• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ନାହାନ୍ତି ଆବଶ୍ୟକ ଡ଼ାକ୍ତର କି ସ୍ୱାସ୍ଥ୍ୟ କର୍ମୀ

Proprietor Abhimanyu Maharana by Proprietor Abhimanyu Maharana
June 24, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଅବ୍ୟବସ୍ଥା ଘେରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ନାହାନ୍ତି ଆବଶ୍ୟକ ଡ଼ାକ୍ତର କି ସ୍ୱାସ୍ଥ୍ୟ କର୍ମୀ
Share on FacebookShare on TwitterWhatsapp

ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଷ୍ଟାପ କ୍ୱାଟର ଖତ ଖାଉଛି ମିଳୁନି ଚିକିତ୍ସା ସୁବିଧା , ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ରୋଗୀ ସ୍ଥାନାନ୍ତର ଆମ୍ବୁଲାନ୍ସ ଅଛି, ମିଳୁନି ସୁବିଧା : ବସି ବସି ଆମ୍ବୁଲାନ୍ସ ଚାଳକ ନେଉଛନ୍ତି ଦରମା

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର )ହିଞ୍ଜିଳିକାଟୁ :-  ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଶିଶୁ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନମାନ ପ୍ରଣୟନ କରିଛନ୍ତି । ରୋଗୀଙ୍କୁ ଉପଯୁକ୍ତ ଚିକତ୍ସା ସେବା ଯୋଗାଇଦେବା ସହ ରୋଗୀଙ୍କୁ ଘରୁ ଡ଼ାକ୍ତରଖାନାକୁ ଆଣିବା ଓ ଦୂର୍ଘଟଣା କିମ୍ବା ଅସୁସ୍ଥ ରୋଗୀଙ୍କୁ ତୁରନ୍ତ ଚିକିତ୍ସାଳ ସୁବିଧା ଯୋଗାଇଦେବା ସହ ଡ଼ାକ୍ତରଖାନାରେ ଭର୍ତି କରାଇବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା, ସ୍ତ୍ରୀ ଓ ପ୍ରସୂତୀ ମାନଙ୍କ ସକାଶେ ୧୦୨ ଆମ୍ବୁଲାନ୍ସ ସେବା ସମେତ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ, ମାଗଣାରେ ରୋଗ ନିଦାନ ସମେତ ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି । ବାସ୍ତବ କ୍ଷେତ୍ରରେ ଏଭଳି ଯୋଜନା ଗୁଡ଼ିକ କେବଳ ଯୋଜନା ମଧ୍ୟରେ ସମିୀତ ରହିଯାଉଛି ଏବଂ ବାସ୍ତବ କ୍ଷେତ୍ରରେ ରୋଗୀ ଏହାର ସୁବିଧା ସୁଯୋଗ ପାଇପାରୁନଥିବା ନେଇ ବହୁ ସମୟରେ ଅଭିଯୋଗ ହେଉଛି । ବହୁ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ସୁଯୋଗ ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇ ଆସୁଛି ।

ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ଡ଼ାକ୍ତରଖାନାରେ ଦେଖିବାକୁ ମିଳିଛି । ନା ଏଠି ଅଛନ୍ତି ଆବଶ୍ୟକ ଡ଼ାକ୍ତର ନା ଏଠି ଅଛନ୍ତି ସ୍ୱାସ୍ଥ୍ୟ କର୍ମୀ । ବାସ୍ତବ କ୍ଷେତ୍ରରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ରହିଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ । ଯଦ୍ୱାରା ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ୧୯୬୩ ମସିହାରେ ପ୍ରତିଷ୍ଠିତ ହିଞ୍ଜିଳିକାଟୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୧୯୯୨ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଲାଭ କରିଥିଲା । ପରେ ୨୦୧୮ ମସିହା ଏପ୍ରିଲ ମାସରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଲାଭ କରିଥିଲା । ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟକୁ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଚିତ୍ତ୍‌ା ସକାଶେ ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭରଶୀଳ । ଦୈନିକ ୩ଶହ ରୁ ୪ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଡ଼ାକ୍ତରଖାନାକୁ ଆସିଥାନ୍ତି । ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ଅସମ୍ଭବ ଭିଡ଼କୁ ଆଖି ଆଗରେ ରଖି ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ହାତପାଣ୍ଠିରୁ ପ୍ରାୟ ୧୬କୋଟି ୭୭ଲକ୍ଷ ୪୧ ହଜାର ଟଙ୍କା ବ୍ୟୟରେ ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ(ଅନ୍ତଃ ବିଭାଗ) ସ୍ଥାନୀୟ ପୌରାଂଚଳ ଆରଏମସି ପରିସରରେ ନିର୍ମାଣ କରାଯାଇଥିଲା । ଚଳିତ ବର୍ଷ ଫେବୃୟାରୀ ୧୧ ତାରିଖରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଡ଼ଫେରନ୍ସ ମାଧ୍ୟମରେ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟର ଶୁଭ ଉଦଘାଟନ କରିଥିଲେ ।

ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କ ସକାଶେ ଆବଶ୍ୟକ ଚିକିତ୍ସା ସୁବିଧା ସମେତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଇଛି । ଗତ ମାର୍ଚ୍ଚ ୨୬ ତାରିଖରେ ଉପଖଣ୍ଡ ଚିକିତ୍ସାଳୟର ପୁରୁଣାକୋଠାରୁ ନିର୍ମାଣଧିନ ନୂତନ କୋଠାକୁ ସ୍ଥାନାନ୍ତରିଣ କରାଯାଇଥିଲା । ତିନି ମହଲା ବିଶିଷ୍ଟ ଡ଼ାକ୍ତରଖାନା କୋଠା ନିର୍ମାଣ ହେଲା ସତ କିନ୍ତୁ ବାସ୍ତବ କ୍ଷେତ୍ରରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳି ପାରିଲା ନାହିଁ । ୮୦ ଶର୍ଯ୍ୟା ବିଶିଷ୍ଟ ଡ଼ାକ୍ତରଖାନାରେ ମାତ୍ର ୩୦ ଟି ଶର୍ଯ୍ୟା ରହିଛି । ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟ ସକାଶେ ୧୬ ଜଣ ଚିକିତ୍ସକ ଆବଶ୍ୟକ ରହିଥିବା ବେଳେ ୧୨ ଜଣ ଚିକିତ୍ସକ ରହିଛନ୍ତି । ତାହା ବି ପୁଣି ପାଳି କରି କିଏ କେତେବେଳେ ଆସି ଚିକିତ୍ସା କରିଥାନ୍ତି । ରୋଗୀଙ୍କୁ ୨୪ ଘଂଟିଆ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ସକାଶେ ଡ଼ାକ୍ତର ଓ ଫାର୍ମାସିଷ୍ଟ ମାନଙ୍କ ସକାଶେ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ୩୦ଟି କ୍ୱାଟର ନିର୍ମାଣ କରାଯାଇଛି । ହେଲେ ଷ୍ଟାପ କ୍ୱାଟର ଗୁଡ଼ିକ ପ୍ରାୟତଃ ଖାଲି ପଡ଼ିଛି । ପ୍ରାୟତଃ ସମସ୍ତ ଡ଼ାକ୍ତର ବ୍ରହ୍ମପୁର ସହରରୁ ପ୍ରତ୍ୟହ ଯାତାୟତ କରିଥାନ୍ତି । କ୍ୱାଟରରେ କେହି ରହିବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡ଼ିଛି । ୧୮ ଜଣ ଷ୍ଟାପନର୍ସ ଆବଶ୍ୟକ ରହିଥିବା ବେଳେ ଅଛନ୍ତି ମାତ୍ର ୬, ୬ଜଣ ଆଟେଣ୍ଡାଂଟ ସ୍ଥାନରେ ଅଛନ୍ତି ମାତ୍ର ୨, ୧୮ ଜଣ ଝାଡୁଦାରଙ୍କ ବଦଳରେ ଅଛନ୍ତି ମାତ୍ର ୮, ୪ ଜଣ ଫାର୍ମାସିଷ୍ଟଙ୍କ ବଦଳରେ ଅଛନ୍ତି ୨ ଓ ୧୮ ଜଣ ସୁରକ୍ଷାକର୍ମୀଙ୍କ ସ୍ଥାନେ;ର ଅଛନ୍ତି ମାତ୍ର ୧୧ ଜଣ । ସତେ ଯେପରିକି ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ଓ କର୍ମଚାରୀଙ୍କ ମରୁଡ଼ି ଦେଖାଦେଇଛି । ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପଲବ୍ଧ ରହିଥିଲେ ମଧ୍ୟ ବନ୍ଦ କୋଠରୀ ମଧ୍ୟରେ ରହି ଖତ ଖାଉଛି । ଦୃଷ୍ଟି ଦେବାକୁ କେହି ନାହିଁ । ଏପରିକି ସାଧାରଣତଃ ଦାନ୍ତ ଉପାଡ଼ିବାକୁ ଗଲେ ଆବଶ୍ୟକ ଉପକରଣ ଚିକିତ୍ସକଙ୍କ ନିକଟରେ ଉପଲବ୍ଧ ନରହିବା ଯୋଗୁଁ ସଂପୃକ୍ତ ବିଭାଗୀୟ ଡ଼ାକ୍ତର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା କିମ୍ବା କୌଣସି ବେସକରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରୁଥିବା ଅଭିଯୋଗ ହୋଇ ଆସୁଛି ।

