ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଆପୋଲୋ ହସ୍ପିଟାଲସ୍ 25.3.2020 :- ଭୁବନେଶ୍ୱର, କରୋନା ବିରୋଧରେ ଲଢ଼େଇ ପାଇଁ ଆପୋଲୋ ହସ୍ପିଟାଲସ୍ ପକ୍ଷରୁ ପ୍ରୋଜେକ୍ଟ କବଚ ନାମକ ଏକ ଯୋଜନାର ଶୁଭାରମ୍ଭ କରାଯାଇଛି । ଚେନ୍ନାଇ ଓ ହାଇଦ୍ରାବାଦରେ ହସ୍ପିଟାଲ୍ର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନଲାଇନ୍ରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ଯୋଜନାରେ କରୋନାର ସାମଗ୍ରିକ ମୁକାବିଲା ଲାଗି ଆପୋଲୋ ହସ୍ପିଟାଲ୍ ଉଦ୍ୟମ କରିବ । ସୂଚନା ଠାରୁ ଆରମ୍ଭ କରି ପରୀକ୍ଷା, ଅନୁଶୀଳନ, ଟେଷ୍ଟିଂ ଓ କ୍ୱାରାଂଟିନ୍ ଓ ଚିକିତ୍ସା ଭିତିଭୂମି ଆଦି ସବୁ କିଛି ସାମିଲ ରହିଛି । ଏକ ମାସ ବ୍ୟାପୀ ପ୍ରୟାସ କରାଯିବା ପରେ ଏହି ବ୍ୟବସ୍ଥା ବିକଶିତ କରାଯାଇଛି ।
ଏ ସଂପର୍କରେ ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍ର ଅଧ୍ୟକ୍ଷ ଡକ୍ଟର ପ୍ରତାପ ସି ରେଡ୍ଡି କହିଛନ୍ତି ଯେ, “ଆମେ କେବଳ ଆମ ପିଢି ନୁହେଁ ବରଂ ଆସିବାକୁ ଥିବା ପିଢ଼ି ପାଇଁ ମଧ୍ୟ ଏହି ଲଢ଼େଇ ଲଢ଼ୁଛେ । ନୋଭେଲ କରୋନା ଭୂତାଣୁ କୌଣସି ସୀମା ରେଖା ବୁଝେ ନାହିଁ, ଧର୍ମ, ଜାତି, ବର୍ଣ୍ଣ ଓ ସାମାଜିକ ମାନ୍ୟତାର ଭେଦଭାଦ ବୁଝେନାହିଁ । ତେଣୁ ଆମେ ସମସ୍ତେ ଯୁବକ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକତ୍ରୀତ ହୋଇ ଏହି ଭୂତାଣୁର ଶୃଙ୍ଖଳାକୁ ଭାଙ୍ଗିବାକୁ ପଡ଼ିବ । ଆପୋଲୋ ହସ୍ପିଟାଲସ୍ର ସମଗ୍ର ପରିବାର ଏଥିପାଇଁ ପ୍ରସ୍ତୁତ ରହିଛି ଏବଂ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏହି ଲଢ଼େଇରେ ବିଜୟୀ ହେବା ଲାଗି ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛି । କୋଭିଡ-୧୯ ବିଶ୍ୱ ମହାମାରୀର ମୁକାବିଲା ଗରିବା ଲାଗି ସରକାରଙ୍କ ଉଦ୍ୟମକୁ ପ୍ରୋଜେକ୍ଟ କବଚ ବଢ଼ାଇବ ଏବଂ ଏହି ଜଟିଳ ଲଢ଼େଇରେ ଅଗ୍ରଦୂତ ରହିବ ।’’ ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ର ଉପାଧ୍ୟକ୍ଷା ଶୋବାନା କାମେନେନି କହିଛନ୍ତି ଯେ, “ସ୍କ୍ରିନିଂ ଓ ପ୍ରାରମ୍ଭିକ ଅନୁଶୀଳନ ପାଇଁ ହସ୍ପିଟାଲ୍ ତରଫରୁ ଏକ ଆର୍ଟିଫିସିଆଲ ଇଟେଂଲିଜେନ୍ସ ଭିତିକ କରୋନା ଭାଇରସ୍ ରିସ୍କ ଆସେସ୍ମେଂଟ୍ ସ୍କାନ୍ ପ୍ରସ୍ତୁତ କରାଯାଇଛି । ଦେଶର ୧୦ ନିୟୁତ ଲୋକ ଆପୋଲୋ ହସ୍ପିଟାଲ ର ୨୪ ଘଂଟିଆ ଆପ୍ ଓ ୱେବସାଇଟ୍ ଜରିଅରେ ସେମାନଙ୍କ ସ୍କାନ୍ କରି ବିପଦ ସ୍କୋର ଜାଣିପାରିବେ ।
ହସ୍ପିଟାଲ୍ ତରଫରୁ ଟେଲିଫୋନ୍ ପରାମର୍ଶ ମଧ୍ୟ ପ୍ରଦାନ କରାଯାଉଛି ।’’ ଦେଶର ୧୮ଟି ଦେଶରେ ଥିବା ୩୮୦୦ ଆପୋଲୋ ଫାର୍ମାସି ଲୋକମାନଙ୍କୁ ଔଷଧ, କଂଜ୍ୟୁମେବଲ ଓ ସପ୍ଲିମେଂଟ୍ ପ୍ରଦାନ କରୁଛନ୍ତି । ଷ୍ଟକ ପରିମାଣ ଦୁଇ ଗୁଣା ବଢ଼ାଇ ଦିଆଯାଇଛି । ମୂଲ୍ୟ ଉପରେ କଡ଼ା ନଜର ରଖାଯାଇଛି । ଦରକାର ପଡ଼ିଲେ ଦୈନିକ ୫୦୦,୦୦୦ରୁ ୧ ନିୟୁତ ପର୍ଯ୍ୟନ୍ତ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ଏହା ପ୍ରସ୍ତୁତ ରହିଛି । ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍ର ଯୁଗ୍ମ ପରିଚାଳନା ନିର୍ଦେଶିକା ସଙ୍ଗୀତା ରେଡ୍ଡି କହିଛନ୍ତି ହସ୍ପିଟାଲ୍ ତରଫରୁ ଖୁବଶୀଘ୍ର ପ୍ରୋଜେକ୍ଟ ଷ୍ଟେ ଆରମ୍ଭ କରାଯିବ ଯେଉଁଠାରେ ଲୋକମାନେ କ୍ୱାରାଂଟିନ୍ ହୋଇପାରିବେ । ସାରା ଦେଶରେ ଏଥିପାଇଁ ୫୦୦୦ ରୁମ୍ ପ୍ରସ୍ତୁତ କରାଯିବ । ହସ୍ପିଟାଲ୍ର ଉପାଧ୍ୟକ୍ଷା ପ୍ରୀତା ରେଡ୍ଡି ହସ୍ପିଟାଲର ୧୮୬୦୫୦୦୧୦୬୬ ହେଲପଲାଇନ ସମ୍ପର୍କରେ ଆଲୋଚନା କରିଛନ୍ତି । ହସ୍ପିଟାଲ୍ର ପରିଚାଳନା ନିର୍ଦେଶିକା ସୁନୀତା ରେଡ୍ଡି କହିଛନ୍ତି ଯେ ମାସକୁ ୨୦୦୦ରୁ ଅଧିକ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ବ୍ୟବସ୍ଥା କରାଯାଇଛି ।