No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ଜେଏମଏଫସି ନ୍ୟାୟଳୟର ୧୧ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ନ୍ୟାୟଳୟ ସଭାକକ୍ଷ ଗୃହରେ ଆଇନଜୀବି ସଂଘର ସଭାପତି ଦ୍ୱିତୀକୃଷ୍ଣ ସାବତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ନ୍ୟାୟଳୟର ବିଚାରପତି ରାଜଶ୍ରୀ ପଟ୍ଟନାୟକ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ରା ଭାବେ ବରିଷ୍ଠ ଆଇନଜୀବି ନିର୍ମଳ ସାହୁ ଯୋଗ ଦେଇଥିଲେ । ସ୍ଥାନୀୟ ଆଇନଜୀବି ସଂଘର ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ, ଉପସଭାପତି ଉପେନ୍ଦ୍ର ପଣ୍ଡା ପ୍ରମୁଖ ମଂଚାସିନ ଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ଼ କଟକଣାରେ ସମସ୍ତ ମାମଲାର ଅଭିଯୁକ୍ତଙ୍କୁ ଘର ନିକଟରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ବିଚାର ବିମର୍ଶ କରାଯିବା ସହ ହିଞ୍ଜିଳିକାଟୁ ଠାରେ ଏକ ସବଜର୍ଜ କୋର୍ଟ ପ୍ରତିଷ୍ଠା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟଳୟର ବିଚାରପତିଙ୍କ ସହ ଆଲୋଚନା କରାଯିବା ସହ ଦୃଷ୍ଟି ଆକର୍ଷଣ କରିବା ସକାଶେ ବୈଠକରେ ମତ ପ୍ରକାଶ ପାଇଥିଲା ।
ଦ୍ୱିତୀୟ ପର୍ଯ୍ୟାୟରେ ନ୍ୟାୟଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ନ୍ୟାୟଳୟ ପରିସରରେ ବିଭିନ୍ନ ପ୍ରଜାତିର ବହୁ ଚାରାରୋପଣ କରାଯାଇଥିଲା । ରୋପଣ ଚାରାର ଉପଯୁକ୍ତ ଯତ୍ନ ନେବା ସହ ଆଗାମୀ ଦିନରେ ନ୍ୟାୟଳୟ ପରିସରକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଉପସ୍ଥିତ ଆଇନଜୀବି ଉଦ୍ୟମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ନ୍ୟାୟଳୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରମୋଦ ଦଳାଇ, ମହେନ୍ଦ୍ର କୁମାର ପାତ୍ର, ଶାନ୍ତନୁ ପୋଲାଇ, ତ୍ରିମଲ ରାଓ ପାତ୍ର, ପିତାମ୍ବର ସାହୁ, ସୁରେନ୍ଦ୍ର ପାଣିଗ୍ରୟାହୀ, ଉମେଶ ସାହୁ, ପ୍ରଭାତ କୁମାର ସାହୁ, ବିଭୁ ପ୍ରସାଦ ପଣ୍ଡା, ମାନସ ରଞ୍ଜନ ପାଢିଙ୍କ ସମେତ ହିଞ୍ଜିଳିକାଟୁ ଆଇନଜୀବି ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result