No Result
View All Result
ଉତ୍ପାଦ ପୋର୍ଟଫୋଲିଓକୁ ଦୃଢ଼ କରିବା ଲାଗି ସ୍ଲିମ୍ ଆଲୁମିନିୟମ୍ ସ୍ଲାଇଡିଂ ଡୋର୍ ସିଷ୍ଟମ୍ ଉନ୍ମୋଚିତ
ଏହି ଆର୍ଥିକ ବର୍ଷରେ ନୂଆ ମାନୁଫାକ୍ଚରିଂ ବ୍ୟବସ୍ଥାରେ ୪୦ କୋଟିର ନିବେଶ ଯୋଜନା
ଆସନ୍ତା ୪ ବର୍ଷରେ ଆଲୁମିନିୟମ୍ ଝରକା ଓ କବାଟ ବଜାରର ୮- ୧୦% ଅଂଶ ହାସଲ କରିବା ଲକ୍ଷ୍ୟ
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ଭୁବନେଶ୍ୱର :- ଦେଶର ଅଗ୍ରଣୀ ବିଲ୍ଡିଂ ମାଟେରିଆଲ୍ ସଂସ୍ଥା ଅପର୍ଣ୍ଣା ଏଣ୍ଟର୍ପ୍ରାଇଜେସ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ଆଲୁମିନିୟମ୍ ୱିଣ୍ଡୋ ଓ ଡୋର୍ ବ୍ୟବସ୍ଥା ବ୍ରାଣ୍ଡ୍ ଆଲ୍ଟେଜାକୁ ସୁଦୃଢ଼ କରିବା ଲାଗି ଆସନ୍ତା ୪ ବର୍ଷରେ ୧୦୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରହିଛି । ଉତ୍ପାଦ ପୋର୍ଟଫୋଲିଓକୁ ଦୃଢ଼ କରିବା ସହ ମାନୁଫାକ୍ଚରିଂ ବ୍ୟବସ୍ଥା, ମାର୍କେଟିଂ ଓ ରିଟେଲିଂରେ ଏହି ପୁଞ୍ଜିନିବେଶ କରାଯିବ । ଏହି ଅବସରରେ କଂପାନିର ସଦ୍ୟତମ ସ୍ଲିମ୍ ଆଲୁମିନିୟମ୍ ସ୍ଲାଇଡିଂ ଡୋର୍ ବର୍ଗ-ଏସିଏ ଏମ୍-୧୯ ସିରିଜ୍କୁ ଉନ୍ମୋଚନ କରାଯାଇଛି । ଏହା ବହୁତ ପତଳା ଭାବେ କାର୍ଯ୍ୟ କରେ ଏବଂ ଏହା ହେଉଛି ଗ୍ରାହକ ମାନଙ୍କୁ ଆଲ୍ଟେଜା ପ୍ରଦାନ କରୁଥିବା ସବୁଠୁ ପତଳା ଆଲୁମିନିୟମ୍ ସ୍ଲାଇଡିଂ ଡୋର୍ । ଏହି ସ୍ୱତନ୍ତ୍ର ବ୍ୟବସ୍ଥା ସର୍ବନିମ୍ନ ଡିଜାଇନ୍ ଉପରେ ପର୍ଯ୍ୟବେସିତ ଯାହା ୧୯ ଏମ୍ଏମ୍ର ଆଲୁମିନିୟମ୍ ପ୍ରୋଫାଇଲ୍ ଓ ଡୋର ଖୋଲିବା ଇଣ୍ଟର୍ଲକ୍ ପ୍ରଦାନ କରୁଛି ଓ ଏହି ବ୍ୟବସ୍ଥାକୁ କୋଣ ଖୋଲିବା ଲାଗି ମଧ୍ୟ ବ୍ୟବହାର କରାଯାଇପାରିବ ।
ଆଲ୍ଟେଜା ପାଇଁ ରହିଥିବା ଯୋଜନା ବିଷୟରେ ମନ୍ତବ୍ୟ ଦେଇ ଶ୍ରୀଯୁକ୍ତ ଅଶ୍ୱିନୀ ରେଡ୍ଡି, ପରିଚାଳନା ନିର୍ଦ୍ଦେଶକ, ଅପର୍ଣ୍ଣା ଏଣ୍ଟର୍ପ୍ରାଇଜେସ୍ ଲିମିଟେଡ୍ କହିଛନ୍ତି ଯେ, “ଭାରତର ଆଲୁମିନିୟମ୍ କବାଟ ଓ ଝରକା ବଜାର ପରିମାଣ ହେଉଛି ୨୦ ହଜାର କୋଟି ଟଙ୍କା ଓ ଏହା ହାରାହାରି ଭାବେ ବାର୍ଷିକ ୭.