ମନ୍ଦିରରୁ ଚୋରି ଘଟଣାରେ ଅଭିଯୁକ୍ତକୁ ଧରିବାକୁ ଯାଇ : ଅଭିଯୁକ୍ତ ଠାରୁ ଓଲଟା ନିସ୍ତୁକ ମାଡ଼ ଖାଇଛି ତିର୍ତ୍ତୋଲ ପୋଲିସ

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର) ଜଗତସିଂହପୁର :- ମନ୍ଦିରରୁ ଚୋରି ଘଟଣାରେ ଅଭିଯୁକ୍ତକୁ ଧରିବାକୁ ଯାଇ ଅଭିଯୁକ୍ତ ଠାରୁ ଓଲଟା ନିସ୍ତୁକ ମାଡ଼ ଖାଇଛି ତିର୍ତ୍ତୋଲ ପୋଲିସ । ଏପରି ଏକ ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ପୋଲିସ ଠାରୁ ଲାଠି ଛଡାଇ ଅଭିଯୁକ୍ତ ମାଡ଼ ମାରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ଚୋର ଧରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଲା ପୋଲିସ । ସର୍ବ ସମ୍ମୁଖରେ ପୋଲିସକୁ ନିସ୍ତୁକ ମାଡ଼ ମାରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି ଅଭିଯୁକ୍ତ ଚୋର । ତିର୍ତ୍ତୋଲ ଥାନା ତେରମାଣପୁର ବାଲିସାହି ଗାଁ ମନ୍ଦିରରୁ ଗତକାଲି ରାତିରେ ଠାକୁରଙ୍କ ଅଳଙ୍କାର ସହ ଡଂ ବାକ୍ସ ଓ ଘଣ୍ଟ ଆଦି ଚୋରି ହୋଇଯାଇ ଥିଲା ।

ଏହି ବାବଦରେ ଆଜି ଗ୍ରାମବାସୀ ମାନେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନୀ କୁକୁର ମନ୍ଦିର ନିକଟରୁ ବାସ୍ନା ଶୁଙ୍ଘି ଶୁଙ୍ଘି ବାଲିସାହି ଗାଁର ନନ୍ଦକିଶୋର ବରାଳଙ୍କ ଘରେ ପହଞ୍ଚି ଥିଲା । ଫଳରେ ନନ୍ଦ କିଶୋରକୁ ସନ୍ଦେହ କରି ପୋଲିସ ତାର କବାଟ ବାଡେଇବାରୁ ଅଭିଯୁକ୍ତ ନନ୍ଦକିଶୋର ଘରୁ ଏକ ଖଣ୍ଡା ଧରି ବାହାରିବା ସହପୋଲିସ ସହିତ ଯୁକ୍ତିତର୍କ କରିଥିଲା । ପରେ ସେଠାକୁ ଯାଇଥିବା ଜନିକ ହାବିଲଦାରଙ୍କ ହାତରୁ ଲାଠି ଛଡାଇ ସମ୍ପୃକ୍ତ ହାବିଲଦାର ଙ୍କୁ ସେହି ଲାଠିରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲା ଓ ସେଠାରୁ ଫେରାର ହୋଇ ଯାଇଥିଲା ।

ଏହି ଦୃଶ୍ୟ ଦେଖି ଅନ୍ୟ ପୋଲିସ କର୍ମଚାରୀମାନେ ସେଠାରୁ ଭୟରେ ଚାଲିଯିବାର ଦେଖା ଯାଇଥିଲା । ସମ୍ପୃକ୍ତ ଯୁବକ ସ୍ପଷ୍ଟ ଦିବାଲୋକରେ ସର୍ବ ସମ୍ମୁଖରେ ଏପରି କାଣ୍ଡ ଘଟା ଇ ଫେରାର ହୋଇ ଯାଇଥିଲେ ମଧ୍ୟ କେହି ଏହାର ପ୍ରତିବାଦ କରିବାକୁ ସାହସ କରିନଥିଲେ । ଅଭିଯୁକ୍ତ ଚୋରକୁ ଧରିବାକୁ ଯାଇ ବିଚରା ପୋଲିସ ଅଭିଯୁକ୍ତ ଠାରୁ ନିସ୍ତୁକ ମାଡ଼ ଖାଇବା ପରେ ସାଧାରଣ ଲୋକେ ଆଉ କେଉଁଠାରୁ ନ୍ୟାୟ ପାଇବେ ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । (ରଶ୍ମି ରଞ୍ଜନ ଖୁଣ୍ଟିଆ )