No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :- ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହକୁ ରାଜ୍ୟ ସରକାର ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରି ଆସୁଛନ୍ତି । ଏହି ଅବସରରେ ହିଞ୍ଜିଳିକାଟୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ବ୍ଳକ ଶାସନଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜେଏମଏଫସି ନ୍ୟାୟଳୟ ର ବିଚାରପତି ରାଜଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଆଦର୍ଶ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା ।
ଚଳିତ ମୌସୁମୀ ଅଭିଯାନ ମାଧ୍ୟମରେ ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟ ପରିସର ସମେତ ନିକଟବର୍ତି ଅଂଚଳରେ ୧ ହଜାରରୁ ଅଧିକ ଚାରାରୋପଣ କରାଯାଇ ଜଙ୍ଗଲ ପରିବେଶ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅରୁଣ କୁମାର ପଟେଲ କହିଛନ୍ତି । ସ୍ଥାନୀୟ ବନ ବିଭାଗୀୟ ଭାରପ୍ରାପ୍ତ ଅଧିକାରୀ ଏନ. ବାଲାଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ନ୍ୟାୟଳୟ କର୍ମଚାରୀ ଶିବରାମ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟାପକ ଅମୀୟ ମହାପାତ୍ର, ମଙ୍ଗରାଜ ମଲ୍ଲିକ, ଅମ୍ବିକା ପ୍ରସାଦ ଦାଶ, ଅଧ୍ୟାପିକା ପଦ୍ମିନି ବାରିକ, ନର୍ମଦା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result