ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ଭୁବନେଶ୍ୱର ,ରିପୋର୍ଟ ଅଭିମନ୍ୟୁ :- ବିଜେଡ଼ି ଦଳ ସୁପ୍ରିମୋ ଙ୍କ ଉପରେ କଡା ସମାଲୋଚନା କରି ସୌମ୍ୟ ରଞ୍ଜନ ଦଳରେ ବିଶୃଙ୍ଖଳା ର ଚାରା ପୋତୁଥିବା କଥା ସାମ୍ନା କୁ ଆସିଛି । ବିଜେଡ଼ିର ବରିଷ୍ଠ ଉପସଭାପତି ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ତାଙ୍କ ଖବରକାଗଜର ( ଆମ ଘରର ହାଲଚାଲ ) ସ୍ତମ୍ଭରେ ସିଧାସଳଖ ବିଜେଡ଼ିର ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ନବୀନଙ୍କୁ ଆଙ୍ଗୁଳି ଦେଖାଇ କହିଛନ୍ତି :- ସୌମ୍ୟରଂଜନ

1. ନବୀନ ବାବୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିନ୍ତୁ ଲୋକଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ ।

2. ହାତଗଣତି କିଛି ଅନୁଗାମୀ ଓ ପ୍ରଶାସକଙ୍କ ସହାୟତାରେ ନବୀନ ବାବୁ କାର୍ଯ୍ୟକରିବାକୁ ପସନ୍ଦ କରନ୍ତି ।

3. କରୋନା ସମୟରେ ନବୀନଙ୍କ କାମ କରିବାର ତରିକା ସୀମିତ ହୋଇଯାଇଛି । ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି ନବୀନ

ଏହାପରେ କୋଭିଡ୍ ମୃତ୍ୟୁର ସତ ମିଛକୁ ନେଇ କଡ଼ା ସମାଲୋଚନା କରି କହିଛନ୍ତି :-

x . ଅନାଥ ଶିଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ସୁବିଧା କୋଭିଡର ତୃଟିକୁ ପଦାରେ ପକାଇଲା ।

x . ବିରୋଧୀଙ୍କ ସ୍ବରରେ ମଧୁ ସ୍ବର ମିଳାଇଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଶ୍ବେତପତ୍ର ପ୍ରକାଶ କରିବାକୁ କହିଛନ୍ତି ସୌମ୍ୟରଂଜନ । ସବୁଠାରୁ ବଡ଼ କଥା ହେଉଛି ନବୀନଙ୍କ ବଡ଼ ଦୁର୍ବଳତା କୁହାଯାଉଥିବା ପ୍ରଶାସନକୁ ସିଧାସଳଖ ସମାଲୋଚନା କରିବା ସହ ଆଙ୍ଗୁଳି ନିର୍ଦେଶ କରିବାକୁ ପଛାଇନାହାନ୍ତି ସୌମ୍ୟରଂଜନ ପଟ୍ଟନାୟକ । ପ୍ରଶାସନରେ ବାମ ହାତ କଣ କରୁଛି ତାହା ଡାହାଣ ହାତ ଜାଣିପାରୁ ନାହିଁ ବୋଲି ନବୀନ ସରକାରର ପେଡ଼ି ଖୋଲିଛନ୍ତି ସୌମ୍ୟରଂଜନ ।

ବିଜେଡି ରେ ରହି ବିଜେଡି ସୁପ୍ରିମୋ ଙ୍କ ବିଷୟରେ ଏଭଳି ତୀବ୍ର ସମାଲୋଚନା କରି ସୌମ୍ୟ ରଞ୍ଜନ ଆସିଛନ୍ତି ଚର୍ଚ୍ଚାକୁ .. ବିଜେଡିର ୭ ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ବରିଷ୍ଠ ଉପସଭାପତି ଓ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଖୋଲାଖୋଲି ନିଜ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଦଳରେ ଆଉ ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି ତ ସୌମ୍ୟରଞ୍ଜନ..? ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ରାଜନୈତିକ ମହଲରେ । ତେବେ ଖୋଲାଖୋଲି ଗଣମାଧ୍ୟମରେ ଦଳ ସୁପ୍ରିମୋଙ୍କୁ ଦୃଢ଼ ସମାଲେଚନା କରିବା ପରେ ବିଜେଡିରେ ସୃଷ୍ଠି ହୋଇଛି ଆଲୋଡନ । ତେବେ ବିଜେଡି ସୌମ୍ୟରଂଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ନା ଚୁପ୍ ରହିବ ତାହାକୁ ନେଇ ଏବେ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।