No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ଭୁବନେଶ୍ୱର :- ଏଣ୍ଟର୍ପ୍ରେନ୍ୟୁଅର୍ସିପ୍ ଡେଭେଲପ୍ମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ର ହ୍ୟାଣ୍ଡ୍ମେଡ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ଦେଶର ଛଅଟି ହସ୍ତତନ୍ତ କ୍ଲଷ୍ଟର୍ର ୬୦୦୦ ପାରମ୍ପରିକ ହସ୍ତତନ୍ତ ବୁଣାକାରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଇଡିଆଇଆଇ ଓ ୟର୍ନଷ୍ଟ୍ ଆଣ୍ଡ୍ ୟଙ୍ଗ୍ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓ ଏଚ୍ଏସ୍ବିସିର ସହାୟତା ମିଳିଥିବା ଏହି ପ୍ରକଳ୍ପରେ ପାରମ୍ପରିକ ବୁଣାକାରଙ୍କୁ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ କରାଯାଉଛି । ସେମାନଙ୍କ ପାଇଁ କ୍ରେଡିଟ୍ ଲିଙ୍କେଜ୍, ଦକ୍ଷତା ଗଠନ, ବଜାର ଲିଙ୍କେଜ୍, ଡିଜାଇନ୍ ବିକାଶ, ସୋସିଆଲ୍ ମିଡିଆ ମାର୍କେଟିଂ ଓ ସଂସ୍ଥା ଗଠନ ଭଳି ପଦକ୍ଷେପଗ୍ରହଣ କରାଯାଉଛି । ଓଡ଼ିଶାର ବରଗଡ଼, ଆସାମର କାମରୁପ, ଗୁଜରାଟର ସୁରେନ୍ଦ୍ରନଗର, ଭୁଜ ଓ ମଧ୍ୟପ୍ରଦେଶର ମହେଶ୍ୱରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ବୁଣାକାରଙ୍କ ମଧ୍ୟରେ ଉଦ୍ୟମିତା ପ୍ରତିଦ୍ୱନ୍ଦ୍ୱିତା ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ନିରନ୍ତର ହସ୍ତତନ୍ତ ବୁଣିବା ଓ ଅନ୍ୟାନ୍ୟ ଆୟ କାର୍ଯ୍ୟକଳାପ ଜରିଆରେ ସ୍ଥାନୀୟ ଲୋକମାନଙ୍କୁ ଯୋଡ଼ିବା ପାଇଁ ହସ୍ତତନ୍ତ ପ୍ରାକ୍ଟିସନର୍ଙ୍କ ଜ୍ଞାନ ଓ ଉଦ୍ୟମିତା ଦକ୍ଷତାରେ ଉନ୍ନତି ଆଣିବା ଲକ୍ଷ୍ୟ ରଖି ସଂସ୍ଥା ସଗଠନ କରାଯାଉଛି । ଇଡିଆଇଆଇ ତରଫରୁ ଏକ ଯୋଜନା ବିକଶିତ କରାଯାଇଛି ଯେଉଁଥିରେ ବୁଣାକାରଙ୍କ ଦକ୍ଷତା ବଢ଼ାଇବା, ନୂଆ ଯୁଗର ମାର୍କେଟିଂ ରଣନୀତି,

ଋଣ ଉପଲବ୍ଧତା ବଢ଼ାଇବା ଓ ହନ୍ତତନ୍ତ କ୍ଷେତ୍ରକୁ ବଞ୍ଚାଇବା ଲାଗି ଯୁବପିଢ଼ିଙ୍କୁ ଯୋଡ଼ିବା ଲାଗି ଉଦ୍ୟମ କରାଯାଉଛି । ଏହି କ୍ଲଷ୍ଟର୍ଗୁଡ଼ିକରେ ଥିବା ବୁଣାକାରମାନଙ୍କ ଆୟ ଓ ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବା ଲାଗି ଏହି ପଦକ୍ଷେପଗୁଡ଼ିକୁ ଗ୍ରହଣ କରାଯାଇଛି । ଇଡିଆଇଆଇ ଏଚ୍ଏମ୍ଆଇ କ୍ଲଷ୍ଟର୍ ତରଫରୁ ଡିଜିଟାଲ୍ ମାର୍କେଟିଂରେ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରାଯାଉଛି । ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଓ ଅନ୍ୟ ଇ-କମର୍ସ ପୋର୍ଟାଲ୍ରେ ଆକାଉଌକ୍ଷଗ୍ଧ;୍ ଖୋଲିବା ଲାଗି ବୁଣାକାରମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ବ୍ୟବସାୟ କାମ ପାଇଁ ହ୍ୱାଟ୍ସଆପ୍କୁ ବ୍ୟବହାର କରିବା କାର୍ଯ୍ୟ ଶିଖାଯାଉଛି । କ୍ୟୁଆର୍ କୋଡ୍, ବାର୍ କୋଡ, ଟ୍ରେଡ୍ ମାର୍କ ପଞ୍ଜୀକରଣ, ଭର୍ଚୁଆଲ୍ ମୋଡ୍ରେ ଫ୍ୟାବ୍ରିକ୍ର ୩ଡି ଡେପ୍ରିଂ ବିଷୟରେ ମଧ୍ୟ ବୁଣାକାରମାନଙ୍କୁ ଶିକ୍ଷା ଦିଆଯାଉଛି । ଏହି ସବୁ କାର୍ଯ୍ୟକଳାପ ବ୍ୟତୀତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଭୋକାଲ୍ ଫର୍ ଲୋକାଲ୍ ୱେବିନାର୍ ଆୟୋଜନ କରାଯାଉଛି । ଡିଜାଇନ୍ର ଆଧୁନିକୀକରଣ, ବଜାର ହାସଲ ଓ କ୍ରେଡିଟ୍ ଲିଙ୍କେଜ୍ରେ ସହାୟତା ପ୍ରଦାନ କରିବା ବ୍ୟତୀତ ଇଡିଆଇଆଇ ପକ୍ଷରୁ ସେମାନଙ୍କୁ ଜାତୀୟ ସ୍ତରରେ ପ୍ରତ୍ୟକ୍ଷ ଭାବେ ଓ ଭର୍ଚ୍ରୁ୍ରଆଲ୍ ପ୍ରଦର୍ଶନୀରେ ଉତ୍ପାଦ ଗୁଡ଼ିକୁ ପ୍ରଦର୍ଶନ କରିବା ଲାଗି ଏହି ମହାମାୀରୀ ସମୟରେ ସୁଯୋଗ ଦିଆଯାଉଛି
No Result
View All Result