No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁଲାଇ , ଶୁକ୍ରବାର ) ଓଡ଼ଗାଁ :- ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ ଖେଳପଡ଼ିଆ ସାହି କାଜୁ ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ବେଳେ ଏକ ଅପରାଧିକ ଗ୍ୟାଙ୍ଗକୁ ଧରିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ । ପୋଲିସ କିଛି ଅଭିଯୁକ୍ତ ଙ୍କୁ କାବୁ କରିବା ସହିତ ସେମାନଙ୍କ ଠାରୁ କିଛି ଧାରୁଆ ମାରଣାସ୍ତ୍ର , ବାଇକ ଓ ମୋବାଇଲ ଫୋନ ଜବତ କରିଛି ।
ପୋଲିସର ରେଡ୍ ରେ ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଶଙ୍କର ସାହୁ ଓ କିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଓଡ଼ଗାଁ ଷ୍ଟୁଡିଓ ସାହିର ଲିପୁ ପ୍ରଧାନ(୨୧)ବର୍ଷ ,ଖେଳପଡ଼ିଆ ସାହିର ମହେନ୍ଦ୍ର ସାହୁ(୨୦)ବର୍ଷ ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ରଞ୍ଜନ ବିଶୋଇ (୨୨) ବର୍ଷ ର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଓଡ଼ଗାଁ ଆଦର୍ଶ ଥାନାରେ ୭୦/୨୧ ରେ ଏକ ମାମଲା ରୁଜ୍ଜୁ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ଓଡ଼ଗାଁ ଥାନା ଆଇଆଇସି ପ୍ରଜ୍ଞା ପରିମିତା ଜେନା ଙ୍କ ଠାରୁ ସୂଚନା ମିଳିଛି । (ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result