• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋଭିଡ୍ ର ତୃତୀୟ ଲହରରୁ ବଞ୍ଚିବା ସକାଶେ ଟିକାକରଣର ସଠିକ୍ ପରିଚାଳନା ଜରୁରୀ- ଜିଲ୍ଲାପାଳ ‘ଆଶିର୍ବାଦ’ ଯୋଜନା ର କାର୍ଯ୍ୟ ତ୍ବରାନ୍ବୀତ କରିବାକୁ ନିର୍ଦ୍ଦେଶ

Proprietor Abhimanyu Maharana by Proprietor Abhimanyu Maharana
June 22, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
କୋଭିଡ୍ ର ତୃତୀୟ ଲହରରୁ ବଞ୍ଚିବା ସକାଶେ ଟିକାକରଣର ସଠିକ୍ ପରିଚାଳନା ଜରୁରୀ- ଜିଲ୍ଲାପାଳ ‘ଆଶିର୍ବାଦ’ ଯୋଜନା ର କାର୍ଯ୍ୟ ତ୍ବରାନ୍ବୀତ କରିବାକୁ ନିର୍ଦ୍ଦେଶ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ଛତ୍ରପୁର :-  କୋଭିଡ୍ ର ତୃତୀୟ ଲହରଠାରୁ ବର୍ତ୍ତିବା ସକାଶେ ସମସ୍ତ ଜିଲ୍ଲାବାସୀଙ୍କ ଟିକାକରଣ ଜରୁରୀ, ଏଣୁକରି ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା ଆବଶ୍ୟକ । ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବା ଆବଶ୍ୟକ ଓ ଏହି ଦିଗରେ ଗୁରୁତ୍ବ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ସୋମବାର ଅନୁଷ୍ଠିତ କୋଭିଡ୍ ପରିଚାଳନା ଭିଡିଓ କନଫରେନ୍ସିଂ ରେ ଜଣାଇଛନ୍ତି । ପ୍ରାପ୍ତ ଟିକାର ସ୍ଥିତି ଅନୁଯାୟୀ ଦୈନିକ ଲକ୍ଷ୍ୟଧାର୍ଯ୍ୟ ଟିକାକରଣ ଯେପରି ପୂର୍ଣ୍ଣ ହେବ ସେଥି ସକାଶେ ଚେଷ୍ଟା କରିବା ତେବେଯାଇ ସମସ୍ତ ଜିଲ୍ଲାବାସୀ ଟିକା ନେଇପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରାଥମିକତା ଭିତ୍ତିରେ ଦୋକାନୀ ମାନଙ୍କୁ, ଟ୍ୟାକ୍ସି ଡ୍ରାଇଭର୍, ଅଟୋ ଡ୍ରାଇଭର୍ ,ର୍ହାଟବଜାରରେ ବିକ୍ରି କରୁଥିବା ବିକ୍ରେତା ମାନଙ୍କୁ ଟିକା ଦିଆଯିବ । ତତ୍ ସହିତ ବୃହତ ବଜାର ଅଞ୍ଚଳ ଏବଂ ପର୍ଯ୍ୟଟନ ସ୍ଥଳରେ ରହିଥିବା ଦୋକାନୀ ମାନଙ୍କୁ ମଧ୍ୟ ଗୁରୁତ୍ବ ଦିଆଯାଇ ଟିକା ପ୍ରଦାନ କରାଯିବ ।

