No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୬ ଜୁନ ଶନିବାର) ରଣପୁର ,ରିପୋର୍ଟ ଅଭିମନ୍ୟୁ :- ନୟାଗଡ଼ ଜିଲାରେ ଚଳିତ ବର୍ଷର ରଣପୁର ମାଟ୍ରିକ ପରୀକ୍ଷା ଫଳ l କରୋନା ଯୋଗୁଁ ପରୀକ୍ଷା ହୋଇପାରି ନ ଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଶୁକ୍ରବାର ଅପରାହ୍ନ ରେ ଏହା ପ୍ରକାଶ ପାଇଛି l ଏହି ପରୀକ୍ଷା ରେ ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅଙ୍କିତା ମିଶ୍ର ଚଳିତ ବର୍ଷ ପରୀକ୍ଷାରେ 564 ନମ୍ବର ରଖି ନୟାଗଡ ଜିଲ୍ଲା ସହ ରଣପୁର ବ୍ଲକ ଟପର ହୋଇଥିବା ଜଣାପଡିଛି l ରଣପୁର ବ୍ଲକରେ ମୋଟ 20 ଜଣ ଛାତ୍ର ଛାତ୍ରୀ ଏ-୧ ଗ୍ରେଡ଼ ନମ୍ବର ରଖି ପାସ ହୋଇଥିବା ଜଣାପଡିଛି l

ସେମାନଙ୍କ ମଧ୍ୟରୁ 564 ନମ୍ବର ରଖି ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଅଙ୍କିତା ମିଶ୍ର, ବାଙ୍କନିଧି ବିଦ୍ୟାପୀଠ,ଜଙ୍କିଆର ସମିରି ମାଝି, ନୟାଗଡ ଜିଲ୍ଲା ସହ ରଣପୁର ବ୍ଲକରେ ପ୍ରଥମ ସ୍ଥାନ, ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନୁସୂୟା ସାମଲ 561 ନମ୍ବର ରଖି ଦ୍ୱିତୀୟ ସ୍ଥାନ, ଲାଖପଡା କମଳେଶ୍ୱର ଦେବ ବିଦ୍ୟାଳୟର ଛାତ୍ରୀ ଆଶ୍ରିତା ପ୍ରିୟଦର୍ଶିନୀ ଦାସ 560 ନମ୍ବର ରଖି ତୃତୀୟ ସ୍ଥାନ, ରାଜ ସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଦିବ୍ୟା ପ୍ରିୟଦର୍ଶିନୀ 553 ନମ୍ବର ରଖି ଚତୁର୍ଥ ସ୍ଥାନ, ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ କିରନ ବାଳା ଜେନା ଓ ସୁର୍କାବାଡ଼ି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୋନାଲି ସାହୁ 551 ନମ୍ବର ରଖି ପଞ୍ଚମ ସ୍ଥାନ,

ମଝିଆଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନେଶ୍ୱା ପ୍ରିୟଦର୍ଶିନୀ, ରାଜ ସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଶୁଭମ ସାଗର ସ୍ୱାଇଁ ଓ ବୃନ୍ଦାବନପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ବିଷ୍ଣୁ ପ୍ରିୟା ବେହେରା 549 ନମ୍ବର ରଖି ଷଷ୍ଠ ସ୍ଥାନ, ଚାନ୍ଦପୁର ରାମଚଣ୍ଡୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଆରତୀ ରଥ, ବୃନ୍ଦାବନ ପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଅଉର ଆଶିଷ ଓ ପିମ୍ପଲ ଲଡ଼ୁକେଶ୍ୱର ଉଚ୍ଚ ବିଦ୍ୟାଳୟ ର ଛାତ୍ର ସୋମ୍ୟ ରଞ୍ଜନ ବେହେରା 546ନମ୍ବର ରଖି ସପ୍ତମ ସ୍ଥାନ, ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସୋମ୍ୟ ସୁରଭି ପ୍ରଧାନ 544 ନମ୍ବର ରଖି ଅଷ୍ଟମ ସ୍ଥାନ, ବୃନ୍ଦାବନ ପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସୂର୍ଯ୍ୟ କାନ୍ତ ବିଶ୍ୱାଳ 543 ନମ୍ୱର ରଖି ନମ୍ୱର ନବମ ସ୍ଥାନ,

କେରଣ୍ଡା ଟାଙ୍ଗୀ ବାଳ କୃଷ୍ଣ ନୋଡାଲ ବିଦ୍ୟାପୀଠ ଛାତ୍ର ସବ୍ୟସାଚୀ ଯାଦବ ଓ ବୃନ୍ଦାବନ ପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଅମିତ କୁମାର ଦିହୁଡି 541 ନମ୍ବର ରଖି ଦଶମ ସ୍ଥାନ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସୁଦର୍ଶନ ବେହେରା, ସାରନ୍ଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ରାମକୃଷ୍ଣ ପଟ୍ଟନାୟକ ଓ ପିମ୍ପଲ ଲଡ଼ୁକେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୋମ୍ୟାଶ୍ରୀ ସାହୁ 540 ନମ୍ବର ରଖି ବ୍ଲକରେ ଏକାଦଶ ସ୍ଥାନ ହାସଲ କରିଥିବା ଜଣା ପଡିଛି l
ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ମତାମତ