ବିହୁ ସମୟରେ କୌଣସି ସ୍ଥାନରେ ଦୂର୍ଘଟଣା ଘଟି ଗୁରୁତର ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଆହତ ରୋଗୀ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହେଉଥିଲେ ମଧ୍ୟ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବାକୁ ଆବଶ୍ୟକ କର୍ମଚାରୀ ଅନୁପସ୍ଥିତ ରହୁଥିବା ନଜିର ରହିଛି । ଯଦ୍ୱାରା ବହୁ ସମୟରେ ଚିକିତ୍ସାଳୟ କର୍ମଚାରୀଙ୍କ ସହ ରୋଗୀ ସର୍ମ୍ପକୀୟଙ୍କ ଉଚ୍ଚବାଚ ହେଉଥିବାର ଦେଖିବାକୁ ମିଳିଛି । ୨୦୧୧ ମସିହରେ ସଂପୃକ୍ତ ଚିକିତ୍ସାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ଜରୁରୀ କାଳୀନ ସମୟରେ ଗୁରୁତର ରୋଗୀ ମାନେ ସର୍ବନିମ୍ନ ଅର୍ଥ (ଇନ୍ଧନ ଖର୍ଚ୍ଚ ବାବଦକୁ )ଜମା କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିଲା । ମାତ୍ର ୨୦୧୩ ମସିହା ଠାରୁ ରାଜ୍ୟ ସରକାର ୧୦୮ ଆମ୍ବୁଲାନ୍ସ ସେବାର ପ୍ରଚଳନ କରିବା ପରେ ସଂପୃକ୍ତ ଆମ୍ବୁଲାନ୍ସଟି ମେଡ଼ିକାଲ ପରିସରରେ ପଡ଼ି ରହିଛି । ଏପରିକି ସଂପୃକ୍ତ ଆମ୍ବୁଲାନ୍ସ ଚାଳକ କେବଳ ବସି ବସି ସରକାରଙ୍କ ତହବିଲରୁ ଦରମା ପାଉଛନ୍ତି । ଏପରିକି ସଂପୃକ୍ତ ଆମ୍ବୁଲାନ୍ସରେ ଏଯାବତ୍ ଗୋଷ୍ଠୀ ସ୍ୱାସ୍ଥ୍ୟ ଲେଖା ରହିଥିବା ଦେଖିବାକୁ ମିଳିଛି । ଗତ ୩ ବର୍ଷ ପୂର୍ବରୁ ସଂପୃକ୍ତ ଚିକିତ୍ସାଳୟ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଲାଭ କରିଥିଲେ ସୁଦ୍ଧା ଆମ୍ବୁଲାନ୍ସରେ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ବୋଲି ଲେଖା ରହିବା ସାଧାରଣରେ ଭ୍ରମ ସୃଷ୍ଟି କରିଛି । ବହୁ ସମୟରେ ଚିକିତ୍ସକ ମାନଙ୍କ ଦେଖା ନମିଳିବା ଏବଂ ଘଟଣା ନେଇ କୌଣସୀ ରୋଗୀଙ୍କ ସର୍ମ୍ପକୀୟ ଉଚ୍ଚ କର୍ତୁପକ୍ଷଙ୍କୁ ଅବଗତ କଲେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଦର୍ଶାଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିବା ଅଭିଯୋଗ ହେଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ଦାବି ହେଉଛି ।  ( ରିପୋର୍ଟ – ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version