ବ୍ୟବସାୟୀଗଣ ନିଜେ ଟିକା ଗ୍ରହଣ କରି ଏବଂ ସେମାନଙ୍କ ଦୋକାନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଟିକା ଦେଇ ଟିକାଗ୍ରହଣ କରିଥିବାର ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ ଯେପରି ଗ୍ରାହକ ଦୋକାନୀ ଟିକା ନେଇଥିବା ଜାଣିପାରିବେ । ଯଦି ଦୋକାନୀ ଟିକା ଗ୍ରହଣ କରିଥିବା ପ୍ରମାଣ ପତ୍ର ନିଜ ଦୋକାନ ସମ୍ମୁଖରେ ଲଗାନ୍ତି ନାହିଁ ତେବେ ସେହି ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାକୁ ୨୬୩୮୧୩୨ ଟିକା କରଣ ର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ପ୍ରତି ବ୍ଲକ୍ ପିଛା ଦୈନିକ ପାଖାପାଖି ୧୨୦୦ ଜଣ ଯେପରି ଟିକା ଗ୍ରହଣ କରିବେ ସେହି ଅନୁସାରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ ଜଣାଇଥିଲେ । ସେଥି ସକାଶେ ଦଳ ଗଠନ, ପ୍ରଶିକ୍ଷଣ ଏବଂ ପରିଚାଳନା କାର୍ଯ୍ୟ ତ୍ବରାନ୍ବୀତ କରିବାକୁ କୁହାଯାଇଛି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପ୍ରଦାନ କରାଯାଥିବା ଟିକାକରଣର ଫଳାଫଳ ବର୍ତ୍ତମାନ ଦେଖାଯାଉଛି ବୋଲି ଜିଲ୍ଲାପାଳ ଅବଗତ କରାଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ତ୍ତମାନ ସକାଳ ୭ଟା ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯାଉଛି । ଦୋକାନୀ ବା ବ୍ୟବସାୟୀ ମାନେ ପଞ୍ଚସୂତ୍ର ନିୟମର କଡା ପାଳନ କରୁଛନ୍ତି କି ନାହିଁ ସେ ଦିଗରେ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଔଷଧ ଦୋକାନ ବ୍ୟବସାୟୀ ସଂଘସହ ଯୋଗସୂତ୍ର ରକ୍ଷାକରି ବର୍ତ୍ତମାନ ସ୍ଥିତିରେ କେଉଁ ଔଷଧର ବ୍ୟାପକ ବିକ୍ରି ହେଉଛି ଏବଂ କେଉଁ ଲକ୍ଷଣ ଜନିତ ଔଷଧ ଅଧିକ ମାତ୍ରାରେ ବିକ୍ରି ହେଉଛି ସେହି ତଥ୍ୟ ସ୍ବାସ୍ଥ୍ୟ ଅଧିକାରୀଗଣ ଜୁମ୍ ବୈଠକ କରି ପଚାରି ବୁଝନ୍ତୁ ।

