ମାଟ୍ରିକ ପରୀକ୍ଷାରେ ବରଗଡ଼ ଜିଲ୍ଲାର ପାସ୍ ହାର ୯୬%

ଓଡ଼ିଶା ତାଜା ନ୍ୟୁଜ ( ୨୬ ଜୁନ ଶନିବାର) ବରଗଡ଼ :- ଗତକାଲି ପ୍ରକାଶ ପାଇଥିବା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫଳ ବରଗଡ଼ ଜିଲ୍ଲା ର ପାସ୍ ହାର ଶତକଡ଼ା ୯୬.୯୬ ରହିଛି । ସେଥିମଧ୍ୟରୁ ଏ ୧ ଗ୍ରେଡ ରେ ୮୪ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏ ୨ ଗ୍ରେଡ ରେ ୬୬୭ ଜଣ ଛାତ୍ରଛାତ୍ରୀ ରହିଛନ୍ତି ।

ଚଳିତ ବର୍ଷ ଜିଲ୍ଲାର ୩୨୦ ଟି ହାଇସ୍କୁଲରୁ ୧୯,୩୨୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରୁ ୧୮,୬୩୪ ଜଣ ପାସ୍ କରିଛନ୍ତି। କୈ।ତହିଁ ହାଇସ୍କୁଲ ର ରିଜଲଟ ଶୂନ୍ୟ ହୋଇନାହିଁ ।       (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)