No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର ) ବାଙ୍କୀ :- ବାଙ୍କୀ ରେ ବହୁ ଦିନ ହେବ ଧଳା ଜହର କାରବାର ସକ୍ରିୟ ହେବା ସହ କିଛି ଯୁବ ଗୋଷ୍ଠି ଏହାର ସେବନ କରୁଥିବା ଖବର ବାରମ୍ବାର ପ୍ରଗତିବାଦୀ ଖବର କାଗଜ ରେ ପ୍ରକାଶିତ ହୋଇଥିଲା । ସଟଡାଉନ ଓ ଲକଡାଉନ ରେ ଏହି ବେପାର ବାଙ୍କୀ ରେ ଅବାଧ ରେ ପୋଲିସ ଓ ବାଙ୍କୀ ଅବକାରୀ ବିଭାଗ ର ସ୍ତାଣୁତା ରୁ ଯୁବ ବର୍ଗ ଏହାର ଶିକାର ହେଉଥିବା ବହୁ ବୁଦ୍ଧି ଯିବି ପ୍ରକାଶ କରିଛନ୍ତି।ବାଙ୍କୀ ରେ ଧଳା ଜହର ବିପୁଳ ପରିମାଣ ରେ ବିକ୍ରି ଖବର ପାଇ ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦେଶ ରେ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ର ଆଇ.ଆଇ.ସି ଜଗଦୀଶ ସାମଲ ଙ୍କ ନେତୃତ୍ୱରେ ଇ.ଆଇଆଣ୍ଡଇ.ବି କଟକ ୨ ର ଏକ ଅବକାରୀ ଦଳ ବାଙ୍କୀ ର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ଆଜି ଚଢ଼ାଉ କରିଥିଲେ।
ଆଜି ସକାଳୁ ବାଙ୍କୀ ଖୋର୍ଦ୍ଧା ରାସ୍ତା କୃଷି ବିଭାଗ କାର୍ଯ୍ୟାଳୟ ନିକଟ ପେଟ୍ରୋଲ ଟାଙ୍କି ସମ୍ମୁଖ ରୁ ପୋଡାଡିହ ଗ୍ରାମର ସୁରେଶ ମହାପାତ୍ର (୩୧)ବର୍ଷ ଙ୍କ ନିକଟକୁ ୧୬୪ଗ୍ରାମ ଧଳା ଜହର ଜବତ କରିଥିଲେ ଜହାର ବଜାର ମୂଲ୍ୟ ୧୬ଲକ୍ଷ ଟଙ୍କା ହେବ ବୋଲି ଆଇ.ଆଇ.ସି ଶ୍ରୀ ସାମଲ ପ୍ରକାଶ କରିଥିଲେ।ସୁରେଶ କୁ ଅବକାରୀ ବିଭାଗ କେସ ନମ୍ବର ୫୨/୨୧-୨୨ ରେ ୨୧(ବି)ଏନଡିପିଏସ ଆଇନ ରେ ମାମଲା ରୁଜୁ କରି ଗିରଫ କରି କଟକ ନେଇଛନ୍ତି ।
ସୁରେଶ ସଟଡାଉନ ଓ ଲକଡାଉନ ର ଫାଇଦା ଉଠାଇ ଦୀର୍ଘ ୧ବର୍ଷ ରୁ ଉର୍ଦ୍ଧ ଧଳା ଜହର ବେପାର ବାଙ୍କୀ ତଥା ଆଖ ପାଖ ଅଞ୍ଚଳରେ କରୁଥିବା ଅବକାରୀ ଗୋଇନ୍ଦା ସଂସ୍ଥା ପକ୍ଷରୁ ପ୍ରକାଶ।ଏହି ଚଢ଼ାଉ ପରେ ବାଙ୍କୀ ରେ ଚାଞ୍ଚଲ୍ୟ ଖେଳି ଯାଇଛି।ଆଚର୍ଯ୍ୟ ର ବିଷୟ ବାଙ୍କୀ ର ବିଭିନ୍ନ ସ୍ଥାନରେ ଏଭଳି ବ୍ୟବସାୟ ଚାଲୁଥିଲେ ମଧ୍ୟ ବାଙ୍କୀ ପ୍ରଶାସନ, ବାଙ୍କୀ ପୋଲିସ ଓ ଅବକାରୀ ବିଭାଗ କିପରି ଜାଣି ପାରୁନଥିଲେ ଏହା ବସ୍ତବିକ ଚିନ୍ତା ର ବିଷୟ। (ରିପୋର୍ଟ ଗୌତମ ମିଶ୍ର )
No Result
View All Result