ସେହି ତଥ୍ୟ ଆଧାରରେ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ । ଜନ ପ୍ରତିନିଧିଗଣ, ସ୍ବୟଂସହାୟକ ଗୋଷ୍ଠୀ, ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ନେଇ ଗୋଷ୍ଠୀଗତ ଆଲେଚନା ଦ୍ବାରା ସଚେତନତା ସହ କୋଭିଡ୍ କୁ ନେଇ ଲୋକେ କେତେ ପରିମାଣରେ ସତର୍କତା ଅଛନ୍ତି ସେଥିନେଇ ବୈଠକଦ୍ବାରା ଆଲୋଚନା କରିବାକୁ କୁହାଯାଇଛି । ଜିଲ୍ଲାର ଯେ କୌଣସି ବୈଠକରେ ପ୍ରଥମ ୫ ମିନିଟ୍ କୋଭିଡ୍ ସଚେତନତା ସମ୍ପର୍କିତ ଆଲୋଚନା କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ରାତ୍ରିକାଳୀନ ସଫେଇ, ୫ମିଟର ଦୂରତ୍ବ ଓ ଅନ୍ୟସବୁ ସମସ୍ୟାର ସମାଧାନ ମୋଓ୍ବାର୍ଡ କାର୍ଯ୍ୟକ୍ରମ ଜରିଆରେ କରିବାକୁ କୁହାଯାଇଛି । ରାତ୍ରି ସମୟରେ ମଦଦୋକାନ ଖୋଲିବା ନଜରକୁ ଆସୁଛି । ସେ ଦିଗରେ ତହସିଲଦାର ଗଣ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାତ୍ରକାଳୀନ କର୍ଫ୍ୟୁର ଠିକ୍ ପରିଚାଳନା କରିବାକୁ କୁହାଯାଇଛି । ବାହାଘର ଭୋଜି, ବଣଭୋଜି ଇତ୍ୟାଦି ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି ଅବଂ ଜବତ କରାଯାଉଥିବା ରନ୍ଧା ଖାଦ୍ୟକୁ ନଷ୍ଟ ନ କରି ତାର ସୁଷମ ବଣ୍ଟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ର ରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏମ୍.କେ.ସି.ଜିର ଡିସିଏଚ୍-୧ ବନ୍ଦ କରି ଡିସିଏଚ୍-୨ କୁ ଚାଲୁ ରଖୁବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଏମ୍.କେ.ସି.ଜି. ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ରହିଥିବା ଚିକିତ୍ସା କେନ୍ଦ୍ର ଗୁଡିକର ସ୍ଥିତି ଏବଂ ସେହିଠାରେ ଉପଲବ୍ଧ ଥିବା ସୁବିଧା ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଯାଂଚ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲା ସ୍ତରୀୟ ନିର୍ଦ୍ଦେଶକୁ ଅପେକ୍ଷା ନକରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓ କିମ୍ବା ସଂପୃକ୍ତ ଅଧିକାରୀ ଗଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା ହୋଇଥିବା ଆଶିର୍ବାଦ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା ନିଜଆଢୁ ଆରମ୍ଭ କରିବାକୁ କୁହାଯାଇଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଫଟୋ ଉତ୍ତୋଳନ କରି ଟ୍ବିଟ୍ ମାଧ୍ୟମରେ ଜିଲ୍ଲାକୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ରେ ପ୍ରେରଣ କଲେ କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସାଧାରଣ ଅବଗତ ହୋଇପାରିବେ ଏବଂ ସେମାନଙ୍କ ଆପତ୍ତି ଅଭିଯୋଗ ସମ୍ବନ୍ଧରେ ଟ୍ବିଟ୍ ମାଧ୍ୟମରେ ଦାଖଲ କରିବାର ସୁବିଧା ପାଇଲେ ପ୍ରଶାସନିକ କାର୍ଯ୍ୟର ଦକ୍ଷତା ବୃଦ୍ଧି ହେବା ସଙ୍ଗେସଙ୍ଗେ ଲୋକେ ସରକାରଙ୍କ ଆସ୍ଥାଭାଜନ ହୋଇପାରିବେ । ଗଞ୍ଜାମ ଜିଲ୍ଲାରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଆନ୍ତରିକତା ଭିତ୍ତିରେ ସର୍ବ ପ୍ରଥମେ କାର୍ଯ୍ୟକାରୀ ହେଉଛି ଏବଂ ସେହିସବୁ କାର୍ଯ୍ୟ ଅନ୍ୟ ମାନଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହେଉଛି । ଏଣୁ ସେହିସବୁ କାର୍ଯ୍ୟ ପରିଚାଳନା ଦିଗରେ ଢିଲା କିମ୍ବା ଅବହେଳା ନ କରି ଗୁରୁତର ସହ ଅନୁପାଳନ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ । ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍,, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜନସ୍ବାସ୍ଥ୍ୟ ଅଧିକାରୀ ଡଃ. ଆର୍ ଜଗଦୀଶ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।  ( ରିପୋର୍ଟ ଶେଷଦେବ ସାହୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

ହାଇଟେକ୍‌ର ଆଲାଏଡ୍‌ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ – ଡକ୍ଟର ତିରୁପତି ପାଣିଗ୍ରାହୀ

May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ – ମୁଁ ଇସ୍ତଫା ଦେବି ନାହିଁ – ଦିଦି

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version