ରକ୍ତ ଦେଇ କୀଡନି ରୋଗରେ ଆକ୍ରାନ୍ତ ଥିବା ଯୁବକଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମୀ

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ନୂଆପଡା :- ଆଜି ଆମର ଜଣେ ୧୦୮ ଆମ୍ବୁଲାନ୍ସ ଇଏମଟି ଗୁରୁତର ଭାବେ କୀଡନି ରୋଗରେ ଆକ୍ରାନ୍ତ ଥିବା ଜଣେ ଅସହାୟ ଯୁବକଙ୍କୁ ରକ୍ତଦାନ କରି ତାଙ୍କର ଜୀବନ ବଞ୍ଚାଇଛନ୍ତି । ଉକ୍ତ ଯୁବକ ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ଦାମଝର ଗ୍ରାମସ୍ଥିତ ତେଜରାଜ ବେହେରା । ସେ ଗତ ୧୮.୦୬.୨୦୨୧ରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଜୀବନ ବଞ୍ଚାଇବା ପାଇଁ o+ ରକ୍ତ ଯୋଗାଡ କରିବାକୁ ଡାକ୍ତର ପରିବାରବର୍ଗଙ୍କୁ ପରାମର୍ଶ ଦେଇଥିଲେ । ଏହି ସଂପର୍କରେ ଆମ ଇଏମଟି ହିମାଂଶୁ ବେହେରା ତାଙ୍କ ସଂପର୍କୀୟଙ୍କ ଠାରୁ ସୂଚନା ପାଇବା ପରେ ସେ ସେହି ଉକ୍ତ ଅଜଣା ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ନିଷ୍ପତି ନେଇଥିଲେ ।

ସେହି ସମୟରେ ସେ ନିଜ କର୍ମକ୍ଷେତ୍ରରେ ଯୋଗ ଦେବା ପାଇଁ ବାହାରି ଥିବାବେଳେ କିନ୍ତୁ ଚାକିରି ଅପେକ୍ଷା ପ୍ରଥମେ ଉକ୍ତ ରୋଗୀର ଜୀବନ ବଞ୍ଚାଇବା ପାଇଁ ନିଷ୍ପତି ନେଇଥିଲେ । ସେ ନିଜର ମାନବିକତା ଦେଖାଇ ତାଙ୍କ ସ୍ଥାନରେ ଆଉ ଜଣେ ଇଏମଟିଙ୍କୁ ନିଜ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଏହା ପରେ ସେ ହସ୍ପିଟାଲ ଅଭିମୁଖେ ବାହାରି ପଡିଥିଲେ ରକ୍ତ ଦେଇ ଉକ୍ତ ରୋଗୀର ଜୀବନ ବଞ୍ଚାଇବା ପାଇଁ । ତାଙ୍କର ବ୍ଲଡ ଗ୍ରୁପ ହେଉଛି o+