭାଗବଣ୍ଟା କୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗିଥିଲା । ଝଗଡ଼ା କ୍ରମଶଃ ଉଗ୍ରରୂପ ନେଇଥିଲା ।ଝଗଡାରେ ବିରଞ୍ଚି ଏକ ଧାରୁଆ ଅସ୍ତ୍ରରେ ଭୁଲୁଙ୍କୁ ଆକ୍ରମଣ କରିଥିଲା ଏବଂ ଘଟଣା ସ୍ଥଳରେ ହିଁ ଭୁଲୁଙ୍କର ମୃତ୍ୟୁ ହୋଇଯାଇଥିଲା ।
ଉକ୍ତ ଘଟଣାରେ ପୋଲିସ୍ କେସ୍ ନଂ ୯୦/ ୨୦୨୧ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ବିରଞ୍ଚିଙ୍କୁ ଗିରଫ କରି ୨୬ ତାରିଖରେ କୋର୍ଟକୁ ପଠାଇ ଦେଇଥିଲା ।କୋର୍ଟରେ ବିରଞ୍ଚିଙ୍କ ଜାମିନ୍ ନାକଚ ହେବାରୁ ତାଙ୍କୁ ହିନ୍ଦୋଳ ଜେଲ୍ କୁ ପଠାଇ ଦିଆ ଯାଇଥିଲା l ସେହି ଦିନ ଠାରୁ ବିରଞ୍ଚି ଜେଲରେ ଥିଲେ । ତେବେ ଆଜି ସକାଳେ ବିଚାରଧୀନ ଆସାମୀ ବିରଞ୍ଚି ବେହେରା ଏକ ବାଉଁଶ ସାହାଯ୍ୟରେ ଜେଲ୍ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବା କୁହାଯାଉଛି । ତେବେ ଏଭଳି ଘଟଣାକୁ ନେଇ ଜେଲ୍ କତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ଉପରେ ଜନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।(ରିପୋର୍ଟ୍, ଅମର ରଞ୍ଜନ ଦାସ ) ଢେଙ୍କାନାଳ।
No Result
View All Result