No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ଶ୍ରୀକ୍ଷେତ୍ର ମାର୍ଗ ୨ୟ ଲାଇନରେ ଜନୈକ ବ୍ୟକ୍ତିଙ୍କ ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସଂପୃକ୍ତ ସାହି ବାସିନ୍ଦା ଆର ତ୍ରିପତି ଦୋରାଙ୍କ ସ୍ତ୍ରୀ ଆର ରାଣୀ ଦୋରା (୩୪) । ପରିବାର ଲୋକେ ଏହାକୁ ଏକ ଆତ୍ମହତ୍ୟା କହୁଥିବା ବେଳେ ବାପାଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ହିଞ୍ଜିଳି ପୁଲିସ ନଂ- ୩୪୫/୨୧ରେ ଏକ ମାମଲା ରୁଜୁ କରି ସନ୍ଦେହରେ ମହିଳାଙ୍କ ସ୍ୱାମୀ ଆର ତ୍ରିପତୀଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି । ଶବକୁ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ଶ୍ରୀକ୍ଷେତ୍ର ମାର୍ଗ ୨ୟ ଲାଇନର ତ୍ରୀପତିଙ୍କ ପରିବାର ସଦସ୍ୟ ଗୁରୁବାର ଭୋର ପ୍ରାୟ ସାଢେ ୫ଟାରେ ଘର ବାରଣ୍ଡାରେ ବସିଥିବା ବେଳ ସ୍ତ୍ରୀ ରାଣୀ ଘର ଭିତରେ ଶରୀରରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ମହିଳାଙ୍କ ସ୍ୱାମୀ କହିଛନ୍ତି ।

ଘଟଣା ନେଇ ତ୍ରିପତୀଙ୍କ ସାନ ଭାଇ ନାଗେଶ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ମହିଳାଙ୍କ ଭାଇ ଶଙ୍କରଙ୍କୁ କହିଥିଲେ । ଖବର ପାଇ ମହିଳାଙ୍କ ଭାଇ ଘଟଣା ସ୍ଥଳରେ ପଂହଚି ଭଉଣୀଙ୍କ ଅର୍ଦ୍ଧଦଗ୍ଧ ଶବକୁ ଦେଖି ହତ୍ୟା କରାଯାଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଅପରାହ୍ନରେ ସାଇଂଟଫିକ ଟିମ ଓ ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ଘଟଣା ସ୍ଥଳରେ ପଂହଚି ପାରିପାର୍ଶିକ ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ ଓ ଛାନଭିନ ତଦନ୍ତ କରିଥିଲେ । ଏକଜ୍ୟୁକେଟିଭ ମାଜିଷ୍ଟେଟ ତଥା ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଶବକୁ ଜବତ କରି ସନ୍ଧ୍ୟାରେ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଏସଆଇ ତଥା ତଦନ୍ତକାରୀ ଅଧିକାରୀ ବାସୁଦେବ ଭୋଇ କହିଛନ୍ତି ।

ପ୍ରକାଶ ଥାଉକି, ଏବଂ ଶଶୁର ଘର ଲୋକେ ବାହାଘରର ୫ ବର୍ଷ ପରେ ବିଭିନ୍ନ କଥାକୁ କେନ୍ଦ୍ର କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ମହିଳାଙ୍କ ସ୍ୱାମୀ କଲିକତାରେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିବା ବେଳେ ଗତ ୭ ମାସ ଧରି କାମ କରିବା ସକାଶେ କଲିକତାକୁ ନଯାଇ ଘରେ ରହିଥିଲେ । ବିଭିନ୍ନ ସମୟରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କଳହ ଉପୁଜିବା ସହ ମାରଧର କରୁଥିବା ନେଇ ମୃତ ମହିଳାଙ୍କ ଭାଇ ଶଙ୍କର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ପରିବାର କଳହକୁ କେନ୍ଦ୍ର କରି ମହିଳାଙ୍କ ଭାଇ ଘଟଣାକୁ କର୍ଣ୍ଣପାତ କରୁନଥିଲେ । ମହିଳାଙ୍କ ଶଶୁର ଗତ ପ୍ରାୟ ୨ମାସ ପୂର୍ବେ ମୃତ୍ୟୁ ବରଣ କରିବା ପରେ ସ୍ୱାମୀ ସମେତ ଶାଶୁ ଓ ନଣନ୍ଦ ଅକଥନୀୟ ଅତ୍ୟାଚାର କରୁଥିଲେ ବୋଲି ମହିଳାଙ୍କ ଭାଇ ପୁଲିସକୁ କହଛିନ୍ତି । ପ୍ରକୃତରେ ମହିଳାଙ୍କ ଜଣକ ଶାଶୁ ଘରର ଅତ୍ୟାଚାର ସହ୍ୟ କରିନପାରି ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ସନ୍ଦେହ ଘେରରେ ରହିଛି । ବ୍ୟବଛେଦ ରିପୋର୍ଟ ମିଳିବା ପରେ ଘଟଣାର ଫର୍ଦ୍ଦାଫାଶ ହେବ ଏବଂ ହତ୍ୟା କରାଯାଇଥିଲେ ଦୋଷୀଙ୍କ ବିରୋଦ୍ଧରେ ଆଇନାନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସିକା ଏସଡ଼ିପିଓ ସିଂ କହିଛନ୍ତି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result