ଓଡ଼ିଶା ତାଜା ନ୍ୟୁଜ (୨୬ ଜୁନ୍ ଶନିବାର) ବାଙ୍କୀ :-ବାଙ୍କୀ ବ୍ଲକ ୩୬ନମ୍ବର ସରଣ୍ଡା ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ପଣ୍ଡା ଙ୍କ ଆଜି ସୁବର୍ଣ୍ଣପୁର ଡାକ ବଙ୍ଗଳା ରେ କୋଭିଡ କଟକଣା ରେ ଏକାଦଶ ଶ୍ରଦ୍ଧାଞ୍ଜଳି ଶୃତି ସଭା ଅନୁଷ୍ଠିତ ହୋଇଥିଲା।ସ୍ବର୍ଗତ ପଣ୍ଡା ଙ୍କ ଏକାଦଶ ଶୃତି ସଭା କାର୍ଯ୍ୟକ୍ରମ ରେ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରି ତାଙ୍କ ଆତ୍ମା ର ଶାନ୍ତି ପାଇଁ ଏକ ମିନିଟ ନିରବ ପାର୍ଥନା କରିଥିଲେ ନିଜ ଅଞ୍ଚଳରେ ସେ ଜିଲ୍ଲା ପରିଷଦ ଥିବା ସମୟରେ ବହୁ ଉନ୍ନତି ମୁଳକ କାର୍ଯ୍ୟକ୍ରମ କରିଥିଲେ।ଅନ୍ୟତମ ଅତିଥି ଭାବେ ସମବାୟବିତ ସୁବାସ ପାଢ଼ୀ ଯୋଗଦେଇ ସ୍ବର୍ଗତ ପଣ୍ଡା ଙ୍କ ଗୁଣ ଗାନ କରିବା ସହ ଉତ୍ତର ବାଙ୍କୀ ରେ ବିଜେଡି ର ବୃଦ୍ଧି
ରେ ତାଙ୍କର ଅବଦାନ କୁ ଭୁଲିହେବ ନାହିଁ ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ଏକାଦଶ ସଭା ରେ କୋଭିଡ ନିୟମ ମାନି ସମବାୟବିତ ଗତି କୃଷ୍ଣ ସ୍ବାଇଁ,ପୂର୍ବତନ ସରପଞ୍ଚ ଓସ୍ତିଆ ଭରତ ଚନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ସୁବର୍ଣ୍ଣପୁର ପୂର୍ଣ୍ଣ ଚନ୍ଦ୍ର ଦଳେଇ,କୃଷ୍ଣ ଚନ୍ଦ୍ର ବରାଳ,ପ୍ରମୋଦ ରଣା, ଆର୍ତ୍ତବନ୍ଧୁ ବେହେରା, ଚିନ୍ତାମଣି ସାହୁ,ବିଜୟ ରାଉତ,ଜିଲ୍ଲା ପରିଷଦ ସଭ୍ୟ ମାନସ କୁମାର ମହାପାତ୍ର ,ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ପଟେଲ,ସରପଞ୍ଚ କଦଳିବାଦୀ ପ୍ରକାଶ ବେହେରା, ସରପଞ୍ଚ ସୁବର୍ଣ୍ଣପୁର ତରୁଣ କାନ୍ତ ମହାପାତ୍ର ଙ୍କ ସମିତ ବହୁ ସରପଞ୍ଚ ,ସମାଜସେବୀ ଯୋଗ ଦେଇ ସ୍ବର୍ଗତ ପଣ୍ଡା ଙ୍କ ଆତ୍ମା ର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।