No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ହିଞ୍ଜିଳିକାଟୁ :- ରାଜ୍ୟରେ ଦିନକୁ ଦିନ ଇନ୍ଧନର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଆଜି ସ୍ଥାନୀୟ ଅଂଚଳ ରେ ପେଟ୍ରୋଲ ଦର ଲିଟର ପିଛା ୯୯.୩୩ ଟଙ୍କା ରହିଛି । ସେହିପରି ଡ଼ିୀଜେଲ ଦର ଲିଟର ପିଛା ୯୭.୧୬ ଟଙ୍କା ରହିଛି । ପେଟ୍ରୋଲ ଦର ଯଥାଶୀଘ୍ର ଶତକ ପାର ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଶେଷ ହେବା ପରେ ଗତ କିଛି ଦିନ ଧରି ପେଟ୍ରୋଲ, ଡ଼ିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
ଦର ବୃଦ୍ଧି ପରେ ଏହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହ ବିଭିନ୍ନ କଟୁ ମନ୍ତବ୍ୟ ଉଲ୍ଲେଖ କରୁଥିବାର ଦେଖିବାକୁ ମିଳିଛି । ଗୋଟିଏ ପରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଅଭାବ ଅନଟନ ସାଙ୍ଗକୁ ଜୀବିକା ହରାଇ ବସିଥିବା ବେଳେ ଅନ୍ୟ ପଟେ ଦିନକୁ ଦିନ ପେଟ୍ରୋଲ ଓ ଡ଼ିଜେଲର ଦର ବୃଦ୍ଧି କଟା ଘା’ରେ ଚୂନ ସଦୃଶ୍ୟ ଭଳି ମନେ ହେଉଛି । ଗତ ୨୦ ଦିନ ମଧ୍ୟରେ ପେଟ୍ରୋଲ ଓ ଡ଼ିଜେଲ ଦର ଲିଟର ପିଛା ପ୍ରାୟ ୪ଟଙ୍କା ବୃଦ୍ଧି ପାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result