ଭଦ୍ରକ କାଶିପୁର ଗାଁରେ ଦନ୍ତା ଉପଦ୍ରବ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ଭଦ୍ରକ :-  ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗଣିଜାଙ୍ଗ ପଞ୍ଚାୟତର ବଗଦାଶାସନର କାଶିପୁର ଗାଁ ଦନ୍ତା ଉପଦ୍ରବ। ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଆଜି ସକାଳୁ ଲୋକମାନେ ଦନ୍ତା ହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ ।

ଗାଁରେ ଦନ୍ତା ହାତୀଟି ଉପଦ୍ରବ କରିବା ବନ ବିଭାଗକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଡିଏଫ୍ଓ ଫରେଷ୍ଟ ଅଫିସର ପହଞ୍ଚି ନଜର ରଖିଛନ୍ତି । ହାତୀ ଉପଦ୍ରବ ଯୋଗୁ ଗାଁ କାହର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ଦନ୍ତାକୁ ଜଙ୍ଗଲକୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି ।   ( ରିପୋର୍ଟ – ଦୀପ୍ତିମାନ ପତି )