No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ଭୁବନେଶ୍ଵର :- ଯେଉଁ ଛାତ୍ରଛାତ୍ରୀମାନେ ସେମାନଙ୍କର ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ପରୀକ୍ଷା ଦେବେ । ଏଥିପାଇଁ ଜୁଲାଇ ୩୦ ରୁ ଅଗଷ୍ଟ ୫ ମଧ୍ୟରେ ପରିକ୍ଷା କରାଇବାକୁ ପ୍ରସ୍ତୁତି ଚାଲିଛି । ୭୦ ପ୍ରତିଶତ ମାର୍କରେ ପରୀକ୍ଷା କରାଯିବ । ପରୀକ୍ଷାର ୧୫ ଦିନ ପରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ପ୍ରଶ୍ନପତ୍ର କିଭଳି କରାଯିବ ତାହା ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତି କରିବେ । କୋଭିଡ୍ ଗାଇଡଲାଇନ ଅନୁସାରେ ପରୀକ୍ଷା କରାଯିବ । ୩୦% ସିଲାବସ୍ ହ୍ରାସ ହୋଇଥିବାରୁ ୭୦% ମଧ୍ୟରେ ପରୀକ୍ଷା ହେବ । ରେଜଲ୍ଟ ବାହାରିବା ପରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଥାଉକି ଜୁଲାଇ ୩୦ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ଅଫ୍ଲାଇନ୍ ପରୀକ୍ଷା ଆରମ୍ଭ ହେବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଚଳିତ ଥର ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଅଫ୍ଲାଇନ ପରୀକ୍ଷା ପାଇଁ ଫର୍ମ ଫିଲପ ତାରିଖ ମଧ୍ୟ ଘୋଷଣା କରାଯାଇଛି। । ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଜୁଲାଇ ୫ରୁ ୧୪ ତାରିଖ ମଧ୍ୟରେ ଫର୍ମ ଫିଲପ୍ କରିପାରିବେ । ଏବଂ ୩୦ର ତାରିଖରୁ ପରୀକ୍ଷା ଦେଇପାରିବେ ।
ତେବେ କରୋନା କାଳକୁ ଦେଖି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି ଛାଡ଼ କରିଛନ୍ତି ରାଜ୍ୟ ସରକାର । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଫି ଛାଡ଼ କରାଯାଇଛି । ଚଳିତ ଥର ମାଟ୍ରିକ ମୂଲ୍ୟାୟନରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି ଘରୋଇ ପିଲାଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ଦେଖାଦେଇଥିଲା । ଏଥିସହିତ ସେମାନଙ୍କର ପରୀକ୍ଷା ଫଳ ୩୦ ପ୍ରତିଶତ ବଢ଼ାଯାଉ ବୋଲି ଦାବି କରିଥିଲା ଘରୋଇ ସ୍କୁଲ୍ର ଛାତ୍ରାଛତ୍ରୀ ।
No Result
View All Result