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ପରୀକ୍ଷାରେ ଉତ୍ତମ ନମ୍ବର ରଖି ପାସ କରିଛନ୍ତି l ପ୍ରତ୍ୟେକ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଦାୟୀତ୍ୱ ନେଇଥିଲେ l ବିଦ୍ୟାୟରୁ ମୋଟ 236 ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି l ପରୀକ୍ଷା କରାଯାଇଥିଲେ ପିଲାମାନେ ଆଉ କିଛି ଅଧିକ ନମ୍ବର ରଖି ପାରିଥାନ୍ତେ l ବିଦ୍ୟାଳୟର ଛାତ୍ରୀ ଅଙ୍କିତା ମିଶ୍ର 564 ନମ୍ବର ରଖି ନୟାଗଡ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ରଣପୁର ବ୍ଲକ ଟପ୍ପର ହୋଇ ବିଦ୍ୟାଳୟର ଗୌରବ ରଖି ପାରିଛନ୍ତି l
ମନ୍ଦାକିନୀ ନୋଡାଲ ଉ. ପ୍ରା. ବିଦ୍ୟାଳୟ, ବିଲଗାଡ଼ିଆର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରାଙ୍କ ମତାମତ

ମୋ ପୁଅ ବି. ଦୀପ୍ତିମୟ ତରୁଣ ପରିଶ୍ରମ ଅନୁଯାଇ ଫଳ ପାରିନାହିଁ l ତାକୁ ମାତ୍ର 516 ନମ୍ବର ଦିଆଯାଇଛି l କିନ୍ତୁ ସେ 560 ରୁ ଅଧିକ ରଖିବା କଥା l ଏହା ପ୍ରଭାବରେ ମୋ ପୁଅ ତରୁଣ ଭାଙ୍ଗି ନ ପଡି ଆଉଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛି l ତଥାପି ମୋ ତରୁଣ କହିଛନ୍ତି ଏହା ଜୀବନର ପ୍ରଥମ ପରୀକ୍ଷା ହୋଇଥିଲେ ମଧ୍ୟ ଆଗକୁ ଅନେକ ପରୀକ୍ଷା ର ସମୁଖୀନ ହେବାକୁ ପଡିବ l ମନରେ ଯଦି ବା ଦୁଃଖ ଅଛି ସରକାରଙ୍କର ଏଭଳି ପ୍ରୟାସ ସ୍ୱାଗତ ମଧ୍ୟ ଜଣାଇଛନ୍ତି l କାରଣ ଜୀବନ ଆଗ , ଅନ୍ୟ ସବୁ ପଛ ବୋଲି ତରୁଣ ପ୍ରକାଶ କରିଛନ୍ତି l
ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅଙ୍କିତା ମିଶ୍ରଙ୍କ ପ୍ରତିକ୍ରିୟା

ମୁଁ ପାଇଥିବା ପରୀକ୍ଷା ଫଳରେ ଅତ୍ୟନ୍ତ ଖୁସି ଅଛି l ମୋ ବାପା ଅଖିଳ ମିଶ୍ର, ମାଆ ଅମୀୟ ମିଶ୍ର ଓ ପରିବାର ସମସ୍ତେ ଖୁବ ଖୁସି ଅଛନ୍ତି l ଭବିଷ୍ୟତରେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛି l
ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ବାଙ୍କନିଧି ବିଦ୍ୟାପୀଠ,ଜଙ୍କିଆର ସମିରି ମାଝି ପ୍ରତିକ୍ରିୟା

ମୁଁ ବଙ୍କନିଧି ବିଦ୍ୟାପୀଠ ର ସମସ୍ତ ଶିକ୍ଷକ ମାନଙ୍କ ଠାରେ ଚିର ଋଣୀ । ଶିକ୍ଷକ ମାନଙ୍କ ସହଯୋଗ ଓ ପିତା ମାତା ଙ୍କର ଆଶ୍ରିବାଦ ଏବଂ ଠାକୁରଙ୍କ ଆଶ୍ରିବାଦ ରୁ ମୁଁ ଆଜି ସଫଳତା ପାଇପାରିଛି ଭବିଷ୍ୟତ ରେ ଆହୁରି କଠିନ ପରିଶ୍ରମ କରି ସେ ଜଣେ ଡାକ୍ତର ହୋଇ ଅଞ୍ଚଳବାସୀ ଙ୍କର ସେବା କରିବେ ବୋଲି ସମୀର ମାଝୀ ନିଜ ମତ ରଖିଛନ୍ତି ।
No Result
View All Result