No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁନ ମଙ୍ଗଳବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ କେରାଣ୍ଡିଖୁଣ୍ଟି ଗାଁ ଠାରୁ ଭୀମକେଲା ଗ୍ରାମ ପଞ୍ଚାୟତକୁ ଯୋଗାଯୋଗ କରୁଥିବା ମାଟି ରାସ୍ତାଟି ଦୀର୍ଘ ଦିନରୁ ଅବହେଳିତ ଅବସ୍ଥାରେ ରହିଛି। ଏହି ରାସ୍ତାଟିକୁ ପ୍ରଶାସନ ନା ରାଜନେତାଙ୍କ ଦୃଷ୍ଟି ପଡୁଥିଲା । ତେବେ ଏହି ଅଞ୍ଚଳର ଜନସାଧାରଣଙ୍କ କହିବା ଅନୁଯାୟୀ ପ୍ରାୟ ୭ବର୍ଷ ହେବ ରାସ୍ତା ମରାମତି କାର୍ଯ୍ୟ ହୋଇ ନାହିଁ । ଯାହା ଫଳରେ ରାସ୍ତାଟି କେବଳ ଖରାଦିନ ଆସିଲେ ବହୁ କଷ୍ଟରେ ଯିବା ଆସିବା ଯାହା ସମ୍ଭବ ହେଉଛି। ବର୍ତ୍ତମାନ ଏହି ରାସ୍ତାର ନିର୍ମାଣ ପାଇ ରାସ୍ତା ସର୍ଭେ କାମ ଆରମ୍ଭ ହୋଇଛି ।
ଆରଡ଼ି ଜେଇ ବେସ୍ରା ବାବୁ, ଟେକ୍ନିକାଲ ଟିମ୍ ପହଞ୍ଚି ସର୍ଭେ କାମ ଆରମ୍ଭ କରିଛନ୍ତି।ଏହି ରାସ୍ତାର ସାନ୍ଦୁଲ ନଦୀ ଉପରେ ଏକ ବ୍ରିଜର ଆବଶ୍ୟକତା ରହିଛି । ଏବେ ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ ବୋଲି ଏ ଅଞ୍ଚଳର ଜନସାଧାରଣଙ୍କ ଆଶାର କିରଣ ଦେଖାଦେଇଛି । ରାସ୍ତା ସର୍ଭେ ସମୟରେ ସମାଜ ସେବୀ ଦୁଲ୍ଲଭ ମାହାର, ବାଗପୁର ସରପଞ୍ଚ ବରୁଣ ନାଏକ, ଅର୍ଜୁନ ପ୍ରଧାନ,ଜୟନ୍ତ ଗଉଡ ଓ କେରାଣ୍ଡିଖୁଣ୍ଟି ଗ୍ରାମର ଲୋକମାନେ ସହଯୋଗ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result