No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ହିଞ୍ଜିଳିକାଟୁ :- ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ବିଷୋୟୀ ନୁଆଁପଲ୍ଲୀ ଛକ୍ ନିକଟରେ ଗୁରୁବାର ଅପରାହ୍ନରେ ରାସ୍ତା ପ୍ୱାଶ୍ୱର୍ରେ ଥିବା ଏକ ରୋଡ଼ ରୋଲରକୁ ଏକ ଟିଭିଏସ ମୋଟର ସାଇକେଲ (ଓଡ଼ି୦୭ଏସ ୯୦୭୧) ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଭଞ୍ଜନଗର ଥାନା କୁଲାଗଡ଼ ଗ୍ରାମର ତପନ କୁମାର ପ୍ରଧାନ (୩୧) । ପ୍ରକାଶ ଯେ, ବ୍ରହ୍ମପୁର ଠାରୁ ଯୁବକ ଜଣକ ବାଇକ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ବିଷୋୟୀ ନୂଆଁପଲ୍ଲୀ ଛକ
ରାସ୍ତା ପ୍ୱାଶ୍ୱର୍ରେ ଥିବା ଏକ ରୋଡ଼ ରୋଲରକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ । ଦୂର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ଯୁବକଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result