ଚଳିତ ୨୦୨୧ ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ବାଜିମାତ

ଓଡ଼ିଶା ତାଜା ନ୍ୟୁଜ ( ୨୬ ଜୁନ ଶନିବାର)  ନୟାଗଡ଼ :- ନୟାଗଡ଼ ଜିଲାରେ ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିଛନ୍ତି । ୪୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୨ଜଣ, ଏ-୨ରେ ୧୨ ଜଣ, ବି-୧ରେ ୧୭ ଜଣ, ବି-୨ରେ ୧୦ ଜଣ, ସି ଗ୍ରେଡ ରେ ୦୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଦ୍ୟୁମ୍ନ କୁମାର ସାହୁ ଓ ବିଶ୍ବଜିତ ପଟ୍ଟନାୟକ ଭବିଷ୍ଯତରେ ମେଡିକାଲ ପଢ଼ି ଡାକ୍ତର ହେବା ପାଇଁ ଲକ୍ଷ୍ଯ ରଖିଛନ୍ତି ।

ମୋଟ ୪୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦୁଇ ଜଣ ୯୦% ନମ୍ବର ରଖିଥିବା ବେଳେ ୧୨ ଜଣ ୮୦ ଶତକଡାରୁ ଉର୍ଦ୍ଧ୍ବ ନମ୍ବର ରଖି ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି । ବିଦ୍ଯାଳୟ ୧୦୦ ପ୍ରତିଶତ ରେଜଲ୍ଟ କରିଥିବାରୁ ବିଦ୍ଯାଳୟର ଅଧ୍ଯକ୍ଷ ତଥା ସଂପାଦକ ଶ୍ରୀଧର ସାହୁ ଖୁସି ବ୍ଯକ୍ତ କରିବା ସହିତ ବିଦ୍ଯାଳୟର ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ ଧନ୍ଯବାଦ ଅର୍ପଣ କରୁଛନ୍ତି । (ରିପୋର୍ଟ-ରାମକୃଷ୍ଣ ରଥ)