No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧/୦୭. ଗୁରୁବାର) ଭୁବନେଶ୍ୱର :- ନାବାଳକ ଚା’ ଦୋକାନୀକୁ ଗୋଇଠା ମାଡ ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋମଗାର୍ଡ ହେଉଛନ୍ତି ଏ.କେ. ବିଶ୍ୱାଳ । ସେ ୨୯ ନମ୍ବର ପିସିଆରର ଡ୍ରାଇଭର ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଏହା ଛଡ଼ା ଘଟଣା ଦିନ ପିସିଆର୍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି । ହୋମଗାର୍ଡ ଜଣଙ୍କ ନାବାଳକଙ୍କୁ ଗୋଇଠା ମାରିବା ବେଳେ ଅନ୍ୟ କର୍ମଚାରୀ କାହିଁକି ଅଟକାଇଲେ ନାହିଁ । ଓମଫେଡ୍ ବୁଥରୁ ବ୍ରେଡ୍ ଓ କ୍ଷୀର ସବୁ କିଏ ନେଲା ? ଏଭଳି ଅନେକ ଦିଗରୁ ଅତିରିକ୍ତ ଡିସିପି ତଦନ୍ତ କରିବେ । ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରାଯିବ ବୋଲି ଡିସିପି କହିଛନ୍ତି ।
ଗତ ୨୯ ତାରିଖରେ ସହୀଦନଗର ଥାନା ଅନ୍ତର୍ଗତ କେସୁରା ଛକରେ ଏକ ଦୋକାନ ଖୋଲା ଥିବା ଦେଖି ପିସିଆର୍ ଭ୍ୟାନ ଆସିଥିଲା । ନବମ ଶ୍ରେଣୀରେ ପଢ଼ୁଥିବା ନାବାଳକ ଜଣଙ୍କୁ ପୋଲିସ କର୍ମଚାରୀ ଧମକାଇବା ସହ ବୁଥରେ ଥିବା କ୍ଷୀର ଓ ବ୍ରେଡ୍ ନେଇ ଯାଇଥିଲେ । ଏଥିସହ ନାବାଳକ ଜଣକୁ ଜଣେ ପୁଲିସ୍ କର୍ମଚାରୀ ଗୋଇଠା ପରେ ଗୋଇଠା ମାରି ଚାଲିଥିବାର ଭିଡିଓ ଫୁଟେଜ ସିସିଟିଭିରେ କଏଦ ହୋଇଥିଲା। ଏହା ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି । ପୁଲିସର ଏଭଳି ଅମାନୁସିକ କାର୍ଯ୍ୟକୁ ବିଭିନ୍ନ ମହଲରୁୁ ନିନ୍ଦା କରାଯାଇଛି । ଯାହାକୁ ଲକ୍ଷ୍ୟରେ ରଖି ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
No Result
View All Result