୯% ଅଭିବୃଦ୍ଧି ହାସଲ କରୁଛି । ଏକ୍ଷେତ୍ରରେ ଗୁଣାତ୍ମକ ଉତ୍ପାଦ ଓ ସେବାର ଆବଶ୍ୟକତା ରହିଛି ଓ ସେହି ଚାହିଦା ପୂରଣ କରିବାକୁ ଆମେ ପ୍ରସ୍ତୁତ ହୋଇଛୁ । ୧୦୦ କୋଟି ଟଙ୍କା ମଧ୍ୟରୁ ୬୦ କୋଟି ଟଙ୍କାକୁ ମାନୁଫାକ୍ଚରିଂ ଦକ୍ଷତା ସୁଦୃଢ଼ କରିବା ଦିଗରେ ଓ ବଳକା ଟଙ୍କାକୁ ଗବେଷଣା ଓ ବିକାଶ କାର୍ଯ୍ୟ ଓ ଡିଲର୍ସିପ୍ ନେଟ୍ୱର୍କକୁ ଦୃଢ଼ କରିବା ଦିଗରେ ବ୍ୟବହାର କରାଯିବ । ଏହିି ଅଭିବୃଦ୍ଧି ଲକ୍ଷ୍ୟକୁ ସହାୟତା ପ୍ରଦାନ କରିବା ଲାଗି ଆମେ ଆମର ଟିମ୍କୁ ଦୃଢ଼ କରିବାକୁ ଯୋଜନା ରଖିଛୁ । ୨୦୨୧ ସୁଦ୍ଧା ୧୦୦ ଲୋକଙ୍କୁ ନିଯୁକ୍ତ କରିବାକୁ ଆମେ ଯୋଜନା ରଖିଛୁ ଏବଂ ଅଧିକାଂଶ ତେଲେଙ୍ଗାନାରୁ ନିଯୁକ୍ତ କରାଯିବ । ଆମେ ଆଶାବାଦୀ ରହିଛୁ ଯେ ୨୦୨୫ ସୁଦ୍ଧା ଆଲ୍ଟେଜା ସଂଗଠିତ ଆଲୁମିନିୟମ୍ କବାଟ ଓ ଝରକା ବଜାରର ୮-୧୦% ଅଂଶ ହାସଲ କରିବ ।’’ ୨୦୧୯ରେ ଉନ୍ମୋଚିତ ହୋଇଥିବା ଆଲ୍ଟେଜାରେ ରହିଛି ଆଲୁମିନିୟମ୍ କବାଟ, ଝରକା ଓ ରେଲିଂ ବର୍ଗମାଳା ।
ଆଲ୍ଟେଜା ଏସିଏ ଏମ୍-୧୯ ସହିତ କଂପାନି ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରିମିୟମ୍ ଆଲୁମିନିୟମ୍ କବାଟ ଓ ଝରକା ବଜାରରେ ଏହାର ସ୍ଥିତିକୁ ଦୃଢ଼ କରିଛି । ନୂଆ ଏସିଏ ଏମ୍-୧୯ହେଉଛି ଅପର୍ଣ୍ଣା ଏଣ୍ଟର୍ପ୍ରାଇଜେସ୍ର ସବୁଠୁ ପତଳା ସ୍ଲାଇଡିଂ ଡୋର୍ ସିଷ୍ଟମ୍ । ସାଧାରଣ ସ୍ଲାଇଡିଂ ଡୋର୍ରେ ଥିବା ୪୦ ଏମ୍ଏମ୍ ତୁଳନାରେ ଏଥିରେ ଏକ ପତଳା ଇଌକ୍ଷଗ୍ଧ;ର୍ଲକ୍ ଓ ୧୯ ଏମ୍ଏମ୍ର ରିଭର୍ସ ଇଣ୍ଟର୍ଲକ୍ ରହିଛି । ଏସିଏ ଏମ୍-୧୯ ୬.୭୨ ବର୍ଗମିଟର୍ ସିଙ୍ଗଲ ପ୍ୟାନେଲ୍ର ପରିଚାଳନା କରିପାରିବ ଓ ଏକାକୀ ୩୦୦ କେଜିର ସିଙ୍ଗଲ ପ୍ୟାନେଲ୍ ପରିଚାଳନା ମଧ୍ୟ କରିପାରିବ । ଏହି ସୁନ୍ଦର ବ୍ୟବସ୍ଥା ସହିତ ପତଳା ପ୍ରୋଫାଇଲ୍ ଗ୍ରାହକମାନଙ୍କ ଘର ଭିତରକୁ ଅଧିକ ଆଲୋକ ପ୍ରଦାନ କରିବ ଏବଂ ବାହାରକୁ ଦୃଶ୍ୟ କମ୍ ପ୍ରଦର୍ଶିତ ହେବ । ପତକା ଇଣ୍ଟର୍ଲକ୍ ମଧ୍ୟ ବେଶ ଆକର୍ଷଣୀୟ ଏବଂ ପାରମ୍ପରିକ ତୁଳନାରେ ବହୁତ ଭଲ ଦେଖାଯାଉଛି ।
No Result
View All Result