No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍ ମଙ୍ଗଳବାର ) ନୂଆଗାଁ :- ନୟାଗଡ଼ ଜିଲ୍ଲାର ଦୁଇ କର୍ତ୍ତବ୍ୟରତ ସାମ୍ବାଦିକ ନିଉଜ୍ ୭ ବୈଦ୍ୟ ଭୂଷଣ ମହାପାତ୍ର ଏବଂ ଧରିତ୍ରୀ ର ଜିଲ୍ଲା ସାମ୍ବାଦିକ ଲୋକନାଥ ମିଶ୍ର ଙ୍କୁ ଆକ୍ରମଣ ଘଟଣାରେ ତୀବ୍ର ନିନ୍ଦା କରିବା ସହ ନୂଆଗାଁ ବ୍ଲକ୍ ସାମ୍ବାଦିକ ମାନେ କଳା ବ୍ୟାଚ୍ ପରିଧାନ ପୂର୍ବକ ଆକ୍ରମଣକାରୀ ଧନଞ୍ଜୟ ପାତ୍ର ଙ୍କ ଗିରଫ ଦାବୀ ରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି।ସାମ୍ବାଦିକ ମାନେ ଏକତ୍ରିତ ହୋଇ ବିଡ଼ିଓ ଏବଂ ତହସିଲଦାର ଙ୍କୁ ମୁଖ୍ୟ ମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ।ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ନୟାଗଡ଼ ଆଡ଼କଟାରୁ ନକଲି ମଦ ଜବତ କରିଥିଲା ନୟାଗଡ଼ ଅବାକାରୀ ସ୍କ୍ବାର୍ଡ l ଏହି ଖବର ସଂଗ୍ରହ କରିବାକୁ ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଯାଇଥିଲେ l ସାମ୍ବାଦିକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ

ଏସଆଇ ଧନଞ୍ଜୟ ପାତ୍ର ଦୁଇ ସାମ୍ବାଦିକ ଙ୍କୁ ଆକ୍ରମଣ କରିଥିଲେ l ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ସମ୍ପୃକ୍ତ ଏସଆଇଙ୍କୁ ଅଟକ ରଖି ପରେ ପୋଲିସ ଛାଡ଼ିଦେଇଥିବାରୁ ସାମ୍ବାଦିକ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଅବକାରୀ ସ୍କ୍ବାର୍ଡଙ୍କ କାର୍ଯ୍ୟାଳୟ ଆଗରେ ଗତ ଶୁକ୍ରବାର ଅପରାହ୍ନରେ ସାମ୍ବାଦିକ ମାନେ ଅନଶନ କରିଥିଲେ । ଗତ ଶୁକ୍ରବାର ଠାରୁ ରାତିସାରା ଶନିବାର ଦୁଇଦିନ ନୟାଗଡ ଟାଉନ ଥାନା ଆଗରେ ଜିଲ୍ଲାର ସମସ୍ତ ଡିଜିଟାଲ,ବୈଦୁତିକ, ଏବଂ ଛାପା ର ସାମ୍ବାଦିକ ମାନେ ଧାରଣାରେ ବସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ଜିଲ୍ଲା ପ୍ରଶାସନ।ଗତ ରବିବାର ଦିନ ଜିଲ୍ଲାପାଳଙ୍କ ବାସଭବନ ଠାରେ ସମସ୍ତ ସାମ୍ବାଦିକ ଧାରଣାରେ ବସିବା ପରେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ସାମ୍ବାଦିକ ମାନଙ୍କୁ ସାନ୍ତନା ଦେବା ପାଇଁ ତିନି ଦିନ ସମୟ ମାଗିଥିଲେ।ଏଠି ପ୍ରଶ୍ନ ଉଠୁଛି ଯେ ଅଭିଯୁକ୍ତ ଧନଞ୍ଜୟ ପତ୍ରକୁ
ପୋଲିସ ପ୍ରଥମ ଦିନ ପୋଲିସ ହେପାଜତକୁ ଆଣିବାପରେ ଓଲଟି ମାଡ଼ ଖାଇଥିବା ଦୁଇ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଥାନାର ପଛ ରାସ୍ତା ଦେଇ ଖସାଇ ଦେଇଥିଲା ।ଏବେ ତିନି ଦିନ ସମୟ ମାଗି ଜିଲ୍ଲାପାଳ କେଉଁ ନୀତି ଆପନାଉଚ୍ଚନ୍ତି ଏହା ହେଉଛି ସମସ୍ତ ସାମ୍ବାଦିକ ମାନଙ୍କ ସନ୍ଦେହ। ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ସାମ୍ବାଦିକଙ୍କ ଉପରେ ଆକ୍ରମଣକାରୀ ଏସଆଇଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ନ୍ୟାୟ ବିଳମ୍ବ ହେବା ହେତୁ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ନିଷ୍ପତି କ୍ରମେ ସମସ୍ତ ବ୍ଲକର ସମସ୍ତ ସାମ୍ବାଦିକ ମାନେ କଳା ବ୍ୟାଚ୍ ପରିଧାନ କରି କଳା ଦିବସ ପାଳିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଏସଆଇକୁ ଏଯାବତ ଗିରଫ କରାଯାଇ ନାହିଁ l ଗିରଫ କରିବା ପର୍ଯ୍ୟନ୍ତ ନୟାଗଡ଼ ସାମ୍ବାଦିକ ସଙ୍ଘ ଆନ୍ଦୋଳନ କରିବ ବୋଲି ସୂଚନା ମିଳିଛି ।ଆସନ୍ତା ବୁଧବାର ଦିନ ଯଦିଓ କୌଣସି ନିଷ୍ପତି ନ ନେଇ ଅଭିଯୁକ୍ତ ପାତ୍ରକୁ ଗିରଫ କରା ନ ଯାଇ ଗୁରୁବାର ଠାରୁ ସମସ୍ତ ସାମ୍ବାଦିକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ସାମ୍ବାଦିକ ସଂଘ ନିଷ୍ପତି ନେଇଛି।
No Result
View All Result