No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ଜୁଲାଇ , ଗୁରୁବାର ) ଓଡ଼ଗାଁ :- ପରିବେଶ କୁ ସବୁଜ ସୁନ୍ଦର କରି ଗଢି ତୋଳିବା ନିମନ୍ତେ ସାରା ବିଶ୍ବରେ ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ଦିବସ ରୂପେ ପାଳନ କରାଯାଏ । ଆଜି ଅପରାହ୍ନରେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚୁପାଣ୍ଡବ ସ୍ଥିତ ମା ବାଗ୍ଦେବୀଙ୍କ ରାସ୍ତାରେ କୁରାଳ ସରପଞ୍ଚ ଝିଲ୍ଲୀ ପ୍ରଧାନଙ୍କ ଦ୍ବାରା ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ୧ଟି ବରଗଛ ଏବଂ ସ୍ବର୍ଗତ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପରିବେଶ ସାଥି ସୁକାନ୍ତ ଭାଈ ସମ୍ଭବ ପରିଚାଳନା ସଭ୍ୟା ରେଣୁ ଅପା କୁରାଳ ଗ୍ରାମବାସୀଙ୍କ ତରଫରୁ ୧ଟି ଅଶ୍ଵତ୍ଥ ବୃକ୍ଷ ରୋପଣ କରିଥିଲେ ।

ପରିବେଶ ସାଥି ସୁକାନ୍ତ ଭାଈ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ର ମହାତ୍ମା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହିତ ଚଳିତ ବର୍ଷା ଋତୁରେ ଭାରତ ସ୍ବାଧୀନତାର ମହାନ୍ ବିପ୍ଳବୀ ତଥା ଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ସ୍ବର୍ଗତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଉଦ୍ଦେଶ୍ୟରେ ଆରୋମୀରା ଟ୍ରଷ୍ଟ , କୁରାଳ ପରିବେଶ ସାଥି ଅନୁଷ୍ଠାନ ତରଫରୁ ଆମ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପରିବେଶ ସାଥି ସୀମାଞ୍ଚଳ ସାହୁ , ପାଣୁ ଖଟେଇ , ଶିବପ୍ରସାଦ ଖଟେଇ , ସାନ୍ତାନୁ ଚୌଧୁରୀ , କାଳୁ ପ୍ରଧାନ , ରାଜ କିଶୋର ନାୟକ , ମନୋଜ କୁମାର ଦାଶ ସହଯୋଗ କରିଥିଲେ ।ଆଗାମୀ ସାତଦିନ ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳିଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result