No Result
View All Result
ନିୟୁତାଧିକ ପ୍ରାକ୍-ମଂଜୁରି ପ୍ରାପ୍ତ ଗ୍ରାହକ ତୁରନ୍ତ ଓ ଡିଜିଟାଲ୍ ମାଧ୍ୟମରେ ସେମାନଙ୍କ ଉଚ୍ଚ ମୂଲ୍ୟର କିଣାକିଣିକୁ ଇଏମ୍ଆଇରେ ପରିଣତ କରିପାରିବେ
୨୫୦୦ ଇ-କମର୍ସ ବ୍ରାଣ୍ଡ୍ରେ ସେମାନେ ସୁବିଧା ହାସଲ କରିପାରିବେ
ଦେଶର ପ୍ରଥମ ବ୍ୟାଙ୍କ ଭାବେ ଏଭଳି ସୁବିଧା ପ୍ରଦାନ କରିବ
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ୍ ମଙ୍ଗଳବାର )ଭୁବନେଶ୍ୱର :- ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅନ୍ଲାଇନ୍ ସପିଙ୍ଗ୍ ପାଇଁ ତତ୍କାଳ କାର୍ଡଲେସ୍ ଇଏମ୍ଆଇ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏହା ଦ୍ୱାରା ବ୍ୟାଙ୍କର ପ୍ରାକ୍-ମଂଜୁର ଗ୍ରାହକମାନେ ସୁବିଧାରେ ଅନ୍ଲାଇନ୍ରେ ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ସହଜ ଇଏମ୍ଆଇ ଜରିଆରେ କିଣିପାରିବେ । ନିଜର ମୋବାଇଲ୍ ଫୋନ୍ ଓ ପାନ୍କୁ ବ୍ୟବହାର କରି ମାତ୍ର କିଛି କ୍ଲିକ୍ରେ ଗ୍ରାହକମାନେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତର କାବରାରକୁ ଇଏମ୍ଆଇରେ ପରିଣତ କରିପାରିବେ । ଇ-କମର୍ସ ୱେବ୍ସାଇଟ୍ ଓ ଆପ୍ର ଚେକ୍-ଆଉଟ୍ ବର୍ଗରେ ପ୍ରବେଶ କରି ନିଜର ପଞ୍ଜୀକୃତ ମୋବାଇଲ୍ ନମ୍ବର, ପାନ୍ ଓ ଓଟିପି ଦେଇ ସେମାନେ ଏହି ସୁବିଧା ହାସଲ କରିପାରିବେ । ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସେସ୍, ଲାପ୍ଟପ୍, ମୋବାଇଲ୍ ଫୋନ୍, ଟ୍ରାଭେଲ୍, ଫେସନ୍ ଆପାରେଲ୍, ସ୍ପୋର୍ଟସ୍ ଓୟାର୍, ଶିକ୍ଷା ଓ ହୋମ୍ ଡେକର୍ ଆଦି କାରବାର ବେଳେ ଏହି ସୁବିଧା ହାସଲ କରାଯାଇପାରିବ । ରିଟେଲ୍ ଷ୍ଟୋର୍ କାରବାର ପାଇଁ ଏଭଳି ସୁବିଧା ଆରମ୍ଭ କରିବାର ସାତ ମାସ ପରେ ବ୍ୟାଙ୍କିଙ୍ଗ୍ ଶିଳ୍ପ କ୍ଷେତ୍ରର ପ୍ରଥମ ସଂସ୍ଥା ଭାବେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅନ୍ଲାଇନ୍ କାରବାର ପାଇଁ ଏହି ସୁବିଧାକୁ କାର୍ଯ୍ୟକାରୀ କରାଯାଇଛି ।
