No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ଭୁବନେଶ୍ୱର :- ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀର ପରୀକ୍ଷା ଫଳ ଆଜି ଭୁବନେଶ୍ୱର ୯ ନମ୍ବରସ୍ଥିତ ଉର୍ଦ୍ଦୁଭବନ ପରିସରରେ ପ୍ରକାଶ ପାଇଛି । ଏହି ଫଳ ପ୍ରକାଶନ ଉତ୍ସବରେ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ତଥା ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦର ସଭାପତି ଶ୍ରୀ ରଘୁରାମ ଆୟାର, ମାଧ୍ୟମିକ ଶିକ୍ଷାର ଅତିରିକ୍ତ ନିର୍ଦ୍ଦେଶିକା ତଥା ମଦ୍ରାସା ବୋର୍ଡର ଉପସଭାପତି ଶ୍ରୀମତୀ ସ୍ନେହମୟୀ ସେନାପତି, ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦର ସଂପାଦକ ଏମ୍.ଡି. ଅଫ୍ଜଲ ପରେୱଜ୍ ଯୋଗଦେଇ ସଭା ପରିଚାଳନା କରିଥିଲେ ।
ଏହି ଉତ୍ସବରେ ମଦ୍ରାସା ବୋର୍ଡ ସଭ୍ୟବୃନ୍ଦ, ମଦ୍ରାସା ଶିକ୍ଷକବୃନ୍ଦ ଏବଂ ମଦ୍ରାସା ବୋର୍ଡର କର୍ମକର୍ତ୍ତା ଯୋଗଦେଇଥିଲେ । ପ୍ରକାଶ ଥାଉ କି, ମୌଲବୀ ପରୀକ୍ଷାରେ ମୋଟ ୨୧୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୨ ଜଣ ରେଗୁଲାର ଓ ୨୦ ଜଣ ଏକ୍ସ-ରେଗୁଲାର ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨୧୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୨୮ ଜଣ ଛାତ୍ର ଓ ୮୪ ଜଣ ଛାତ୍ରୀ ଅଛନ୍ତି । ମଦ୍ରାସା ଇସ୍ଲାମିଆ ଆରବିଆର ଛାତ୍ରୀ କନିଜ୍ ଫାତମା ୭୦୦ରୁ ୬୪୪ ନମ୍ବର ରଖି ଏ ୱାନ୍ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ଫଳ www.bseodisha.ac.in ଏବଂ www.bseodisha.nic.in େୱବ୍ସାଇଟ୍ରେ ଉପଲବ୍ଧ ହେଉଛି ।
No Result
View All Result