No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର )ପାରଳାଖେମୁଣ୍ଡି :- କୋଭିଡ କଟକଣା ମଧ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନିତିକାନ୍ତ ମଧ୍ୟରେ ସମାପନ ହୋଇଯାଇଛି । ଭିଡକୁ ନଜରରେ ରଖି ପୁର୍ବ ପ୍ରସ୍ତୁତ ଅନୁସାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଆଜି ଭୋର ସକାଳ ଠାରୁ ୧୪୪ ଧାରା ଜାରି କରାଯାଇଛି । ନିର୍ଦ୍ଧିଷ୍ଟ ସଂଖ୍ୟକ ସେବାୟତଙ୍କୁ ନେଇ ସରକାରଙ୍କ ଗାଇଡ ଲାଇନ ଆଧାରରେ ଦେବସ୍ନାନ ପୂର୍ଣ୍ଣିମା ଶାନ୍ତି ଶୃଙ୍ଖଳାର ଅନୁଷ୍ଠିତ ହୋଇଯାଇଛି ।

ରୀତିନୀତି ଅନୁଯାୟୀ ପ୍ରଥମେ ପହଣ୍ଡିରେ ସ୍ନାନ ମଣ୍ଡପରେ ବିରାଜ ମାନ ହେବା ପରେ ସ୍ନାନ ନିତି କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ପରବର୍ତ୍ତୀ ସମୟରେ ଚତୁର୍ଦ୍ଧା ମୂର୍ତ୍ତୀ ଗଜାନନ ବେଶରେ ଦର୍ଶନ ଦେବେ । କିନ୍ତୁ କଟକଣା ଯୋଗୁଁ ସାଧାରଣ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି । କଟକଣାକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ l ଆଇନଶୃଙ୍ଖଳା ରକ୍ଷାପାଇଁ ପାରଳଖେମୁଣ୍ଡି ଆଦର୍ଶଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁଙ୍କ ନେତୃତ୍ଵରେ ପୋଲିସ ଫୋର୍ସ ସ୍ନାନ ମଣ୍ଡପ ନିକଟରେ ଉପସ୍ଥିତ ଥିଲେ ( ରିପୋର୍ଟ ଗରୁଡଧ୍ଵଜ ଚୌଧୁରୀ )
No Result
View All Result