No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ହିଞ୍ଜିଳିକାଟୁ :- ରାଜ୍ୟ ପାଣିପାଗ ବିଭାଗର ପୂର୍ବାନୁମାନ କ୍ରମେ ହିଞ୍ଜିଳି ଓ ଏହାର ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ବେଳେ ପ୍ରଚଣ୍ଡ ଘଡଘଡି,ବଜ୍ରପାତ ସହ ଅସରାଏ ବର୍ଷା ଅନୁଭୂତ ହୋଇଛି।ତୁହାକୁ ତୁହା ବଜ୍ରପାତ ଘଟିବା ଫଳରେ ହିଞ୍ଜିଳିଥାନା ପୋୖରାଞ୍ଚଳର ଜଣେ ଗାଈ ଚରାଳିର ଶୋଚନୀୟ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ପୌରାଞ୍ଚଳର ୨ ନଂ ୱାର୍ଡ କରୁଣାକର ମାର୍ଗ ବାସିନ୍ଦା ଶିବ ଗୌଡ଼(୩୭)।ମିଳିଥିବା ସୂଚନା ଅନୁଯାୟୀ ମୃତ ଶିବ ସବୁଦିନ ଭଳି ଅନ୍ୟ ସାଥି ଗାଈ ଚରାଳିଙ୍କ ସହ ଗ୍ରାମ ନିକଟସ୍ଥ ଗହୀର ଚାଷ ଜମିରେ ଗାଈ ପଲକୁ ନେଇ ଚରାଇବା ପାଇଁ ଯାଇଥିଲେ।ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ଅସରାଏ ବର୍ଷାଏବଂ ପ୍ରଚଣ୍ଡ ଘଡଘଡି ଶବ୍ଦ ସହ ତୁହାକୁ ତୁହା ବଜ୍ରପାତ ଘଟିଥିଲା।ବଜ୍ରପାତ ଆଘାତରେ ଶିବ ଗୁରୁତର ଆହତ ହୋଇଥିଲେ।
ପରିବାର ସଦସ୍ୟ ଓ ସାଥୀମାନେ ତାଙ୍କୁଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ତହସିଲଦାର ପ୍ରଭାତ କୁମାର ପରିଡା,ଅତିରିକ୍ତ ତହସିଲଦାର ସୁନିଲ କୁମାର ପ୍ରଧାନ,ରାଜସ୍ୱ ନିରୀକ୍ଷକ ଅରବିନ୍ଦ ଦାସ ଓ ପୁଲିସ ପ୍ରମୁଖ ଚିକିତ୍ସାଳୟରେ ପହଞ୍ଚିଥିଲେ।ପୁଲିସ ଶବ ଜବତ କରି ୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ଶବ ବ୍ରହ୍ମପୁର ବଡ ଡାକ୍ତରଖାନା ପଠାଇ ତଦନ୍ତ ଚଳାଇଛି। ଜଣେ ଗାଈ ଚରାଳି ଭାବେ ସେ ପରିବାର ପରିପୋଷଣ କରୁଥିବାରୁ ମୃତକର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।ଘଟଣା ପରେ ପରିବାର ଓ ଗ୍ରାମରେ ଦୁଃଖଦ ପରିବେଶ ସୃଷ୍ଟି ହୋଇଛି। ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result