No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ହିଞ୍ଜିଳିକାଟୁ :- ଜୁନ ୭ ତାରିଖକୁ ସାରା ବିଶ୍ୱରେ ଯୋଗ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀ ରେ ସୋମବାର ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳ ରେ ଆରଏସଏସ ଓ ବହୁ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ୭ତମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବ୍ଳକ ପୋଡ଼ିଙ୍ଗି ଠାରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ପଲ୍ଲୀ ବିକାଶ ପକ୍ଷରୁ ଗ୍ରାମ୍ୟ ଖେଳପଡ଼ିଆ ଠାରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଯାଇଅଛି । ଯୋଗ ଗୁରୁ ହରିବନ୍ଦୁ ନାୟକଙ୍କ ତତ୍ୱାବଧାନରେ ଉପସ୍ଥିତ ବହୁ ବ୍ୟକ୍ତିଙ୍କୁ ଯୋଗ ଓ ପ୍ରାଣାୟାମ ଶିକ୍ଷା ପ୍ରଦାନ କରାଯିବା ସହ ଯୋଗର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରାଯାଇ ଥିଲା ।

କାର୍ଯ୍ୟକ୍ରମକୁ ଆଲୋକ କୁମାର ନାୟକ ପରିଚାଳନା କରିଥିବା ବେଳେ କଂଗ୍ରେସ ଗଉଡ, ବିଚିତ୍ର ବେହେରା ଯୋଗଭ୍ୟାସ କରାଇଥିଲେ । ବିମଳ ସାହୁ, ନିଳାଂଚଳ ବେହେରା, ପ୍ରମୋଦ ସେଠି, ଚିନ୍ତାମଣି ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ପୌରାଂଚଳ ବାରାହୀ ପାହାଡ଼ରେ ଅବସ୍ଥିତ ଗାୟତ୍ରୀ ଶକ୍ତିପୀଠ ଓ ମିନି ଷ୍ଟାଡ଼ିୟମ ପରିସର ରେ ଠାରେ ଗାୟତ୍ରୀ ପରିବାରର ବହୁ ପରିଜନ, ସହରର ବହୁ ଯୁବ ସମାଜ, ଜନସାଧାରଣ, ସମାଜସେବୀ, ବୁଦ୍ଧିଜୀବି ଅଂଶ ଗ୍ରହଣ କରି ଯୋଗଭ୍ୟାସ କରିଥିଲେ । (ରିପୋର୍ଟ – ଶେଷଦେବ ସାହୁ )
No Result
View All Result