No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ଢେଙ୍କାନାଳ :- OLX ରେ ବିଜ୍ଞାପନ ଦେବା ହେଲା କାଳ। ଗାଡ଼ି ଟ୍ରାଏଲ୍ କରିବା ଆଳରେ ଲୁଟି ନେଲେ ପଲସର୍ ୨୨୦ ବାଇକ୍। ଏ ନେଇ ଟାଉନ ଥାନାରେ ଅଭିଯୋଗ କଲେ ଗାଡି ମାଲିକ । ଅଭିଯୋଗ ମୁତାବକ, ସହରର ଜୟଗୋପାଳ ସାହିର ବାସିନ୍ଦା ସୁଶାନ୍ତ ସେଠୀ(୩୦), ତାଙ୍କର ଗୋଟିଏ pulsar 220( OD02-Y-5760) ଗାଡିଟିକୁ ବିକ୍ରି କରିବା ଉଦ୍ଦେଶ୍ୟରେ OLX ମାଧ୍ୟମରେ ବିଜ୍ଞାପନ ଦେଇଥିଲେ ।
ଏହି ବିଜ୍ଞାପନ ଆଧାରରେ ଗତକାଲି ସକାଳ ସମୟ ପାଖାପାଖି ୧୧ଟା ୩୦ମି ସମୟରେ ଜଣେ ଅଜଣା ବ୍ୟକ୍ତି ଏକ ଅଟୋ ଦ୍ଵାରା ସହର ସ୍ଥିତ ବାଜିଚୌକ୍ ଛକ ଠାରେ ପହଞ୍ଚିଥିଲେ। ଗାଡି ଟ୍ରାଏଲ୍ ନିମନ୍ତେ ଗାଡ଼ି ମାଲିକଙ୍କୁ ପଛରେ ବସାଇ କିଛି ବାଟ ଆଗକୁ ଯାଇ ପୁଣି ସେହି ଛକକୁ ଫେରି ମାଲିକ ପଛ ସିଟ୍ ରୁ ଓହ୍ଲାଇବା ମାତ୍ରେ ହଠାତ୍ ପଲସର୍ ଗାଡ଼ି ଧରି ଫେରାର୍ ହୋଇଗଲା ଅଜଣା ଦୁର୍ବୃତ୍ତ। ଘଟଣାକୁ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ପଲସର୍ ଓନର୍ ସୁଶାନ୍ତ ସେଠୀ। ଟାଉନ୍ ପୋଲିସ୍ କେସ୍ ନଂ ୨୫୦/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result