୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶିତ : ଲିଶାରାଣୀ ହିଂଜିଳି ବ୍ଳକ ଟପ୍ପର ହିଂଜିଳି ବ୍ଳକରେ ପାସ ହାର ୯୯.୭୭%, ଏ-୧ରେ ୮ ପରିକ୍ଷାର୍ଥୀ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍‌ ଶୁକ୍ରବାର ) ହିଂଜିଳିକାଟୁ :- ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ସାରା ରାଜ୍ୟରେ ପାସହାର ୯୭.୮୯ % ରହିଥିବା ବେଳେ ହିଂଜିଳି ବ୍ଳକରେ ପାସ ହାର ୯୯.୭୭ % ରହିଛି । ଚଳିତ ବର୍ଷ ୧୦ ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ହିଂଜିଳି ବ୍ଳକର ୨୬ ଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୮୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦୨ ଜଣ ପାସ କରିଥିବା ବେଳେ ୪ ଜଣ ଫେଲ୍ ହୋଇଛନ୍ତି । ସେଥି ମଧ୍ୟରୁ ଏ-୧ରେ ୮ଜଣ , ଏ-୨ରେ ୧୧୯, ବି-୧ରେ ୨୦୭, ବି-୨ରେ ୨୯୨, ସି ଗ୍ରେଡ଼୍‌ରେ ୪୪୩ ,ଡ଼ି ଗ୍ରେଡ଼ରେ ୫୫୭, ଇ ଗ୍ରେଡ଼ରେ ୧୭୬ ପରୀକ୍ଷାର୍ଥ ଉତୀର୍ଣ୍ଣ ହୋଇଥିବା ହିଞ୍ଜିଳିକାଟୁ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀ ସୂଚନା ପ୍ରଦାନ କରିଛନ୍ତି । ହିଂଜିଳିକାଟୁ ପୌରାଂଚଳ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଏ-୧ରେ ଉତୀର୍ଣ୍ଣ ଲାଭ କରିଛନ୍ତି । ସେ ହେଲେ ଲିଶାରାଣୀ ସାହୁ । ସର୍ବାଧିକ ୫୫୨ ମାର୍କ ରଖି ହିଂଜିଳିକାଟୁ ବ୍ଳକ ଟପ୍ପର ହୋଇଛନ୍ତି । ସ୍ଥାନୀୟ ପୌରାଂଚଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୭ ଜଣ ଶିକ୍ଷାର୍ଥୀ ଏ-୧ ରେ ପାସ କରିଛନ୍ତି । ଆଲପୁର ଉଚ୍ଚ ବିଦ୍ୟାଳୟର ୬୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସମସ୍ତ ପରୀକ୍ଷାର୍ଥୀ ଉତୀର୍ଣ୍ଣ ଲାଭ କରିଛନ୍ତି । ବୁରୁପୋଡ଼ା ଭଗବତି ବିଦ୍ୟାପିଠରେ ୧୧୯ରୁ ୧୧୭ ଉତୀର୍ଣ୍ଣ ଲାଭ କରିଥିବା ବେଳେ ୨ ଜଣ ଫେଲ ହୋଇଛନ୍ତି । ବାଳକୃଷ୍ଣପୁର ସରକାରୀ ଉତୀର୍ଣ୍ଣ ଉଚ୍ଚ ବିଦ୍ୟାଳୟରେ ୨୯ ରୁ ସମସ୍ତ ପାସ ହୋଇଛନ୍ତି । ଦୟାନିଧିପୁର ସଂସ୍କୃତ ବିଦ୍ୟାଳୟର ୫ରୁ ୫ ପରୀକ୍ଷାର୍ଥୀ ପାସ କରିଛନ୍ତି । ସାହାପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟର ୬୯ ରୁ ୬୯ ପରୀକ୍ଷାର୍ଥୀ ପାସ କରିଛନ୍ତି ।

