No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର) ପାଟଣାଗଡ଼ :- ପାଟଣାଗଡ଼ ସହର ବିଦ୍ଧୀଜୀବ ବିଭିନ୍ନ ସଂଗଠନ ବ୍ୟକ୍ତି ବିଶେଷ,ଶିକ୍ଷାବିତ, ଅବସରପ୍ରାପ୍ତ ,ସାମ୍ବାଦିକ, ରାଜନୈତିକ ଆଦି ବ୍ୟକ୍ତି ସମୁହ ମାନ ଙ୍କୁ ନେଇ ନାଗରିକ କମିଟି ଗଠିତ ହୋଇଯାଇଛି । ସ୍ଥାନୀୟ ସୁଭଦ୍ରା ଭବନ ପରିସରରେ ରାଜେଶ କୁମାର ମେହେର ଓ ବିଜୟ କୁମାର ମେହେର ଙ୍କ ଆବାହାକତ୍ବ ରେ ଜରୁରୀକାଳୀନ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ପାଟଣାଗଡ଼ ସହର ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସହ ନାଗରିକ ମାନଙ୍କ ସାମୁହିକ ସୁରକ୍ଷା ,ମୈ।ଳିକ ଅଧିକାର,କରୋନା ମହାମାରୀ ର ତୃତୀୟ ଲହର ଆସିବା ପୂର୍ବରୁ ସମସ୍ତ ନାଗରିକଙ୍କୁ ଟିକା ପ୍ରଦାନ, ପାନୀୟ ଜଳ ଯୋଗାଣ ,ସ୍ତ୍ରତନ ଭାବେ ଶିଶୁ ଏବଂ ମହିଳା ହସ୍ପିଟାଲ୍ ନିର୍ମାଣ, ରେଲୱେ ଲାଇନ ନିର୍ମାଣ , ଶିକ୍ଷା ର ଭିତ୍ତି ଭୂମୀ, ବିକାଶ ମୂଳକ କାର୍ଯ୍ୟ କ୍ରମ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।
ଏଥିରେ ସହର ସମସ୍ତ ସଂଗଠନ ବିଦ୍ଧୀଜୀବୀ ମାନଙ୍କୁ ନେଇ ନାଗରିକ କମିଟି ଗଠନ କରିବାକୁ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ଏଥିରେ ନାଗରିକ କମିଟି ସଭାପତି ଭାବେ ଘନ ଶ୍ୟାମ ମେହେର , ଉପସଭାପତି ଶ୍ରୀମତୀ ପାଣିଗ୍ରାହୀ , ସାଧାରଣ ସଂପାଦକ ସବ୍ୟସାଚୀ ମାଝୀ , ଯୁଗ୍ମ ସଂପାଦକ ଆନନ୍ଦ ଯୋଷୀ , କୋଷାଧ୍ୟକ୍ଷ ଉଜ୍ଜ୍ୱଳ ଦାସ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଅନ୍ତର୍ଯ୍ୟାମୀ ମେହେର ,ନୀରଞନ ବିଶି, ବିବେକାନନ୍ଦ ପାଣିଗ୍ରାହୀ , ଡମ୍ବରୁଧର ପାଣିଗ୍ରାହୀ ,ଝାରୁ ମେହେର , ଚକ୍ରଧର ତାଣ୍ଡି ,ପ୍ରଭାତ ଯୋଷୀ , ଅରକ୍ଷିତ ଯୋଷୀ ,ବ୍ରଜ ମେହେର , ରମେଶ ପୁରୋହିତ , ଅନୀଲ ମେହେର ,ରିତ ଛତର , ସୁନୀଲ ଗୋଏଲ , ସଦାଶିବ ସରାଫ , ରମାକାନ୍ତ ହୋତା ପ୍ରମୁଖ ମନୋନୀତ ହୋଇଥିଲେ । ମୂଖ୍ୟ ସଂଯୋଜକ ଭାବେ ବିଜୟ କୁମାର ମେହେର ଙ୍କୁ ମନୋନୀତ କରାଯାଇଥିଲା । ଆସନ୍ତା ଶନିବାର ଦିନ ନାଗରିକ କମିଟି ର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ସଭାପତି ଘନଶ୍ୟାମ ମେହେର ସୂଚନା ଦେଇଛନ୍ତି । (ପାଟଣାଗଡ଼ /ଗୋରେଖନାଥ ବରିହା )
No Result
View All Result