No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର) ଭୁବନେଶ୍ୱର :- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ଶୋଭାଯାତ୍ରା କେନ୍ଦ୍ରୀୟ ବିଦ୍ୟାଳୟ ସମୁଖରୁ ବାହାରି ସତ୍ୟନଗର ମଶାଣି ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଫଟୋକୁ ନିଆଯାଇ ସତ୍ୟନଗର ମଶାଣି କାନ୍ଥରେ ସ୍ଥାପନ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଟୀକାକରଣ କେନ୍ଦ୍ରରେ ଏବଂ ଟୀକା ସାର୍ଟିଫିକେଟରେ ଫଟୋ ରଖିବା ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେଉଁ ଲଢ଼େଇ ଚାଲିଛି ଏବଂ ବ୍ୟାନର ଫଡ଼ାଫଡ଼ି ଚାଲିଛି । ତାହା ଓଡ଼ିଶା ତଥା ଦେଶର ଜନସାଧାରଣଙ୍କୁ ଦୁଃଖିତ କରିଛି ।

କରୋନା ମହାମାରୀ ସମୟରେ କରୋନା ନିୟନ୍ତ୍ରଣ, ବ୍ୟାପକ ଟୀକାକରଣ, ଭେଂଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ଯୋଗାଣ, ବେଡ ବ୍ୟବସ୍ଥା, ଇକ୍ମୋ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା ଏ ସବୁ ଉପରେ ପ୍ରାଧାନ୍ୟ ନଦେଇ କରୋନା ଟୀକାକରଣ କେନ୍ଦ୍ରରେ କାହା ଫଟୋ ରହିବ ଏବଂ ଟୀକା ସାର୍ଟିଫିକେଟରେ କାହା ଫଟୋ ରହିବ ସେଥିପାଇଁ ଦୁଇ ନିର୍ଲଜ ସରକାର ମଧ୍ୟରେ ଯୁଦ୍ଧ ଚାଲିଛି । ଶ୍ରୀ ନୱାଜ କହିଛନ୍ତି ଆଜି ଯଦି ଦେଶରେ ଓ ରାଜ୍ୟରେ କରୋନା ପରିସ୍ଥିତି ଅନିୟନ୍ତ୍ରିତ ହୋଇଥାଏ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥାଏ ସେଥିପାଇଁ ଉଭୟ ମୋଦି ଓ ନବୀନ ଦାୟୀ । ଯଦି ପେଟ୍ରୋଲ ଓ ଡିଜେଲ ଟିକସରେ କରୋନା ଟୀକା ଦିଆଯାଉଛି ତେବେ ଏ ଦୁହେଁ ଫଟୋ ଲଗାଇବା ପାଇଁ ବ୍ୟଗ୍ର କାହିଁକି ? ଯଦି ଟୀକାକରଣ ରେ ଏମାନଙ୍କର ଫଟୋ ରହିବ ତେବେ କରୋନା ନିୟନ୍ତ୍ରଣରେ ବିଫଳାତା ପାଇଁ ଏମାନେ ଦାୟୀ ଏବଂ ବ୍ୟାପକ କରୋନା ମୃତ୍ୟୁ ପାଇଁ ଏମାନେ ମଧ୍ୟ ଦାୟୀ, ତେବେ ସାରା ରାଜ୍ୟ ଓ ଦେଶରେ ଥିବା ବିଭିନ୍ନ ମଶାଣିରେ ଏମାନଙ୍କର ଫଟୋ କାହିଁକି ନ ରହିବ ।

ଯଦି ଟୀକା ତୁମର, ମଶାଣିର ଭୟଙ୍କର ପରିସ୍ଥିତି ପାଇଁ ନିଜକୁ ଦାୟୀ କରୁନ କାହିଁକି ? ଏଣୁ ସତ୍ୟନଗର ମଶାଣିରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ପଟ୍ଟନାୟକ ଏବଂ ମୋଦିଙ୍କର ଫଟୋ ସ୍ଥାପନ କରାଗଲା ଏବଂ ଆଗାମୀ ଦିନରେ ଦୁଇଟି ମୂର୍ତି ସ୍ଥାପନ କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ବିଭିନ୍ନ ଟୀକା କରଣ କେନ୍ଦ୍ରରେ ବିଜେପିର ନେତାମାନେ ଯେଉଁ ଆତଙ୍କ ସୃଷ୍ଟି କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଫଟୋ ମରାଯାଉଛି ଉଭୟ ଘଟଣାକୁ ସାଧାରଣ ଲୋକ ନିନ୍ଦା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ପ୍ରିତମ, ସୁନୀଲ ମାଟିଆ, ଅଖିଲେଶ ଯାଦବ, ମହମ୍ମଦ ଗୁଲ୍ଫାମ, ଅବିନାଶ ନନ୍ଦ, ବାବୁ ଜେନା, ବିଶ୍ୱଭୂଷଣ ମହାପାତ୍ର, କାର୍ତିକ କାଣ୍ଡି, ରଣଜିତ ସେନାପତି, ହରପ୍ରସାଦ ବେହେରା, ଆଦିତ୍ୟ କହଁର,ରାଜେଶ ଦାସ, ଅଜିତ ବାରିକ, ମହମ୍ମଦ ସମିଉଲ, ସୁନୀଲ କୁମାର ସାହୁ, ଚନ୍ଦନ ସାହୁ, ଦେବ ପ୍ରସାଦ ନାୟକ, ଅସୀତ ମିଶ୍ର, ସୟଦ ଆଜମ ଅଲ୍ଲି, ସନ୍ଦିପ ରାଉତରାୟ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ, ଶିବଶକ୍ତି ଦିଗଲ, ଅହମ୍ମଦ ଖାନ, ରାଜେଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
No Result
View All Result