No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସି ସି ଡ଼ି ଆନୁକୁଲ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ବେଙ୍ଗାଲୋରର “ୟୁନାଇଟେଡ ୱେ” ସଂସ୍ଥା ନିଜ ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହି ଜିଲ୍ଲାର ସିସିଡି ମାଧ୍ୟମରେ ୧ଶହ ଅକ୍ସି ଫ୍ଲୋ ମିଟର ପ୍ରଦାନ କରିଛି । ସୂଚନା ଯୋଗ୍ୟ ଯେ, କରୋନା ମହାମାରୀର ମୁକାବିଲା ନିମନ୍ତେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ସିମିଟର ଦ୍ୱାରା ସ୍ୱାସ୍ଥ୍ୟ ଯାଞ୍ଚ ଆଦି କାର୍ଯ୍ୟକ୍ରମ ଚାଲୁ ରହିଛି । ଜିଲ୍ଲାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଟିମ୍ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଏଭଳି ସ୍ଥଳେ ଅକ୍ସିମିଟର ଅଭାବ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଙ୍ଗାଲୋର ସ୍ଥିତ
“ୟୁନାଇଟେଡ ୱେ” ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲାରେ ଥିବା ତାଙ୍କର ଅଂଶୀଦାର ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମୁଦାୟିକ ବିକାଶ ସଂସ୍ଥା (ସିସିଡି) ମାଧ୍ୟମରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ୧୦୦ଗୋଟି ଅକ୍ସି ଫ୍ଲୋ ମିଟର ପ୍ରଦାନ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି ୧୦୦ ଗୋଟି ଅକ୍ସି ଫ୍ଲୋ ମିଟରକୁ ଗଜପତିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ସିସିଡିର ମୁଖ୍ୟ ଏ.ଜଗନ୍ନାଥ ରାଜୁ ସ୍ୱାସ୍ଥ୍ୟ ବିଭାଗର ଷ୍ଟୋର ଫାର୍ମାସିଷ୍ଟ କେ.ଭି.ସରସ୍ୱତୀଙ୍କୁ ହସ୍ତାନ୍ତର କରିଥିଲେ । ଏହି ଅକ୍ସି ଫ୍ଲୋ ଉପକରଣ ଜିଲ୍ଲା ଚିକିତ୍ସାଳୟର ଦକ୍ଷତା ଉନ୍ନତିରେ ବିଶେଷ ସାହାଯ୍ୟ କରିବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବାଙ୍ଗାଲୋରର ଏହି ସଂସ୍ଥା ସିସିଡି ମାଧ୍ୟମରେ ଗଜପତି ଜିଲ୍ଲା ପ୍ରଶାସନକୁ ୧ଶହ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result