• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଞ୍ଚାୟତରେ ବିକାଶ ବାଟବଣା ସରକାରୀ ନଳକୂପ ହାଇଜାକ୍

Proprietor Abhimanyu Maharana by Proprietor Abhimanyu Maharana
June 29, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ପଞ୍ଚାୟତରେ ବିକାଶ ବାଟବଣା ସରକାରୀ ନଳକୂପ ହାଇଜାକ୍
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ହିଞ୍ଜିଳିକାଟୁ :- ସାଧାରଣ ଜନତାଙ୍କ ବିକାଶ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଛି ବହୁ ଜନ ହିତକାରୀ ସରକାରୀ ଯୋଜନା।ଯୋଜନାର ସଫଳ ରୂପାୟନ ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିଶୃତି ବଦ୍ଧ।ସରକାରୀ ଯୋଜନାରୁ ସାଧାରଣ ଜନତା ଉପକୃତ ହେଲେ ଯୋଜନାର ବାସ୍ତବତା ପ୍ରତିଫଳିତ ହୁଏ ବୋଲି କୁହାଯାଏ ।କିନ୍ତୁ ବିକାଶ ନାମରେ ସରକାରୀ ଅର୍ଥ ବିନିଯୋଗରେ ଉଦ୍ଧିଷ୍ଟ ଯୋଜନାକୁ ଯଦି ମୋଡ଼ି ମକଚି ବାଟବଣା କରାଯାଏ ତେବେ ସାଧାରଣ ଲୋକେ ସୁଫଳ ପାଇବା ତ ଦୂରର କଥା ବିକାଶ କେବଳ ସଂଜ୍ଞାରେ ହିଁ ସୀମିତ ରହିଯାଏ ।ପଞ୍ଚାୟତ ଓ ଜଳ ପରିମଳ ବିଭାଗ ପକ୍ଷରୁ ପଞ୍ଚାୟତ ଗୁଡିକର ସଶକ୍ତିକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁ ପ୍ରସ୍ତୁତ କରିଛନ୍ତି । ପଞ୍ଚାୟତ ସ୍ତରରେ ଏସବୁ ଯୋଜନାର ସଫଳ ରୂପାୟନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ବ୍ୟୟ ବରାଦ ବି କରାଯାଉଛି । କିନ୍ତୁ କ୍ଷମତାର ଅପବ୍ୟବହାର କରି ଜଣେ ଜନ ପ୍ରତିନିଧିଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ନିଷ୍କ୍ରିୟତା ଯୋଗୁଁ ସରକାରୀ ନଳକୂପ ପଞ୍ଚାୟତରେ ହାଇଜାକ୍ ହେବା ଚିତ୍ର ସାମ୍ନାକୁ ଆସି ଘଟଣାରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଛି । ପୂର୍ବରୁ ଚାନ୍ଦୁଲି ପଞ୍ଚାୟତରେ ଇନ୍ଦିରା ଆବାସ ଯୋଜନାରେ ୪୨ଟି ଆବଣ୍ଟିତ ଆବାସ ଗୃହର ଖୋଳତାଡ ବେଳେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ଚହଳ ସୃଷ୍ଟି କରିଥିଲା । ସେତେବେଳେ ଉକ୍ତ ପ୍ରସଙ୍ଗ ହିଞ୍ଜିଳିବ୍ଳକରେ ହଇଚଇ ସୃଷ୍ଟି କରି ପ୍ରଶାସନିକ କଳ ସହ ପଞ୍ଚାୟତ ପାଇଁ ଏକ ଆଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସମ୍ପ୍ରତି ମାମଲାଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି । ଉକ୍ତ ଦୁର୍ନୀତିର ଗନ୍ଧ ଥମି ନ ଥିଲା ବେଳେ ପୁଣି ଆଉ ଏକ ଗୁରୁତର ପ୍ରସଙ୍ଗ ଏବେ ପଞ୍ଚାୟତରେ ମୁଣ୍ଡ ଟେକିଛି । ଘଟଣାରୁ ଦୁର୍ନୀତିର