No Result
View All Result
ପ୍ରାୟ ସାଢେ ଦଶ କୋଟି ଟଙ୍କା ର ପ୍ରକଳ୍ପ ଧୂଳିସାତ୍ , ୬ମାସ ନ ପୁରୁଣୁ ବିଜୁ ସେତୁ ରାସ୍ତାରେ ଦେଖା ଦେଲାଣି ଫାଟ ଲୋକଙ୍କ ସ୍ୱପ୍ନକୁ ଭାଙ୍ଗି ହରିଲୁଟ କଲେ ଯନ୍ତ୍ରୀ ଓ ଠିକାଦାର । ସରକାର ଙ୍କର ଯୋଜନା ପରେ ଯୋଜନା ; ହେଲେ ଲୋକ ହେଉଛନ୍ତି ହନ୍ତସନ୍ତ ।

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ପଦ୍ମପୁର :- ରାଜ୍ୟ ସରକାର ଗାଁ ମାନଙ୍କୁ ସହର ର ମୁଖ୍ୟ ସ୍ରୋତ ସହ ଯୋଡିବା ପାଇଁ ତଥା ଉଚିତ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ର ସୁବିଧା ପାଇଁ ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା ସେତୁ ଆଦି ନିର୍ମାଣ କରୁଛନ୍ତି । ହେଲେ ସରକାରୀ ଅଧିକାରୀ ଙ୍କ ଅବହେଳା ଯୋଗୁଁ ନିମ୍ନମାନ ର କାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି ଠିକା କମ୍ପାନୀ । ପଦ୍ମପୁର ଉପଖଣ୍ଡ ଭେଉଁରିଆ ପଂଚାୟତ ଅନ୍ତର୍ଗତ ଦେଉଳି ଠାରୁ ନାଗେନମାଲ ଯାଏଁ ଅଙ୍ଗ ନଦୀ ଉପରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ଯାତାୟତ ର ସୁବିଧା ପାଇଁ ଏକ ପୋଲ ନିର୍ମାଣ କରାଯାଇଥିଲା । ପ୍ରାୟ ସାଢେ ଦଶ କୋଟିର ବ୍ୟୟ ବରାଦ ରେ ନିର୍ମିତ ଏହି ପୋଲ ବହୁ ଦିନରୁ ଅଂଚଳ ବାସି ଙ୍କର ସ୍ୱପ୍ନ ଥିଲା । ନାଗେନମାଲ, ଚାରପାଲି, ଭାଲୁକନା, ଲମରଜୁନା, ଜାମଖେର, ଖେମେଡଖେର ପରି ଆଖ ପାଖ ର ବହୁ ଗ୍ରାମ କୁ ଦେଉଳି ଦେଇ ପଦ୍ମପୁର ମୁଖ୍ୟ ରାସ୍ତା ସହ ଯୋଡିବ ବୋଲି ଏହି ପୋଲ ନିର୍ମାଣ ଆରମ୍ଭ ପରେ ଗମନା ଗମନ କୁ ନେଇ ଆସ୍ୱସ୍ଥ ଥିଲେ ଅଂଚଳ ବାସି ।
ଅଙ୍ଗ ନଦୀ ଉପରେ ନିର୍ମିତ ପ୍ରାୟ ୨୪୫ ମିଟର ଲମ୍ବା ଥିବା ଏହି ପୋଲ କାମ ୨୦୧୮ ରେ ଆରମ୍ବ ହୋଇ ଗତ ୨୦୨୦ ଅକ୍ଟୋବର ମାସରେ ଶେଷ ହୋଇଥିବା କାର୍ଯ୍ୟ ଫଳକରେ ଦର୍ଷା ଯାଇଥିବା ବେଳେ କାର୍ଯ୍ୟ ଶେଷ ର ୬ ମାସ ନ ପୁରୁଣୁ ପୋଲ ଗାର୍ଡୱଲ ଉପରେ ଥିବା ରାସ୍ତା ରେ ଫାଟ ଦେଖା ଦେଲାଣି । ଅନ୍ୟପଟେ ରାସ୍ତା କଡ ରେ ସୁରକ୍ଷା ପାଇଁ ଦିଆଯାଇଥିବା ପିଲର ଗୁଡିକ ର ଅବସ୍ଥା ଅତି ଶୋଚନୀୟ, ହାତ ରେ ଛୁଇଁଲେ ପିଲର କେବଳ ଯେ ହଲୁଛି ତାହା ନୁହଁ ବରଂ ଭାଙ୍ଗି ଯିବାର ମଧ୍ୟ ଭୟ ଅଛି । ଆଉ କେବଳ ଗୋଟିଏ କି ଦୁଇଟି ନୁହଁ ବରଂ ସବୁ ପିଲର ରେ ସମାନ ଅବସ୍ଥା । ଗାର୍ଡୱାଲ ଗୁଡିକରେ ମଧ୍ୟ ଠିକ ଭାବରେ ପଥର ପେକିଂ ହୋଇ ନଥିବାରୁ ମାଟି ବର୍ଷା ପାଣି ରେ ବୋହିବାରେ ଲାଗିଛି । ଅନ୍ୟପଟେ ନିଜର ଏହି ସ୍ୱପ୍ନ ର ପୋଲ କୁ ଚାହିଁ ବସି ଥିବା ଅଂଚଳ ବାସୀ ବର୍ତ୍ତମାନ ଏହି ପୋଲ ଉପରେ ଯିବା କୁ ଭୟ ପ୍ରକାଶ କରୁଛନ୍ତି ।

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ର ଅବସ୍ଥା ଦେଖିଲା ବେଳକୁ ସରକାରଙ୍କ ମୋ ଗାଁ ମୋ ବିକାଶ ପରି ସ୍ଲୋଗାନ ବର୍ତ୍ତମାନ ଏକ ଅଟହାସ୍ୟ ଛଡା ଆଉକିଛି ନୁହଁ ବୋଲି ଜଣା ପଡୁଥିବା ବେଳେ ରାଜ୍ୟ ସରକାର ବିଜୁ ବାବୁ ଙ୍କ ନାଁ ର ର୍ଦୁଉପୟୋଗ କରିବା ସହ ବିଜୁବାବୁ ଙ୍କ ର ନିର୍ମଳ ପ୍ରତିଛବି କୁ ଏପରି କାର୍ଯ୍ୟ କରି ମଳିନ କରୁଛନ୍ତି ଏବଂ ଜନ ସାଧାରଣ ଙ୍କ ସୁରକ୍ଷା ନ ଦେଖି ନିଜର ପିସି ନେଇ କାର୍ଯ୍ଯ ତଦାରଖ ନକରି ଆଖିବୁଜି ବିଲ ପାସ କରି ଚୁପ ବସୁଥିବା ଅଧିକାରୀ ମାନଙ୍କ ପାଇଁ ମଧଯୟ ରାଜ୍ୟ ସରକାର ହିଁ ଦାୟି ବୋଲି ସ୍ଥାନୀୟ ବିଜେପି ନେତା ତଥା ବରଗଡ ସାଂସଦଙ୍କ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା ମନ୍ତବ୍ୟ ଦେଇଛନ୍ତି । ଅନ୍ୟପଟେ ବିଭାଗିୟ ଯନ୍ତ୍ରୀ କହିଛନ୍ତି ଯେ କାର୍ଯ୍ୟ କରିଥିବା ଠିକା କମ୍ପାନି କୁ ଶିଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ଏବଂ ଯଥା ଶିଘ୍ର ସମ୍ଭବ କାର୍ଯ୍ୟ ସମାପ୍ତ ହେବ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result