ରଣପୁର ଶ୍ରୀମନ୍ଦିର ସ୍ନାନବେଦୀ ରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ତିନି ଠାକୁର । କୋଭିଡ୍ ସ୍ଥିତି ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥିବା ବେଳେ ଭକ୍ତଙ୍କ ଦର୍ଶନ ରେ ଲାଗିଛି କଟକଣା

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର ) ରଣପୁର,ରିପୋର୍ଟ ସୋନାଲି :- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ରଣପୁର ଶ୍ରୀମନ୍ଦିର ସ୍ନାନବେଦୀ ରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ତିନି ଠାକୁର । କୋଭିଡ୍ ସ୍ଥିତି ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନଥିବା ବେଳେ ଭକ୍ତଙ୍କ ଦର୍ଶନ ରେ ଲାଗିଛି କଟକଣା । ଶ୍ରୀଜୀଉଙ୍କ ଗଜାନନ ବେଶ କୁ ଦର୍ଶନ କରିବା ପାଇଁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳି ନାହିଁ ।

ମହାପ୍ରଭୁଙ୍କ ର ଏହି ଅପୂର୍ବ ଗଜବେଶ କୁ କୋଭିଡ ନିୟମ ଅନୁସାରେ ଅନୁଷ୍ଠିତ କରାଯାଇଛି । ଚଳିତ ବର୍ଷ କରୋନା କଟକଣା ରେ ସେବାୟତ ଙ୍କ ମଧ୍ୟରେ ଠାକୁରଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇ ୧୦୮ ଗଡୁ ପାଣି ରେ ପ୍ରଭୁଙ୍କ ସ୍ନାନ ସାରି ଚନ୍ଦନ ଲାଗି ହେବା ପରେ ଗଜାନନ ବେଶ କରାଯାଇଥିଲା ।

ଏହାପରେ ଫୁଲ , ଅଳଙ୍କାର ଇତ୍ୟାଦି ରେ ଆଭୂଷଣ କରାଯାଇ ଯଥା ରୀତି ପୂଜାର୍ଚ୍ଚନା କରାଯାଇଛି । ପ୍ରଶାସନ ର ନିର୍ଦେଶ ଅନୁସାରେ ଭକ୍ତ ଙ୍କ ଭିଡ଼ କୁ ନଜରରେ ରଖି ମନ୍ଦିର ର ସୀମିତ ସେବାୟତ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଛି ସ୍ନାନ ଯାତ୍ରା ।

ତିନି ଠାକୁର ଙ୍କ ପହଣ୍ଡି , ସ୍ନାନ ଏବଂ ଗଜ ବେଶ ସମାପ୍ତ ପରେ ଶ୍ରୀ ଜୀଉ ଙ୍କର ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ସହ ରାତି ୯ ଟାରେ ସ୍ନାନ ମଣ୍ଡପ ରୁ ତିନି ଠାକୁରଙ୍କ ର ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଏହାପରେ ଶ୍ରୀଜିଉଙ୍କର ଅଣସର ନୀତି ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।