No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ହିଂଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଂଚଳର ପ୍ରାକ୍ତନ ତଥା ପ୍ରଥମ ଉପନଗରପାଳ କୃଷ୍ଣଚନ୍ଦ୍ର ମହାପାତ୍ର (୮୩)ଙ୍କ ଶନିବାର ଭୋର ପ୍ରାୟ ସାଢେ ୪ଟାରେ ନିଜ ପୈତୃକ ବାସଭବନ ରେ ଦେହାନ୍ତ ଘଟିଛି । ସେ ସ୍ଥାନୀୟ ଅଂଚଳରେ କଂଗେସ ବିରୋଧୀ ସଂଗଠକ ଭାବେ ଜଣାଶୁଣା ଥିଲେ । ଏଥି ସହ ୧୯୬୪ ମସିହାରେ ସ୍ଥାନୀୟ ପୌରାଂଚଳର ପ୍ରଥମ ଉପନଗରପାଳ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତି ସମୟରେ କଳିଙ୍ଗର ବରପୁତ୍ର ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ୧୯୮୭ମସିହାରେ ଚକ୍ରହଳଧର ଜନତା ଦଳର ନଗର ସଭାପତି, ୨୦୧୮ ମସିହାରେ ନଗର ବିଜେଡ଼ି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶନିବାର ଭୋରରେ ମହାପାତ୍ରଙ୍କ ଦେହାନ୍ତ ପରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,
ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ ନଗରପାଳ ଶିବରାମ ଗଉଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ପୋଲାଇ, ଅଜୟ କୁମାର ମହାରଣା, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି, କିରଣ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସାହୁ, ମାନସ ରଂଜନ ବେହେରା, ଯୁଧିଷ୍ଟିର ସ୍ୱାଇଁ, ପ୍ରତାପ କୁମାର ସାହୁ, ବିଶ୍ୱମ୍ବର ସାହୁଙ୍କ ସମେତ ବହୁ ଜନପ୍ରତିନିଧି, ବୁଦ୍ଧିଜୀବି ସ୍ୱର୍ଗତ ମହାପାତ୍ରଙ୍କ ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ମୁତ୍ୟ ଶର୍ଯ୍ୟା ନିକଟରେ ସ୍ତ୍ରୀ ଗୋଳାପ ମହାପାତ୍୍ର, ପୁତ୍ର ପ୍ରମୋଦ ମହାପାତ୍ର, ଝିଅ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ପୁତୁରା, ଝିଆରୀ, ନାତି, ନାତୁଣୀ ଉପସ୍ଥିତ ଥିଲେ । ତାଙ୍କରି ନିଧନରେ ବିଜେଡ଼ିର ଅପୁରଣୀୟ କ୍ଷତି ସାଧନ ହେବା ସହ ଦଳୀୟ କର୍ମୀ ଓ ସଂଗଠକ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result