ଫ୍ଲେକ୍ସ ମନି ଓ ସପ୍ ସେ ଭଳି ଡିଜିଟାଲ୍ ଋଣ ପ୍ରଦାନକାରୀ ସଂସ୍ଥା ସହ ସହଯୋଗିତା ସ୍ଥାପନ କରି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହି ସୁବିଧାର ଶୁଭାରମ୍ଭ କରାଯାଇଛି । ବାଟା, ବଜାଜ୍ ଇଲେକ୍ଟ୍ରିକାଲ୍, କ୍ୟାରିୟର୍ ଲଞ୍ଚର୍, ଡି’ ଡେକର୍, ଡିକାଥଲନ୍, ଫ୍ଲିପ୍କାର୍ଟ, ନୋକିଆ, ରେମଣ୍ଡ, ଟାଟା କ୍ଳିକ୍ ଭଳି ୨୫୦୦ରୁ ଅଧିକ ବ୍ରାଣ୍ଡ୍ରେ ଗ୍ରାହକ ମାନେ ଏହି ସୁବିଧା ହାସଲ କରିପାରିବେ । ଏ ସମ୍ପର୍କରେ ସୁଦୀପ୍ତ ରାୟ, ମୁଖ୍ୟ-ଅସୁରକ୍ଷିତ ସଂପତ୍ତି, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କରେ ଆମ ଗ୍ରାହକମାନଙ୍କୁ ଅଭିନବ, ସୁବିଧା ଜନକ ଓ ଚିନ୍ତାମୁକ୍ତ ସେବା ଯୋଗାଇଦେବା ଉପରେ ଆମର ବିଶ୍ୱାସ ରହିଛି । ସେହି ଭାବନାକୁ ନେଇ ଗତ ଉତ୍ସବ ଋତୁରେ ଗ୍ରାହକମାନଙ୍କୁ ସ୍ପର୍ଶବିହୀନ, ଡିଜିଟାଲ୍ ଓ ସୁରକ୍ଷିତ ଭାବେ କାରବାର କରିବାର ସୁବିଧା ପ୍ରଦାନ କରିବା ପାଇଁ ଆମେ ରିଟେଲ୍ ଷ୍ଟୋର୍ ପାଇଁ କାର୍ଡଲେସ୍ ଇଏମ୍ଆଇ ସୁବିଧା ଆରମ୍ଭ କରିଥିଲୁ । ଏହାକୁ ଜବରଦସ୍ତ ସମର୍ଥନ ମିଳିବା ପରେ ଆମେ ଏହି ବ୍ୟବସ୍ଥାକୁ ଏବେ ଅନ୍ଲାଇନ୍ ସପିଙ୍ଗ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ । ଏହା ଜରିଆରେ ଆମର ଗ୍ରାହକମାନେ ନିଜର ମୋବାଇଲ୍ ଫୋନ୍ ଓ ପାନ୍୍କୁ ବ୍ୟବହାର କରି ୨୫୦୦ରୁ ଅଧିକ ଇ-କମର୍ସ ମର୍ଚାଣ୍ଟଙ୍କ ସହ କାରବାର କରିପାରିବେ । ଏହି ନୂଆ ସେବା ଦ୍ୱାରା ନିୟାତୁଧିକ ଗ୍ରାହକ ଅଧିକ ମୂଲ୍ୟର ଜିନିଷର କିଣାକିଣିକୁ ସୁରକ୍ଷିତ ଓ ସୁବିଧାରେ, ତତ୍କାଳ ଓ ଡିଜିଟାଲ୍ ମାଧ୍ୟମରେ ଇଏମ୍ଆଇରେ ପରିଣତ କରିପାରିବେ ।’’
ଫ୍ଲେକ୍ସମନି ଟେକ୍ନୋଲୋଜିସ୍ର ପ୍ରତିଷ୍ଠାତା ଓ ସିଇଓ ୟେଜ୍ଦି ଲସ୍କାରି କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିବା ଓ ସେମାନଙ୍କ ଗ୍ରାହକଙ୍କୁ ନିଜ ପସନ୍ଦର ଇ-କମର୍ସ ମର୍ଚାଣ୍ଟ ଓ ବ୍ରାଣ୍ଡ୍ରେ କାର୍ଡଲେସ୍ ଇଏମ୍ଆଇ ଜରିଆରେ କିଣାକିଣି କରିବାର ସୁବିଧା ପ୍ରଦାନ କରୁଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଭବିଷ୍ୟତର କିଣାକିଣି ସମନ୍ୱିତ ଓ କାର୍ଡଲେସ୍ ଡିଜିଟାଲ୍ କ୍ରେଡିଟ୍ ଜରିଆରେ ହେବ ବୋଲି ଆଇସିଆଇସିଆଇ ବ୍ୟାଙ୍କର ରହିଥିବା ଲକ୍ଷ୍ୟକୁ ଆମେ ମଧ୍ୟ ବିଶ୍ୱାସ କରୁଛୁ । ଫ୍ଲେକ୍ସମନିର ଇନ୍ଷ୍ଟାକ୍ରେଡ୍ ପ୍ଲାଟ୍ଫର୍ମରେ ନିରବଚ୍ଛିନ୍ନ ଓ ସୁରକ୍ଷିତ ଭାବେ ମର୍ଚାଣ୍ଟ ସମନ୍ୱିତ ଅନୁଭୂତି ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ପ୍ରଦାନ କରାଯିବ ।’’ ସପ୍ସେର ସହ ପ୍ରତିଷ୍ଠାତା ଓ ସିଇଓ ପଲ୍ଲବ ଜୈନ କହିଛନ୍ତି ଯେ, “ସପ୍ସେରେ ଆମେ ଆମର ମର୍ଚାଣ୍ଟ ସହଯୋଗୀ ଓ ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ମାନର ଇଏମ୍ଆଇ ସୁବିଧା ପ୍ରଦାନ କରିବାକୁ ଅତ୍ୟନ୍ତ ବ୍ୟାକୁଳ । ଆଇସିଆଇସିଆଇ ବ୍ୟାଙ୍କର ଅଭିନବ ଓ ପ୍ରଥମ ଧରଣର କାର୍ଡଲେସ୍ ଇଏମ୍ଆଇ ସୁବିଧା ପାଇଁ ସେମାନଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ । ଆଇସିଆଇସିଆଇ ବ୍ୟାଙ୍କ ଡିଜିଟାଲ୍ ଟିମ୍ ସହିତ କାର୍ଯ୍ୟ କରିବା ଉଲ୍ଲାସପୂର୍ଣ୍ଣ ଥିଲା ଓ ସେମାନେ ମଧ୍ୟ କିଣାକିଣି ଅନୁଭୂତିରେ ଉନ୍ନତି ଆଣିବାକୁ ସମାନ ଭାବେ ଉତ୍ସାହିତ ଥିଲେ ।’’ କାର୍ଡଲେସ୍ ଇଏମ୍ଆଇରେ ଅନ୍ଲାଇନ୍ ସପିଙ୍ଗ୍ରେ ଏହି ସବୁ ସୁବିଧା ମିଳିବ । ଡିଜିଟାଲ୍ ଓ ତୁରନ୍ତ ପ୍ରକ୍ରିୟାକରଣ ହେବ । ଗ୍ରାହକମାନେ ୭୦୦୦ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର କାରବାର ସୀମା ହାସଲ କରିପାରିବେ । ଗ୍ରାହକମାନେ ୩,୬,୯ ଓ ୧୨ ମାସର ଭଳି ନମନୀୟ ପରିଶୋଧ ସୁବିଧା ହାସଲ କରିପାରିବେ । ଭାରତରେ ଅନ୍ୟ କୌଣସି ବ୍ୟାଙ୍କ ଏହି ସୁବିଧା ପ୍ରଦାନ କରୁନାହାନ୍ତି । ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍ସେସ୍, ଲାପ୍ଟପ୍, ମୋବାଇଲ୍ ଫୋନ୍, ଟ୍ରାଭେଲ୍, ଫେସନ୍, ସ୍ପୋର୍ଟସ୍ ଓୟାର୍ ଓ ହୋମ୍ ଡେକର୍ ଭଳି ୨୫୦୦ ବର୍ଗରେ ଏହି ସୁବିଧା ମିଳିବ ।
No Result
View All Result