No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ଢେଙ୍କାନାଳ :- ଏକ ଉନ୍ନତସମାଜ ର ପରିକଳ୍ପନା ଓ ବିକଶିତ ଢେଙ୍କାନାଳ ର ସ୍ବପ୍ନ ରେ ବିଭୋର ଯୁବ ଗୋଷ୍ଠୀ ଙ୍କୁ ନେଇ ଗଠିତ “ପରିବର୍ତନ – ଓଡିଶା”, ଢେଙ୍କାନାଳ ଦ୍ୱାରା କିନ୍ନର ବସ୍ତି ରେ କରୋନା ସଚେତନତା ଓ ରୋଗ ପ୍ରତିରୋଧି ଶକ୍ତି ବୃଦ୍ଧି ପାଇଁ ଯୋଗା ଭ୍ୟାସ କରାଯାଇଥିଲା !! ଢେଙ୍କାନାଳ ସହର ଉପକଣ୍ଠସ୍ଥ କଣ୍ଟାନାଳୀ ବାଇପାସ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ହିମାଳ ବସ୍ତି ! ସମାଜ ର ମୁଖ୍ୟ ସ୍ରୋତରୁ ବହୁଦୂରରେ, ଅବହେଳିତ ନୁଆଁଳିଆ ଆଜବେଷ୍ଟସ ଘର କେତୋଟି ରେ ରୁହନ୍ତି,,,କିନ୍ନର ମାନେ !!
କରୋନା ମହାମାରି ରେ,, ସେମାନେ ବି ପ୍ରଭାବିତ ! ଲକ ଡାଉନ -ସଟ ଡାଉନ ବ୍ୟବସ୍ଥା ଭିତରେ ଗୃହ ବନ୍ଦୀ ସେମାନେ!! ନା ଚାଲୁଛି ଟ୍ରେନ, ନା ବସ !! କାମ ପାଇଟି ମଧ୍ୟ ଶୂନ !! ଯେମିତି ସେମିତି ହେଉ,, ପେଟ ପାଇଁ ଦାନା ମୁଠେ ହେଇଗଲେ, ଯଥେଷ୍ଟ !! ବସ୍ତି ରେ ରହୁଥିବା 20 ରୁ 25 ଜଣ ଙ୍କୁ ନେଇ ତାଙ୍କର ପୃଥିବୀ !! ବାହାରେ କରୋନା କାୟା ଯେ କେଡେ ଭୟଙ୍କର, ତାହା ବୁଝିବାକୁ ତାଙ୍କର ଧ୍ୟାନ ନାହିଁ !!
ଏଭଳି, ସ୍ଥିତିରେ ସେହି କିନ୍ନର ମାନଙ୍କ ମନରେ ଆତ୍ମ ପ୍ରତ୍ୟୟ ସୃଷ୍ଟି, ଯୋଗର ଉପାଦେୟତା ବୁଝାଇବା ଓ କରୋନା ମହାମାରି ରେ ନିଜକୁ ସୁରକ୍ଷିତ ରଖିବା, ସରକାରୀ ନିୟମ ଅନୁପାଳନ କରିବା ତଥା ସଚେତନତା ସୃଷ୍ଟି ନିମନ୍ତେ,, ଆଜି ଅପରାହ୍ନ ରେ ରୋଟାରୀଆନ ରାଜକିଶୋର ବେହେରା ଙ୍କ ନେତୃତ୍ୱରେ ଯୁବ ସ୍ବେଛାସେବୀ ମାନେ ପହଞ୍ଚିଥିଲେ,,,ସେମାନଙ୍କ ଗହଣରେ !!
ସେମାନଙ୍କ ବସ୍ତିକୁ ସମ୍ପୂର୍ଣ ବିଶୋଧନ କରାଯାଇଥିଲା !! ଯୋଗ ଗୁରୁ ଶ୍ରୀ ପ୍ରଳୟ ଦାସ ସେମାନଙ୍କୁ ଯୋଗାଭାସ ଓ ଯୋଗର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ !! ଯୋଗ ହେଉଛି ସୁସ୍ଥ ଜୀବନ ର ମୂଳମନ୍ତ୍ର! ଏହା ଦ୍ୱାରା ଶାରୀରିକ ଓ ମାନସିକ ସନ୍ତୁଳନ ରକ୍ଷା ହୁଏ ! ମନ ସ୍ୱଚ୍ଛ ଓ ସୁସ୍ଥ ରୁହେ ଏବଂ ଏକ ସକାରାତ୍ମକ ଦିଗକୁ ଅଗ୍ରସର ହୁଏ ! ତେଣୁ, ଆଜି ଠାରୁ ଏହାକୁ ଦୈନନ୍ଦିନ ଜୀବନ ଶୈଳୀ ରେ ଉପଯୋଗ କରିବାକୁ ସକଳ୍ପ କରିଥିଲେ !!
ସମସ୍ତ ଙ୍କ ଶରୀର ତାପମାତ୍ରା, ଆକ୍ସିଜେନ ମାପ କରାଯାଇଥିଲା !! ସମସ୍ତଙ୍କୁ ଶାଢ଼ୀ, ଚପଲ, ମାସ୍କ, ସାନିଟାଈଜ଼ର, ହାତଧୁଆ ସାବୁନ, ବିସ୍କୁଟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା !! ସେମାନଙ୍କ ଗୋଷ୍ଟୀଗତ ରୋଷେଇ ନିମନ୍ତେ ମାସକର ରାସନ ସାମଗ୍ରୀ, ଚା ସାମଗ୍ରୀ ଯୋଗାଇ ଦିଆଯାଇଥିଲା !! ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ, ଧନ୍ଦା ମୂଳକ ଶିକ୍ଷା, କୌଶଳ ବିକାଶ ଓ ସ୍ଵ ରୋଜଗାର କ୍ଷମ ନିମନ୍ତେ,, ପରାମର୍ଶ ଦିଆଯାଇଥିଲା !!
ଏଥିରେ ଶିବ ପ୍ରାସାଦ ପଣ୍ଡା, ସୁଜିତ ନନ୍ଦ, ରାମେଶ୍ୱର ମାଈତି, ଚିନ୍ମୟ ଜେନା , ସୌମ୍ୟବ୍ରତ ସାହୁ, କାଦମ୍ବରୀ ମହାଖୁଡ଼, ରଶ୍ମିତା ରଥ, ଦିପୁନା ପ୍ରଧାନ, ବିକାଶ ସାହୁ ଓ ଅରୂପ କୁମାର ପରିଜା ପ୍ରମୁଖ ସହଯୋଗ କରିଥିଲେ !(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result