ବାସ୍ନା ବେଶ ବାରି ହୋଇ ପୁଣି ଥରେ ଚର୍ଚ୍ଚାସୃଷ୍ଟି କରିଛି । ସରକାରୀ ଜାଗା ଓ ସରକାରୀ ଅନୁଦାନରେ ନିର୍ମିତ ତଥା ସର୍ଵ ସାଧାରଣଙ୍କ ବ୍ୟବହାର ଲାଗି ଉଦ୍ଧିଷ୍ଟ ଏକ ନଳକୂପକୁ ଜାଣିଶୁଣି ପଞ୍ଚାୟତରେ ହାଇଜାକ୍ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ ସ୍ଥାନୀୟ ହିଞ୍ଜିଳିବ୍ଳକ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରାଯାଇ ସମ୍ପୃକ୍ତ ପଞ୍ଚାୟତର ସରକାରୀ ଜାଗାରେ ଏକ ନୂତନ ନଳକୂପ ସ୍ଥାପନ ହୋଇଥିଲା।ଏଥିପାଇଁ ବର୍ତ୍ତମାନର କ୍ଷମତାସୀନ ଜନ ପ୍ରତିନିଧିଙ୍କ ଆଦେଶ ପ୍ରକାରେ ଖଣ୍ଡରା ଗ୍ରାମ ନିକଟରେ ସର୍ଵ ସାଧାରଣଙ୍କ ବ୍ୟବହାର ପାଇଁ ନଳକୂପ ସ୍ଥାପନ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରା ଯାଇଥିଲା।କିନ୍ତୁ ସମ୍ପୃକ୍ତ ଜନ ପ୍ରତିନିଧିଙ୍କ ଜଣେ ଘନିଷ୍ଠ ସହଯୋଗୀ ଚଞ୍ଚକତା କରି ସ୍ଥାପନର କିଛି ଦିନ ପରେ ନଳକୂପ ସହ କିଛି ସରକାରୀ ଜାଗାକୁ ବେଆଇନ ଭାବେ ନିଜ ଦଖଲକୁ ନେଇଥିବା ଜଣାପଡିଛି।ପରିସ୍ଥିତି ଏପରି ହୋଇଛି ଯେ ତୃଷାର୍ତ୍ତଟିଏ ପାଣି ମୁନ୍ଦିଏ ପିଇବାକୁ କଷ୍ଟସାଧ୍ୟ ହେବା ସହ ସରକାରୀ ଜାଗା ବି ଜବର ଦଖଲ କରାଯାଇଛି ।

ସେମାନଙ୍କ ତଣ୍ଟିରେ କଣ୍ଟା ଲାଗିଛି କହିଲେ ବି ଅତ୍ୟୁକ୍ତି ହେବନାହିଁ । ଏଭଳି ଭାବେ ଗତ ପ୍ରାୟ ୧ ବର୍ଷ ଧରି ଉକ୍ତ ସରକାରୀ ନଳକୂପ ସହ ସରକାରୀ ଜାଗା ଅକ୍ତିଆର ହୋଇଥିଲା ବେଳେ ଦାୟିତ୍ୱରେ ଥିବା ସ୍ଥାନୀୟ ଜଳ ଓ ପରିମଳ ବିଭାଗୀୟର ସହକାରୀ ନିର୍ବାହୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,ପିଇଓ ଓ ସରପଞ୍ଚଙ୍କ ଦୃଷ୍ଟି ଗୋଚର ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲୁ ନ ଥିବା ପ୍ରସଙ୍ଗ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି।ଫଳରେ ସରକାରୀ ଯୋଜନା ବାଟବଣା ହୋଇ ସାଧାରଣ ଲୋକଙ୍କ ସ୍ୱାର୍ଥ ସାଧନ ହୋଇ ପାରୁନାହିଁ। କେଉଁ ଉଦ୍ଦେଶ୍ୟରେ ଏବଂ କାହା ଆଦେଶରେ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନଳକୂପଟି ନିର୍ମିତ ହୋଇଥିଲା ଏବେ ପ୍ରଶ୍ନ ଉଠି ଅନେକଙ୍କୁ ଏହା ଆଶ୍ଚର୍ଯ୍ୟାନ୍ବିତ କରିଛି।ଏଣୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଜବରଦଖଲ କାରୀର କବଳରୁ ସରକାରୀ ଜାଗା ଓ ସରକାରୀ ନଳକୂପ ଟିକୁ ଦଖଲମୁକ୍ତ କରିବା ସହ ଦୋଷୀଙ୍କ ପ୍ରତି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନମତ ପ୍ରକାଶ ପାଇଛି।
( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version