ମକରଝୋଳ ଉଚ୍ଚ ବିଦ୍ୟାଳୟର ୩୨ ରୁ ୩୨ ପରୀକ୍ଷାର୍ଥୀ ପାସ କରିଛନ୍ତି । ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟର ୧୧୧ ରୁ ୧୧୦ ପରୀକ୍ଷାର୍ଥୀ ପାସ କରିଛନ୍ତି । ସିକିରି ଉଦୟନାଥ ହାଇସ୍କୁଲର ୮୮ ରୁ ୮୮ ପରୀକ୍ଷାର୍ଥୀ ପାସ କରିଛନ୍ତି । ଭାବନ୍ଧ ହାଇସ୍କୁଲର ୪୨ ରୁ ୪୨ ପରୀକ୍ଷାର୍ଥୀ ପାସ କରିଛନ୍ତିି । ବେଲଗାଁ ରଘୁନାଥ ବିଦ୍ୟାପିଠର ୪୯ ରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଛନ୍ତି । ଖରିଡ଼ା ଉଚ୍ଚ ବିଦ୍ୟାଳୟର ୩୪ ରୁ ୩୪ ପରୀକ୍ଷାର୍ଥୀ ପାସ କରିଛନ୍ତି । ଶାସନ ଆମ୍ବଗାଁ ବିଦ୍ୟାପିଠର ୭୫ ରୁ ୭୫ ପରୀକ୍ଷାର୍ଥୀ ପାସ କରିଛନ୍ତି । ପୋଚିଲିମା ୪୭ ରୁ ୪୭ ପରୀକ୍ଷାର୍ଥୀ ପାସ କରିଛନ୍ତି । କଂଚୁରୁ ସରକାରୀ ଉଚ୍ଚ ବବିଦ୍ୟାଳୟର ୭୬ ରୁ ୭୬ ପରୀକ୍ଷାର୍ଥୀ ପାସ କରିଛନ୍ତି । ପୌରାଂଚଳ ଏନଏସି ହାଇସ୍କୁଲ ୪୮ ରୁ ୪୮ ପାସ କରିଛନ୍ତି । ଗଣ୍ଡଳା ଗଣେଷ ବିଦ୍ୟାପିଠର ୧୦୪ ରୁ ୧୦୪ ପାସ କରିଛନ୍ତି । ପୋଡ଼ିଙ୍ଗି ଶ୍ୟାମଳାଇ ବିଦ୍ୟାପିଠର ୩୪ ରୁ ୩୪ ପାସ କରିଛନ୍ତି । ସାରୁ ହାଇସ୍କୁଲର୪୦ ରୁ ୪୦ ପାସ କରିଛନ୍ତି । ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପିଠର ୭୫ ରୁ ୭୫ ପାସ କରିଛନ୍ତି । ସାପୁଆପଲ୍ଲୀ ହାଇସ୍କୁଲର ୬୦ ରୁ ୬୦ ପାସ କରିଛନ୍ତିି । ଖଣ୍ଡରା ହାଇସ୍କୁଲର ୨୯ ରୁ ୨୮ ପାସ କରିଛନ୍ତି ।ଡ଼ି. ପାଟପୁର ହାଇସ୍କୁଲର ୪୧ ରୁ ୧୪ ପାସ କରିଛନ୍ତି । ନନ୍ଦିକ ହାଇସ୍କୁଲର ୫୬ ରୁ ୫୫ ପାସ କରିଛନ୍ତି । ଦୟାପଲ୍ଲୀ ଉଚ୍ଚ ବିଦ୍ୟାଳୟର ୨୭ ରୁ ସମସ୍ତ ପରୀକ୍ଷାର୍ଥୀ ପାସ କରିଛନ୍ତି । ମୋଟ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ୨୬ଟି ଉଚ୍ଚ ବିଦ୍ୟାଳୟରୁ ୨୨ ବିଦ୍ୟାଳୟର ଶତପ୍ରତିଶତ ପରୀକ୍ଷା ଫଳ ରହିଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )